ମଦ କିଣୁଛନ୍ତି ରକୁଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଲକ୍‌ଡାଉନ୍‌ ବେଳେ ମଦ ଦୋକାନରୁ ମଦ କିଣୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁହଁରେ ମାସ୍କ ପିନ୍ଧିବା ସହ ସେ ଦୋକାନରୁ କିଣି ଜିନିଷ କିଣି ନିଜ ଗାଡ଼ି ଆଡ଼କୁ ଆସୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓକୁ ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ କମାଲ ଆର୍‌ ଖାନ୍‌ ପୋଷ୍ଟ କରିଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ରକୁଲ ମଦଦୋକାନରୁ ମଦ କିଣୁଛ କି ? ବୋଲି ଟୁଇଟର ଯୋଗେ କମାଲ ପ୍ରଶ୍ନ ମଧ୍ୟ କରିଥିଲେ। ରିଟୁଇଟ୍‌ କରି ରକୁଲ ଉତ୍ତର ଦେଇଥିଲେ ଯେ, ଔଷଧ ଦୋକାନରେ ମଦ ମିଳୁଥିବା କଥା ମୁଁ ଜାଣି ନ ଥିଲି। ତାଙ୍କର ଏଭଳି ବ୍ୟଙ୍ଗାତ୍ମକ ଉତ୍ତର ଦର୍ଶାଇଥିଲା ଯେ, ମଦ କିଣିବାକୁ ସେ ଯାଇ ନ ଥିଲେ ବରଂ ଔଷଧ ଦୋକାନରୁ କିଛି ଔଷଧ ସେ କିଣି ଗାଡ଼ିକୁ ଫେରୁଥିଲେ। ଭାଇରାଲ ହୋଇଥିବା ଭିଡିଓରେ କିଛି ସତ୍ୟତା ନାହିଁ। ପ୍ରକାଶଥାଉ କି, କମାଲ ଅନେକ କନ୍ନଡ ଫିଲ୍ମରେ ଅଭିନୟ କରିଛନ୍ତି। ପରେ ଫିଲ୍ମ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ରକୁଲ ମଧ୍ୟ ଏକାଧିକ ତାମିଲ ଓ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। ପରେ ସେ ବଲିଉଡ୍‌ରେ ନିଜ ଦବ୍‌ଦବା ଜାହିର କରିବାରେ ସଫଳ ହୋଇଛନ୍ତି।


All Right Reserved By Dharitri.Com

ମା’ଙ୍କ ନାଁରେ କ୍ୟାନସର୍‌ ହସ୍ପିଟାଲ୍‌ ନିର୍ମାଣ କରିବାକୁ ଚାହୁଁଛନ୍ତି ଏହି ଅଭିନେତା

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଉତ୍ତରପ୍ରଦେଶର ପ୍ରୟାଗରାଜ୍‌ସ୍ଥିତ ନିଜ ଗ୍ରାମରେ ଏକ କ୍ୟାନସର୍‌ ହସ୍ପିଟାଲ୍‌ ମା’ ନର୍ଗିଶଙ୍କ ନାମରେ ଖୋଲିବାକୁ ଚାହୁଁଛନ୍ତି। ନିଜ ଆଗାମୀ ଫିଲ୍ମ...

ଝିଅ ସହ ଫଟୋ ଶେୟାର କଲେ ଅମିତାଭ: କହିଲେ, ଜଣାପଡ଼ିଲାନି କେତେ ଶୀଘ୍ର ହୋଇଗଲା ବଡ଼

ମୁମ୍ବାଇ: ବଲିଉଡ୍‌ ସେହେନ୍ସା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ନିଜର କିଛି ନା କିଛି ଫଟୋ ଓ ଭିଡିଓକୁ ଶେୟାର କରିଥାନ୍ତି।...

ଲକ୍‌ଡାଉନ୍‌ ସମୟରେ ଘରେ ରୁଟି ତିଆରି କରୁଛନ୍ତି ହିମାଂଶୀ

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ୨୧ ଦିନ ଯାଏଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିଯୋଗୁ...

ପରପାରିରେ ‘ଶୋଲେ’ର କାଲିଆ

ମୁମ୍ବାଇ,୩୦।୯: ‘ଶୋଲେ’ ଫିଲ୍ମରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ହାସଲ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ୭୮ ବର୍ଷରେ ପରଲୋକ ହୋଇଛି। ଦୀର୍ଘ...

ଟ୍ରୋଲ ହେଉଛନ୍ତି ରଶ୍ମି

ବମ୍ବେ: ବିଗ୍‌ବସରେ ପ୍ରତିଯୋଗୀ ସିଦ୍ଦାର୍ଥ ଶୁକ୍ଳାଙ୍କ ମା’ଙ୍କ ଉପରେ ଟିପ୍ପଣୀ ଦେଇ ଟ୍ରୋଲ ହେଉଛନ୍ତି ରଶ୍ମି ଦେଶାଇ। କଲର୍ସ ଚ୍ୟାନେଲର ସୋସିଆଲ ପେଜ୍‌ରେ ଶେୟାର କରାଯାଇଥିବା...

ମାତ୍ର ୧୨ ଘଣ୍ଟା ମଧ୍ୟରେ ଷ୍ଟାର ପାଲଟି ଯାଇଥିଲେ ବିଗ୍‌ ବି ଅମିତାଭ

ମୁମ୍ବାଇ: ବଲିଉଡ୍‌ରେ ପ୍ରଥମେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଛି। ଏହାପରେ ତାଙ୍କୁ ମିଳିଥିଲା ଷ୍ଟାର ମାନ୍ୟତା। ତାଙ୍କ ଅଭିନୀତ ଫିଲ୍ମ...

ରଣବୀରଙ୍କ ନାୟିକା ସାଜିବେ ଶାଳିନୀ

ବମ୍ବେ: ନିଜର ଆଗାମୀ ଚଳଚ୍ଚିତ୍ରରେ ଜଣେ ଦକ୍ଷିଣ ଭାରତୀୟ ହିରୋଇନ୍‌ଙ୍କ ସହ ରୋମାନ୍ସ କରିବେ ରଣବୀର ସିଂହ। ଫିଲ୍ମ ‘ଜୟେଶଭାଇ ଜୋରଦାର୍‌’ରେ ଅଭିନେତ୍ରୀ ଶାଳିନୀ ପାଣ୍ଡେଙ୍କ...

ଅପେକ୍ଷା ଡିସେମ୍ବରକୁ

କରୀନା ଏବେ ବେଶ୍‌ ଉତ୍ସୁକତାର ସହ ଡିସେମ୍ବରକୁ ଅପେକ୍ଷା କରିଛନ୍ତି। ହେଲେ କ’ଣ ପାଇଁ ଜାଣନ୍ତି ? ସେହି ମାସ ୨୭ରେ ପରଦା ଉପରକୁ ଆସୁଛି...

Leave a comment

Your email address will not be published. Required fields are marked *