କରୋନା ସଂକ୍ରମଣର ୩ ଦିନ ପରେ ହ୍ରାସ ପାଏ ଘ୍ରାଣ ଶକ୍ତି !

ନ୍ୟୁୟର୍କ,୯।୫: କରୋନା ମହାମାରୀ ଏବେ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଏହାର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ମିଳିପାରି ନାହିଁ। କରୋନାରୁ ମୁକ୍ତି ପାଇବାକୁ ଏବେ ସାରା ବିଶ୍ୱରେ ଗବେଷଣା ଜାରି ରହିଛି। ଏବେ ପର୍ଯ୍ୟନ୍ତ ମଧ୍ୟ କରୋନାର ଲକ୍ଷଣ ଭିନ୍ନ ଭିନ୍ନ ରୋଗୀଙ୍କଠାରେ ଅଲଗା ହେଉଥିବାରୁ ଏହାର ଲକ୍ଷଣକୁ ନେଇ ମଧ୍ୟ ବେଳେ ବେଳେ ଦ୍ୱନ୍ଦ୍ୱ ଉପୁଜୁଛି। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି କି କରୋନା ସଂକ୍ରମିତ ରୋଗୀ ୩ ଦିନ ପରେ ଘ୍ରାଣ ଶକ୍ତି ହରାଇ ଥାଏ। ଅର୍ଥାତ ସଂକ୍ରମିତ ରୋଗୀ କୌଣସି ଗନ୍ଧ ବାରିପାରି ନ ଥାଏ ବୋଲି କୁହାଯାଉଛି। ଜର୍ନାଲ ଅଫ୍‌ ଅଟୋଲାରନଗୋଲୋଜି-ହେଡ ଆଣ୍ଡ ନେକ୍‌ ସର୍ଜରୀରେ ପ୍ରକାଶିତ ଏକ ଟେଲିଫୋନିକ ଅଧ୍ୟୟନରୁ ଏହା ଜଣାପଡିଛି। ଏଥିରେ ୬ ସପ୍ତାହ ମଧ୍ୟରେ କୋଭିଡ-୧୯ ପରୀକ୍ଷଣ କରିଥିବା ପ୍ରାୟ ୧୦୩ ଜଣ ରୋଗୀଙ୍କ ଲକ୍ଷଣକୁ ନେଇ ବିଶ୍ଳେଷଣ କରାଯାଇଥିଲା। ଏହି ଅଧ୍ୟୟନର ବିଶେଷଜ୍ଞ ଅହମ୍ମଦ ସେଦାଘାଟଙ୍କ ମତରେ ୧୦୩ ଜଣ ରୋଗୀଙ୍କ ମଧ୍ୟରୁ ୬୧ ପ୍ରତିଶତ ରୋଗୀଙ୍କ ପାଖରେ ଘ୍ରାଣ ଶକ୍ତି ପୂର୍ବାପେକ୍ଷା କମ୍‌ ପରିଲକ୍ଷିତ ହୋଇଥିଲା। ଏହି ଲକ୍ଷଣ ୩-୪ ଦିନ ମଧ୍ୟରେ ପରିଲକ୍ଷିତ ହୋଇଥିବା ବିଷେଜ୍ଞମାନେ କହିଛନ୍ତି।


All Right Reserved By Dharitri.Com

କରୋନା ପୀଡ଼ିତ ପିଜା ଡେଲିଭରି ବୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ଆସିଲା

ନୂଆଦିଲ୍ଲୀ,୨୦।୪: ଦକ୍ଷିଣ ଦିଲ୍ଲୀରେ ଜଣେ ପିଜା ଡେଲିଭରି ବୟ କରୋନା ଭାଇରସରେ ସଂକ୍ରମିତ ହେବା ପରେ ପାଖାପାଖି ୭୨ ପରିବାରକୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଏହାସହ ଉକ୍ତ...

ବଳାତ୍କାରୀଙ୍କୁ ଦିଆଯିବ ନପୁଂସକ ଇଞ୍ଜେକଶନ

ମଣ୍ଟଗୋମେରୀ,୧୨।୬: ବଳାତ୍କାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବିକୁ ଆଖି ଆଗରେ ରଖି ଗୋଟିଏ ରାଜ୍ୟ ଦୋଷୀଙ୍କୁ ନପୁଂସକ କରିବା ପାଇଁ ଏକ କେମିକାଲର ବ୍ୟବହାର କରିବାକୁ...

ଡବ୍ଲ୍ୟୁଏଚ୍‌ଓ ମୁଣ୍ଡରେ ଦୋଷ ଲଦିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୦।୪: କରୋନା ସାରା ବିଶ୍ୱକୁ କବଳିତ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ ଦୋଷ ଦେଇଛନ୍ତି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ...

ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ

ଭୁବନେଶ୍ୱର,୨୬ା୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଯୋଗୁ ନିର୍ମାଣ ଶ୍ରମିକମାନେ ହାତବାନ୍ଧି ଘରେ ବସିଛନ୍ତି। ଅନେକ ନିର୍ମାଣ ଶ୍ରମିକ ଦୈନିକ ଓ ସାପ୍ତାହିକ ମଜୁରି...

୪ ବର୍ଷରେ ନାସାକୁ ମିଳିଛି ୧୭ ନୂଆ ଗ୍ରହର ସନ୍ଧାନ: ଗୋଟିଏରେ ଏଲିଅନ୍‌ ଥିବା ସମ୍ଭାବନା !

ଟରଣ୍ଟୋ,୨୯।୨: ପୃଥିବୀ ଭଳି ଅନ୍ୟ ବାସ ଉପଯୋଗୀ ଗ୍ରହର ସନ୍ଧାନ ପାଇଁ ମହାକାଶ ବିଜ୍ଞାନୀମାନେ ଉଦ୍ୟମ ଜାରି ରଖିଛନ୍ତି। ଏହି ମର୍ମରେ ନାସା ମଧ୍ୟ ମହାକାଶ...

୨୦୨୨କୁ ଘୁଞ୍ଚିଲା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌

ପ୍ୟାରିସ୍‌,୩୧।୩ (ଏଏଫ୍‌ପି)- କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଛି। ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଯିବା ପରେ ଅନୁରୂପ ଭାବେ ବିଶ୍ୱ ଆଥଲେଟିକ୍ସ...

ମାଗଣାରେ ଖାଇବାକୁ ବାଂଲାଦେଶ ଆସୁଛନ୍ତି ଭାରତୀୟ: ବୈଦେଶିକ ମନ୍ତ୍ରୀ

ଢାକା,୧୭।୧୨: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଏହାରି ଭିତରେ ବାଂଲାଦେଶ ବୈଦେଶିକ...

କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ହଟିଲା ପଟାପୋଲ

କଟକ ଅଫିସ୍‌,୧୩ା୪: କଟକ ସହରର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ପଟାପୋଲ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା...

Leave a comment

Your email address will not be published. Required fields are marked *