Posted inଫୁରସତ

ଭାରତର ଏହି ନଦୀ ମଧ୍ୟରେ ରହିଛି ହଜାର ହଜାର ଶିବଲିଙ୍ଗ

ପୃଥିବୀରେ ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ଜାଣିବା ବହୁ କଷ୍ଟକର। ଭାରତରେ ଏପରି ସ୍ଥାନର ଅଭାବ ନାହିଁ। କର୍ନାଟକରେ ଏମିତି ଏକ ସ୍ଥାନ ଅଛି, ଯାହା ଧର୍ମ ସହିତ ଜଡ଼ିତ। ଏଠାରେ ହଜାର ହଜାର ଶିବଲିଙ୍ଗ ନଦୀ ମଧ୍ୟରେ ଦେଖିବାକୁ ମିଳିଥାଏ। ଭଗବାନ ଶିବ ଭକ୍ତମାନଙ୍କ ପାଇଁ ଏହି ସ୍ଥାନ ରହସ୍ୟଠାରୁ କମ୍‌ ନୁହେଁ। ଏହି ପବିତ୍ର ସ୍ଥାନକୁ ସହସ୍ତ୍ରଲିଙ୍ଗ କୁହାଯାଏ। ଯାହା କର୍ନାଟକର ସିରସିଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ଶଲମାଲା ନଦୀକୂଳରେ ଏକ ହଜାରରୁ ଅଧିକ ପ୍ରାଚୀନ ଶିବଲିଙ୍ଗ ଦେଖାଯିବା ସହିତ ପଥରରେ ଖୋଦିତ ଏକ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଥାଏ। କୁହାଯାଏ, ନଦୀ କୂଳରେ ଥିବା ଏହି ଶିବଲିଙ୍ଗ ଏବଂ ପ୍ରତିମୂର୍ତ୍ତିକୁ ବିଜୟନଗର ସାମ୍ରାଜ୍ୟର ରାଜା ସଦାଶିବ ରାୟ ବର୍ମା ୧୬୭୮ ରୁ ୧୭୧୮ ମଧ୍ୟରେ ନିର୍ମାଣ କରିଥିଲେ। ପ୍ରତିବର୍ଷ ମହାଶିବରାତ୍ରିରେ ଏଠାରେ ଏକ ମେଳା ଆୟୋଜିତ ହୋଇଥାଏ, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥାନ୍ତି। ଏଠାରେ ଥିବା ଶିବଲିଙ୍ଗ ଏବଂ ପଥର ଗଠନ ବର୍ଷାଋତୁରେ ନଦୀଜଳରେ ବୁଡ଼ି ରହିଥାଏ। କିନ୍ତୁ ଜଳସ୍ତର ହ୍ରାସ ପାଇଲେ ହଜାର ହଜାର ଶିବଲିଙ୍ଗ ହଠାତ୍‌ ଦେଖାଯାଇଥା’ନ୍ତି। ଏହି ଦୃଶ୍ୟ ବାସ୍ତବରେ ରହସ୍ୟଜନକ।


All Right Reserved By Dharitri.Com

ହୋଟେଲରେ ଚମକୁଛି ଏଭରେଷ୍ଟ ବର୍ଜ୍ୟ

କାଠମାଣ୍ଡୁ: କାଠମାଣ୍ଡୁର ଏକ ପଞ୍ଚତାରକା ହୋଟେଲରେ ସମୟ ଅତିବାହିତ କରୁଥିବା କେତେଜଣ ପର୍ଯ୍ୟଟକଙ୍କୁ ଚମକୁଥିବା ରଙ୍ଗିନ ପାତ୍ର, ଗ୍ଲାସ୍‌ରେ ପରଷାଗଲା ଖାଦ୍ୟପେୟ। ଯେତେବେଳେ ପର୍ଯ୍ୟଟକଙ୍କୁ କୁହାଗଲା...

ଏହି ମନ୍ଦିରରେ ସାହାନାଇ ବଜାନ୍ତି ମୁସଲମାନ୍‌…

ଝାଡ଼ଖଣ୍ଡର ଭାଗଲପୁର ସହର ଉତ୍ତର-ପୂର୍ବରେ ପ୍ରବାହିତ ଗଙ୍ଗା ନଦୀ କୂଳରେ ଅବସ୍ଥିତ ବାବା ବୁଦ୍ଧେଶ୍ୱରନାଥଙ୍କ ମନ୍ଦିରକୁ ବାବା ବୁଢ଼ାନାଥଙ୍କ ମନ୍ଦିର ବୋଲି ଲୋକେ କୁହନ୍ତି ।...

ଏସବୁ କାରଣ ପାଇଁ ଟ୍ରେନ୍‌ ବଗିରେ ଥାଏ ଲାଲ୍‌, ହଳଦିଆ ଏବଂ ନୀଳ ରଙ୍ଗର ଗାର

୧୮୫୩ ଏପ୍ରିଲ୍‌ ୧୬ ତାରିଖରେ ଭାରତରେ ରେଳସେବା ଆରମ୍ଭ ହୋଇଥିଲା। କିନ୍ତୁ ୧୯୫୧ରେ ରେଳସେବାକୁ ଜାତୀୟକରଣ କରାଯାଇଥିଲା। ସେବେଠାରୁ ଟ୍ରେନ୍‌ରେ କିଛି କୋଡ୍‌ ରହିଛି। ଯାହାକୁ...

ଜାଣନ୍ତି କାହିଁକି ରଖାଯାଇଛି ଟ୍ରାଫିକ୍‌ ସିଗ୍‌ନାଲରେ ୩ଟି ରଙ୍ଗ

ପୂର୍ବରୁ ଲୋକେ ରାସ୍ତାରେ ଚଳପ୍ରଚଳ କରିବାରେ କୌଣସି କଟକଣା ବା ନୀତି ନିୟମ ନ ଥିଲା। ଯିଏ ଯେମିତି ପାରୁଥିଲା ଯାଉଥିଲା। ଦିନକୁ ଦିନ ଦୁର୍ଘଟଣା...

ପ୍ରଦୂଷଣ ରୋକିବ ଆଉଟ୍‌ଡୋର୍‌ ଏୟାର୍‌ ପ୍ୟୁରିଫାୟର୍‌

ହାଇଦ୍ରାବାଦ: ବାୟୁ ପ୍ରଦୂଷଣ ଏବେ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ଲୋକେ ଶୁଦ୍ଧ ବାୟୁ ଗ୍ରହଣ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ଏହାର ମୁକାବିଲା...

ବ୍ୟକ୍ତିତ୍ୱ: ସଙ୍ଗୀତକାର ମଦନ ମୋହନ କୋହଲି

୧୯୭୦ ଦଶକ ଯାଏ ହିନ୍ଦୀ ଫିଲ୍ମ ସଙ୍ଗୀତରେ ଯେଉଁ ସୁବର୍ଣ୍ଣ ଯୁଗର ସୂତ୍ରପାତ ହୋଇଥିଲା ସେହି ଯୁଗର ଜଣେ ଅଗ୍ରଣୀ କର୍ଣ୍ଣଧାର ଥିଲେ ସଙ୍ଗୀତକାର ମଦନ...

ଅଟୋରିକ୍ସାରେ ‘ହ୍ୟାଣ୍ଡଓ୍ବାଶ୍‌’ସୁବିଧା

ଥିରୁଭାନନ୍ତପୁରମ୍‌: ଭାରତରେ ସବୁଠାରୁ ଅଧିକ ସାକ୍ଷରତା ହାର ଏବଂ ଶିକ୍ଷିତ ରାଜ୍ୟଭାବେ ପରିଚିତ କେରଳ। ଏଠାରେ ଅଧିକାଂଶ ରିକ୍ସା ଏବଂ ଅଟୋ ଚାଳକ ମଧ୍ୟ ଗ୍ରାଜୁଏଟ୍‌...

ଦୋକାନୀଙ୍କ ତାଗିଦ ଆମକୁ ସଚେତନ କରିଥିଲା

ଡ.ବିଜୟ କୁମାର ମହାରଣା, ଦେବଗଡ଼ ମଡେଲ କଲେଜର ଅଧ୍ୟକ୍ଷ। କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭଗତପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ବିଜୟଙ୍କ ପ୍ରାଥମିକ ଶିକ୍ଷା...

Leave a comment

Your email address will not be published. Required fields are marked *