ରକ୍ତଦାନ କରି ପାଳିତ ହେଲା ରେଡ୍‌କ୍ରସ୍‌ ଦିବସ

ବୌଦ୍ଧ,୮।୫(ସ୍ବ.ପ୍ର.)-ଶୁକ୍ରବାର ବୌଦ୍ଧ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ରେଡକ୍ରସ ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ନିରାଡମ୍ବର ଭାବେ ପାଳିତ ହୋଇଥିଲା। ଏଥିରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି, ୫ମ ଭାରତୀୟ ରିଜର୍ଭ ବାଟାଲିୟନର କମାଣ୍ଡାଣ୍ଟ ବିଜୟ ପ୍ରସାଦ ବାବୁ, ଉପଜିଲାପାଳ ଏନ୍‌.ସି. ଜ୍ୟୋତିରନ ନାଏକ ଓ ସହକାରୀ ଜିଲାପାଳ ଶାନ୍ତିସୁଧା ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରେଡକ୍ରସର ମହତ୍ୱ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅଶୋକ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବୌଦ୍ଧ ରେଡକ୍ରସ ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ୩୦ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଜାତୀୟ ଯୁବ ପ୍ରକଳ୍ପ, ଜୀବନଜ୍ୟୋତି କ୍ଲବ୍‌, ଯୁବ ରେଡକ୍ରସର କାର୍ଯ୍ୟକର୍ତ୍ତାମାନେ ଏହି ଶିବିରକୁ ପରିଚାଳନା କରିଥିଲେ।


All Right Reserved By Dharitri.Com

ସମୁଦ୍ରରେ ବୁଡ଼ିଲା ଡଙ୍ଗା: ଜଣେ ମସ୍ୟଜୀବୀଙ୍କ ଜୀବନ ଗଲା, ୪ ପହଁରି ପହଁରି କୂଳକୁ ଫେରିଲେ

ଗଞ୍ଜାମ,୨୫।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟାରେ ସମୁଦ୍ରରେ ଡ଼ଙ୍ଗା ବୁଡିଯିବାରୁ ଜଣେ ମସ୍ୟଜୀବୀଙ୍କ ମୃତ୍ୟ ଘଟିଛି। ଅନ୍ୟ ୪ ମତ୍ସ୍ୟଜୀବୀ ପହଁରି ପହଁରି...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଧାର୍ଯ୍ୟ ସମୟରେ ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କ ସାମୂହିକ ଶପଥ

କର୍ଲାମୁଣ୍ଡା,୧୯।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀମାନେ ମଙ୍ଗଳବାର ଏକାଠି ହୋଇ ଧାର୍ଯ୍ୟ ସମୟରେ ଗୃହ ନିର୍ମାଣ କାର୍ଯ୍ୟ...

କୃଷ୍ଣପ୍ରସାଦରେ ଲାଗିଲା ଆଣ୍ଡାମାନ ବୋଟ

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୨୬।୧୦(ଡି.ଏନ୍‌.ଏ.): ଆଣ୍ଡାମାନ ଦ୍ବୀପରେ ବ୍ୟବସାୟ କରୁଥିବା ଏକ ବୋଟ ସାମୁଦ୍ରିକ ଝଡ଼ରେ ବାଟବଣା ହୋଇ ଗୁରୁବାର ରାତିରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଖିରିସାହି...

ରଥ ଆଶା ଛାଡ଼ିଲେ ମହାରଣା ସେବକ

ପୁରୀ ଅଫିସ, ୬।୫: କରୋନା ପାଇଁ ଏଥର ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ରଥ ଅନୁକୂଳ ପରଠାରୁ ଇତିମଧ୍ୟରେ...

ବିହାରୀ ମଦ ଭାଟିରେ ମାଓବାଦୀଙ୍କ ତାଣ୍ଡବ

କୋରାପୁଟ ଅଫିସ/ଜୟପୁର(ନି.ପ୍ର.), ୧୦।୮: କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ହନୁମାନ ମନ୍ଦିର ନିକଟ ତଥା ଡୁମୁରିଗୁଡା ଗଁ।ରେ ଶୁକ୍ରବାର ମାଓବାଦୀଙ୍କ ଉନ୍ମତ କାଣ୍ଡ ଭିଆଇଛନ୍ତି।...

ଗନ୍ଧମାର୍ଦ୍ଦନ ଖଣି ପରିସରରେ ଦୁର୍ଘଟଣା: ଟ୍ରକ ଚାଳକ ମୃତ, କ୍ଷତିପୂରଣ ଦାବିରେ ଓଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

କେନ୍ଦୁଝର,୧୬।୭(ସ୍ବ.ପ୍ର.):କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଶୁଆକାଠି ଗନ୍ଧମାର୍ଦ୍ଦନ ଖଣି ପରିସରରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଗାଡି ଚାଳକ ତଥା ଟ୍ରକ ମାଲିକଙ୍କ...

ପୃଥକ ୨ଟି ସ୍ଥାନରେ କାନ୍ଥପଡି ଦୁଇ ମହିଳା ଗୁରୁତର

ଆନନ୍ଦପୁର,୨୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପୃଥକ ଦୁଇଟି ସ୍ଥାନରେ କାନ୍ଥପଡି ଦୁଇ ମହିଳା ଗୁରୁତର ଆହତ ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ...

ବିନା ପାସ୍‌ରେ ଆଉ ଗଡିବନି ଗାଡି

ବରଗଡ଼ ଅଫିସ,୮।୪: ଘାତକ କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଦୋକାନ, ବଜାର ପରେ ବରଗଡ଼ ଜିଲା...

Leave a comment

Your email address will not be published. Required fields are marked *