ଅସ୍ଥାୟୀ ଆଶ୍ରୟଗୃହରେ ଶ୍ରମିକଙ୍କ ଜୀବନ ଗଲା

ସୋନପୁର/ବିନିକା,୯।୫(ନି.ପ୍ର./ଡି.ଏନ୍‌.ଏ.):ଲକ୍‌ଡାଉନ୍‌ରେ ଫସି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ସିଂଘିଯୁବା ୟୁପି ସ୍କୁଲ(ଅସ୍ଥାୟୀ ଆଶ୍ରୟ ସ୍ଥଳ)ରେ ରହୁଥିବା ପଶ୍ଚିମବଙ୍ଗର ଜଣେ ଶ୍ରମିକଙ୍କର ଶନିବାର ମୃତ୍ୟୁ ହୋଇଛି। ମୃତ ଶ୍ରମିକଙ୍କ ନାମ ବକୁଲ ସେଖ୍‌(୨୨)। ତାଙ୍କ ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲା ଲିମଟିଟା ଅଞ୍ଚଳରେ। ବକୁଲ ଅନ୍ୟ ୭ ସହଯୋଗୀଙ୍କ ସହ ବିନିକା ଅଞ୍ଚଳରେ ୫ମାସ ଧରି କୋଠାବାଡି ନିର୍ମାଣ କାମ କରୁଥିଲେ। କରୋନା ମହାମାରୀ ସଂକ୍ରମଣକୁ ପ୍ରତିରୋଧ କରିବାକୁ ଯାଇ ସରକାର ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଏହି ଶ୍ରମିକମାନେ କର୍ମସଂସ୍ଥାନ ହରାଇ ଦୁର୍ଦ୍ଦିନରେ ଥିଲେ। ସ୍ଥାନୀୟ ପ୍ରଶାସନର ନଜରକୁ ଆସିବା ପରେ ମାର୍ଚ୍ଚ ୩୦ ତାରିଖଠାରୁ ବକୁଲଙ୍କ ସମେତ ଲିମ୍‌ଟିଟାର ରିଙ୍କୁ ସେଖ୍‌(୨୦), ଶହିଦ୍‌ ସେଖ୍‌(୧୯), ରୁବେଲ ସେଖ୍‌(୨୧), ଲାଲୁ ସେଖ୍‌(୨୧), ସମ୍ରାଟ୍‌ ସେଖ୍‌(୨୦), ବାବୁ ସେଖ୍‌(୨୧) ଓ ଆବୁ ସେ୍‌ଖ(୨୧)ଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଥିଲା । ପ୍ରଶାସନ ପକ୍ଷରୁ ଶ୍ରମିକମାନଙ୍କୁ ୨ ଓଳି ରନ୍ଧାଖାଦ୍ୟ, ଜଳଖିଆ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଥିଲା। ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପଠାଇ ଥିବା ବେଳେ ଅନୁମତି ନ ମିଳିବାରୁ ପଶ୍ଚିମବଙ୍ଗର ଶ୍ରମିକମାନେ ସେମାନଙ୍କ ଘରକୁ ଯାଇ ପାରି ନ ଥିଲେ। ତେବେ ଶନିବାର ପ୍ରାତଃ ସମୟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଶ୍ରମିକଙ୍କର ହୃଦ୍‌ରୋଗ ଓ ମଧୁମେହ ରୋଗ ଥିବା ଏବଂ ସେ ଔଷଧ ଖାଉଥିବା ଜଣାପଡିଛି। ଆଶ୍ରୟସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ଖବର ପାଇବା ପରେ ସିଂଘିଯୁବା ପଞ୍ଚାୟତ ସରପଞ୍ଚ ମହାବୀର ବରିହା ଓ ନିର୍ବାହୀ ଅଧିକାରୀ ରୂପେଶ ଭୋଇ ଘଟଣା ସମ୍ପର୍କରେ ବିନିକା ପୋଲିସ, ବ୍ଲକ କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ପରେ ଆଶ୍ରୟସ୍ଥଳକୁ ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇ, ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକ, ତହସିଲଦାର ଅଲେଖ ଘୁଟା ଓ ବିନିକା ଆଇଆଇସି କୁଶ ପାଣିଗ୍ରାହୀ ପ୍ରମୁଖ ଆସି ଅନୁଧ୍ୟାନ କରିଥିଲେ। ମେଡିକାଲ ଟିମ୍‌ ପକ୍ଷରୁ ମୃତ ବ୍ୟକ୍ତିଙ୍କର ସ୍ବାବ୍‌ ସଂଗ୍ରହ ହୋଇଛି। ଜିଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ଘଟଣାସ୍ଥଳରେ ପହଞ୍ଚତ୍ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ମଧ୍ୟାହ୍ନରେ ୧୦୮ ଆମ୍ବୁଲାନ୍ସ ଯୋଗେ ମୃତ ଶ୍ରମିକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ବିନିକା ନିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ପରେ ବକୁଲଙ୍କ ମୃତ୍ୟୁ ହୃଦ୍‌ଘାତଜନିତ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ତାହା ସ୍ପଷ୍ଟ ହେବ । ଅନ୍ୟପକ୍ଷେ ମୃତ ଶ୍ରମିକ ଓ ତାଙ୍କ ସାଥୀମାନଙ୍କୁ ନିଜ ଗାଁକୁ ପଠାଇବା ପାଇଁ ପ୍ରଶାସନ ବ୍ୟବସ୍ଥା କରିବ ବୋଲି ସୂଚନା ମିଳିଛି।


All Right Reserved By Dharitri.Com

କେନ୍ଦୁପତ୍ର କର୍ମଚାରୀ ସଂଘର ଧାରଣା

ଫୁଲବାଣୀ ଅଫିସ/ ଫିରିଙ୍ଗିଆ,୩ା୩ କେନ୍ଦୁପତ୍ର ତୋଳାଳି, ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ୭ ଦଫା ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସୋମବାରଠାରୁ ୨ଦିନିଆ...

ତାଳଚେର ପୁସ୍ତକ ମେଳା ଉଦ୍‌ଘାଟିତ

ତାଳଚେର,୨୪ା୧(ନି.ପ୍ର.) ପୁସ୍ତକ ବନ୍ଧୁ ଭାବେ କାର୍ଯ୍ୟ କରେ। ତାହାର ବିକଳ୍ପ ନାହିଁ। ପୁସ୍ତକ ଜ୍ଞାନ ବିକାଶ ଓ ରୋଜଗାରର ମାଧ୍ୟମ ହେବା ଆବଶ୍ୟକ ବୋଲି ହାଟତୋଟା...

କରୋନା ପାଇଁ ବୃତ୍ତି ବଦଳାଇଲେ ବ୍ୟବସାୟୀ: ଶସ୍ତାରେ ଯୋଗାଉଛନ୍ତି ପନିପରିବା

ଦାରିଙ୍ଗବାଡ଼ି,୮।୪(ଡି.ଏନ.ଏ)- ଲକ୍‌ଡାଉନ କଟକଣା ପରେ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। କେବଳ ଜନସାଧାରଣ ନୁହଁନ୍ତି ବ୍ୟବସାୟୀମାନେ ମଧ୍ୟ ବୃତ୍ତି ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ପୋଷାକ, ହୋଟେଲ,...

ରାଇକିଆ ବସଷ୍ଟାଣ୍ଡ ପାଲଟିଛି ଅସ୍ଥାୟୀ ପରିବା ମାର୍କେଟ

ରାଇକିଆ,୨୦।୪(ଡି.ଏନ୍‌.ଏ.): କରୋନା ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। ଫଳରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ରାସନ ଓ ପରିବା ଦୋକାନ ଖୋଲା ରହୁଛି...

ଦୋକାନୀ, ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ

ପଦ୍ମପୁର,୧୪ା୪(ଡି.ଏନ୍‌.ଏ.)- କରୋନା ମହାମାରୀ ପାଇଁ ଓଡ଼ିଶାରେ ଲକ୍‌ ଡାଉନ ଘୋଷଣା ହୋଇଛି। ଏହି ପରିସ୍ଥିତିରେ କେତେକ ଅସାଧୁ ବ୍ୟବସାୟୀ ଚଢା ଦାମ୍‌ରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି...

ଝାବେରୀଙ୍କ ପରେ ଖାଲିପଡ଼ିଛି ମୁଖ୍ୟ ବିଚାରପତି ପଦ

କଟକ ଅଫିସ୍‌,୨୦।୪: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କ ନାମ ଶନିବାର ସୁପ୍ରିମକୋର୍ଟ...

ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୩.୬୨ ଲକ୍ଷ

ତାଳଚେର, ୩ା୨(ନି.ପ୍ର.) ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠରେ ଥିବା ହୁଣ୍ଡିଗୁଡିକୁ ଶନିବାର ଖୋଲା ଯାଇଥିଲା। ଟ୍ରଷ୍ଟବୋର୍ଡ ସଦସ୍ୟ ମୁରଲୀଧର ସାହୁ, ସନ୍ତୋଷ କୁମାର...

ଚାକିରିଦେବା ନାଁରେ ଯୁବତୀଙ୍କୁ ବଳାତ୍କାର: ଫାଇନାନ୍ସ କମ୍ପାନୀର ରାଜ୍ୟ ମୁଖ୍ୟ ଗିରଫ

କଟକ ରୋଡ,୩।୯(ଡି.ଏନ୍‌.ଏ.): କିଛିଦିନ ପୂର୍ବରୁ ରାଜଧାନୀରେ ଜଣେ ଟ୍ୟୁଶନ ଛାତ୍ରୀଙ୍କୁ ଅସଦାଚରଣ ଘଟଣା ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଚାକିରି ଦେବା ନାଁରେ...

Leave a comment

Your email address will not be published. Required fields are marked *