ଲକ୍‌ଡାଉନ ମଧ୍ୟରେ ମା’ ହେଲେ ଟିଏମ୍‌ସି ଏମ୍‌ପି: ଝିଅର ନାଁ ରଖିଲେ ‘କରୋନା’

ହୁଗଳି,୮।୫: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଇତିମଧ୍ୟରେ କେତେଜଣ ଦମ୍ପତି ତାଙ୍କ ନବଜାତକଙ୍କ ନାଁ ଭାଇରସର ନାଁ ଅନୁସାରେ ରଖୁଥିବା ଦେଖାଯାଇଛି। ଏଥିରେ ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ଏମ୍‌ପି ଅପରୂପା ପୋଦାରଙ୍କ ନାଁ ଯୋଡି ହୋଇଯାଇଛି। ଗୁରୁବାର ସେ ଜନ୍ମ ଦେଇଥିବା କନ୍ୟା ସନ୍ତାନର ଡାକ ନାଁ ରଖିଛନ୍ତି ‘କରୋନା’। ଏମ୍‌ପିଙ୍କ ସ୍ବାମୀ ମହମ୍ମଦ ସକିର ଅଲି କହିଛନ୍ତି, ସେ ତାଙ୍କ ଜନ୍ମିତ କନ୍ୟା ଓ ଅନ୍ୟମାନଙ୍କୁ ଭବିଷ୍ୟତରେ ମନେପକାଇ ଦେବାକୁ ଚାହିଁଛନ୍ତି ଯେ କେଉଁ କଠିନ ପରିସ୍ଥିତିରେ ତାଙ୍କ ଝିଅ ‘କରୋନା’ର ଜନ୍ମ ହୋଇଥିଲା। କେମିତି କରୋନା ମାହାମାରୀ ବ୍ୟାପିଥିବା ବେଳେ ଲୋକେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥିଲେ। ଅନ୍ୟପଟେ ଅପରୁପା କହିଛନ୍ତି କରୋନା ଏବେ ସାରା ବିଶ୍ୱରେ ତାଣ୍ଡବ ରଚି ଚାଲିଛି ହେଲେ ଏହାକୁ ନ ଡରି ଆମେ ଏହା ସହ ଲଢିବା ଦରକାର। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ହୁଗଳି ଜିଲା ଆରମବାଗ ଆସନରୁ ଏମ୍‌ପି ଥିବା ଅପରୂପା ଗୁରୁବାର ଏକ ଘରୋଇ ନିର୍ସି ହୋମରେ କନ୍ୟା ସନ୍ତାନ ପ୍ରସବ କରିଛନ୍ତି। ଏହା ପୂର୍ବରୁ ତାଙ୍କର ଏକ ୬ ବର୍ଷର ପୁତ୍ର ରହିଛି। ୨୦୦୭ରେ ତାଙ୍କର ବିବାହ ହୋଇଥିଲା।


All Right Reserved By Dharitri.Com

୪କୋଟି ଆନ୍ତଃରାଜ୍ୟ ପ୍ରବାସୀ ପ୍ରଭାବିତ

ନୂଆଦିଲ୍ଲୀ,୨୪ା୪(ପି.ଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୫ରେ ଦେଶବ୍ୟାପୀ ଲକ୍‌ଡାଉନ ଲାଗୁ କରିଛନ୍ତି। ଏହା ମେ’୩ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଏହି ଲକ୍‌ଡାଉନ ଯୋଗୁ...

ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାର ଫଳ

ଗୋଟିଏ ଗଛରେ ୪୦ ପ୍ରକାର ଫଳ ଫଳୁଥିବା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆମେରିକାର ଭିଜୁଆଲ ଆର୍ଟସର ପ୍ରଫେସର ଓ୍ବାନ କେନ୍‌ ଏମିତି ଏକ...

ଏଠାରେ ଲୋକେ ଭୟରେ କରନ୍ତିନି ଦୁର୍ଗା ପୂଜା…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଯାଇଥାଏ। ଝାଡ଼ଖଣ୍ଡର ୪ଟି ଜିଲାରେ ଶାରଦୀୟ ଦୁର୍ଗା ପୂଜା ପାଳିତ ହୋଇ ନ ଥାଏ। ଏଠାରେ ବାସ...

ଅଯୋଧ୍ୟାର ଗୁମନାମୀ ବାବା ହିଁ ଥିଲେ ସୁଭାଷ ବୋଷ: ଆମେରିକା ହସ୍ତାକ୍ଷର ଯାଞ୍ଚ୍‌କର୍ତ୍ତାଙ୍କ ରିପୋର୍ଟ ପୁସ୍ତକରେ ପାଇଲା ପ୍ରକାଶ

ନୂଆଦିଲ୍ଲୀ,୨୫।୪: ଅଯୋଧ୍ୟାରେ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ଶେଷ ଜୀବନ ବିତାଇଥିବା ଗୁମନାମୀ ବାବା ହିଁ ନେତାଜୀ ସୁଭାଷ ବୋଷ ଥିଲେ। ଏନେଇ ଏକ ପୁସ୍ତକରେ ଦର୍ଶାଯାଇଛି।...

ଘରେ ବନ୍ଦୀ ହୋଇ ରହୁଛନ୍ତି କରୋନା ଯୋଦ୍ଧାଙ୍କ ୭ ବର୍ଷର ଶିଶୁ

ଭିଲଓ୍ବାରା,୧୪।୪: ରାଜସ୍ଥାନର ସରୋଜ କୁମାର କନଷ୍ଟେବଳ ଭାବେ କାମ କରନ୍ତି। ଏବେ ସେ କରୋନା ଯୋଦ୍ଧା ଭାବେ ନିଜର କାର୍ଯ୍ୟରେ ଯୋଗ ଦେଉଥିବା ବେଳେ ନିଜର...

ଗାଁରେ ପୂର୍ବରୁ ଥିଲେ ୨୦୦ ଲୋକ, ଏବେ ରହୁଛନ୍ତି ଜଣେ: ଚକିତ କରିପାରେ କାରଣ..

ପ୍ରତ୍ୟେକ ଦେଶରେ ସହର ଏବଂ ଗାଁ ଦେଖିବାକୁ ମିଳିଥାଏ। ସହରୀ ଜୀବନ ଧାଁ ଧଉଡ଼ରେ କଟୁଥିବାବେଳେ ଗାଁରେ ରହିଥାଏ ନୈସର୍ଗିକ ସୁଖ। କିନ୍ତୁ ରୋଜଗାର ଆଶାରେ...

ବିଚାରପତି ମୁରଲିଧରଙ୍କ ବଦଳିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିଶ ଏସ୍‌ ମୁରଲିଧରଙ୍କ ବଦଳିକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ରାତି ଅଧରେ ତାଙ୍କୁ ବଦଳି କରାଯାଇ ଏବେ...

ଅଫେରା ରାଇଜରେ ସାହିତ୍ୟକାର, ଅଭିନେତା ଗିରିଶ କନ୍ନଡ଼

ବେଙ୍ଗାଲୁର୍‌,୧୦।୬: ସାହିତ୍ୟକାର ତଥା ଲୋକପ୍ରିୟ ଅଭିନେତା ଗିରିଶ କନ୍ନଡ଼ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ମଲ୍ଟିପୁଲ୍‌ ଅର୍ଗାନ୍‌ ଫେଲ୍ୟୁର ଯୋଗୁ...

Leave a comment

Your email address will not be published. Required fields are marked *