Posted inଜାତୀୟ

ସୁଧୁରୁନି ପାକିସ୍ତାନ: ୧୧ ମାସରେ କଶ୍ମୀରରେ ବଡ଼ ଧରଣର ୪ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୩।୬: ପାକିସ୍ତାନ ଭାରତ ଉପରେ ଦାଉ ସାଧୁଛି। ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନ ପଟୁ କୌଣସି ଆନ୍ତରିକତା ନାହିଁ। ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଓ ବାଲାକୋଟ୍‌ ଏୟାର ଷ୍ଟାଇକ୍‌ ପରେ ମଧ୍ୟ ପାକିସ୍ତାନ ସୁଧୁରି ପାରିନାହିଁ। ପୂର୍ବରୁ ପୁଲାଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟିଥିବାବେଳେ ଏବେ ଅନନ୍ତନାଗରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗତ ୧୧ ମାସ ମଧ୍ୟରେ କଶ୍ମୀରରେ ଏଭଳି ବଡ଼ ଧରଣର ୪ଟି ଆକ୍ରମଣ ହୋଇଛି। ୨୦୧୪ରୁ ୨୦୧୮ ମଧ୍ୟରେ ଜମ୍ମୁ-କଶ୍ମୀରରେ ଛୋଟବଡ଼ ୧୨ଶହ ୧୩ଟି ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ଏକ ଶହ ୮୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୮ଶହ ୩୮ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେହିପରି ଏହି ଆକ୍ରମଣରେ ଏକ ଶହ ୯୮ ଜଣ ଯବାନ ଶହୀଦ୍‌ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଗତ ୩ ବର୍ଷ ମଧ୍ୟରେ ପାକିସ୍ତାନ ୪ ହଜାର ୨ ଶହ ୮୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସେହିପରି ଏହି ସମୟ ମଧ୍ୟରେ ୭୪ଟି ଅନୁପ୍ରବେଶ ଘଟଣା ଘଟିଛି। ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତର ୭୦ ଯବାନ ଏବଂ ୭୦ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ଘଟଣାରେ ୨ଶହ ୫୬ ଯବାନ ଏବଂ ୩ଶହ ୭୩ ସଧାରଣ ଲୋକ ଆହତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ପାକିସ୍ତାନର ଏଭଳି କାର୍ଯ୍ୟ ଦ୍ୱାରା ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଳାଗି ରହିଛି।


All Right Reserved By Dharitri.Com

ଏବେ ବ୍ୟାଙ୍କରୁ କରଜ ନେବା ହେବ ଶସ୍ତା: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି କି ଏବେ ବ୍ୟାଙ୍କ ଗୁଡିକୁ ଅଗ୍ରୀମ ୭୦ହଜାର କୋଟି ଟଙ୍କା ପ୍ରଦାନ...

ଭୋଟଗ୍ରହଣ କେନ୍ଦ୍ରରେ ଭୋଟିଂ ଅଧିକାରୀଙ୍କ ମୃତ୍ୟୁ

ରାୟପୁର,୨୩।୯: ଛତିଶଗଡ଼ ଦନ୍ତଓ୍ବାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାଠାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜାରି ରହିବ।...

ଯୁବତୀଙ୍କ ପେଟରୁ ବାହାରିଲା ଦେଢ଼କିଲୋ କେଶ

ଜୟପୁର,୩୧।୮: ରାଜସ୍ଥାନ ଡୁଙ୍ଗରପୁରରେ ଜଣେ ୨୪ ବର୍ଷ ବୟସ୍କା ଯୁବତୀଙ୍କ ପେଟରୁ ଦେଢ଼କିଲୋ ଓଜନର କେଶ ବାହାରିଛି। ଯୁବତୀ ଜଣକ ୪ ବର୍ଷ ଧରି କେଶ...

ଉଦ୍ଧବ ଦେଲେ ଶକ୍ତି ପରୀକ୍ଷା: ୧୬୯ ବିଧାୟକଙ୍କ ସମର୍ଥନ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶନିବାର ବିଧାନ ଭବନରେ ଶକ୍ତି ପରୀକ୍ଷା ଦେଇଛନ୍ତି। ଶକ୍ତି ପରୀକ୍ଷାରେ ଉଦ୍ଧବ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି। ୧୬୯...

ଇତିହାସ ରଚିବାକୁ ଯାଉଛି ଇସ୍ରୋ: ‘ଚନ୍ଦ୍ରଯାନ-୨’ର କାଉଣ୍ଟଡାଉନ୍‌ ଆରମ୍ଭ

ନୂଆଦିଲ୍ଲୀ, ୨୧।୦୭: ମହାକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଜୁଲାଇ ୨୨ ତାରିଖ ଅପରାହ୍ନ ୨ଟା ୪୩ ମିନିଟରେ ମହାକାଶକୁ...

ରାଷ୍ଟ୍ରଦୂତ ପଦରୁ ହଟିଲେ ରେଣୁ ପଲ୍‌

ନୂଆଦିଲ୍ଲୀ,୩୦।୧୨(ଆଇଏଏନ୍‌ଏସ୍‌): ଅଷ୍ଟ୍ରିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ରେଣୁ ପଲ୍‌ଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ସେ ସେଠାରେ ମାସକୁ ୧୫ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ...

କରୋନା ସଂକ୍ରମଣ ଭୟରେ ଆତ୍ମହତ୍ୟା କଲେ ୫୦ ବର୍ଷ ବୟସ୍କ ବ୍ୟକ୍ତି

ତିରୁପତି,୧୨।୨: ଆନ୍ଧ୍ରପ୍ରଦେଶରେ ଜଣେ ବ୍ୟକ୍ତି କରୋନା ଭୁତାଣୁ ସଂକ୍ରମଣ ଭୟରେ ଆତ୍ମହତ୍ୟା କରିଛନ୍ତି। ଚିତୋର ଜିଲାର ସେଶାମନାଇଡୁ କାଣ୍ଡ୍ରିଗା ଗାଁରେ ବାସ କରୁଥିବା ୫୦ ବର୍ଷ...

ଲକ୍ଷ୍ମୀଙ୍କ ପ୍ରତିକ ଭାବେ ନୂଆ କାର୍‌ରେ ନିଜ ଝିଅର ଅଳତା ପାଦ ଚିହ୍ନ ଲଗାଇଲେ ନାଗେଶ

ମୁମ୍ବାଇ,୯।୧: ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଏବେ ଏକ ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ଆସିଛନ୍ତି ଚର୍ଚ୍ଚାକୁ। ସେ ତାଙ୍କର ଏକ ନୂଆ କାର୍‌ କିଣିବା ପରେ ଲକ୍ଷ୍ମୀଙ୍କ...

Leave a comment

Your email address will not be published. Required fields are marked *