Posted inଫୁରସତ

୩ ଫୁଟ ବରକୁ ୪ ଫୁଟ କନ୍ୟା

ମୁମ୍ବାଇ,୮।୫: କରୋନା ଭାଇରସ ପାଇଁ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ। ଏହି ସମୟରେ ପୂର୍ବନିର୍ଦ୍ଧାରିତ ତାରିଖ ଅନୁଯାୟୀ ଲୋକେ ବିବାହ ଭଳି କାର୍ଯ୍ୟ ସମ୍ପାଦନ କରି ନ ପାରି ଏହାକୁ ଘୁଞ୍ଚାଇ ଦେଉଥିବା ଦେଖାଯାଇଛି। ହେଲେ ମହାରାଷ୍ଟ୍ରରେ ଏମିତି ଏକ ବିବାହ ଅନୁଷ୍ଠିତ ହୋଇଛି ଯାହା ଆସିଛି ଚର୍ଚ୍ଚାକୁ। ବିବାହ କରୁଥିବା ବରଙ୍କ ବୟସ ୨୯ ବର୍ଷ ହୋଇଥିବା ବେଳେ କନ୍ୟାଙ୍କ ବୟସ ଥିଲା ୧୯। ହେଲେ କନ୍ୟାଙ୍କ ଉଚ୍ଚତା ୪ ଫୁଟ ଥିବା ବେଳେ ବରଙ୍କ ଉଚ୍ଚତା ୩ ଫୁଟ ହୋଇଥିବାରୁ ଏହା ଚର୍ଚ୍ଚାକୁ ଆସିଛି। ସୂଚନା ଅନୁସାରେ ମହାରାଷ୍ଟ୍ର ଭୁଲେ ଜିଲାର ଶିରପୁର ତହସିଲରେ ବୁଧବାର ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ୨୯ ବର୍ଷୀୟ ଝାମରୁ ରାଜେନ୍ଦ୍ର କୋଲି ଓ ୧୯ ବର୍ଷୀୟା ନୟନାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଉଭୟଙ୍କ ବିବାହ ପୂର୍ବରୁ ସ୍ଥିର ହୋଇଥିବା ବେଳେ କରୋନା ସଂକ୍ରମଣ ଯୋଗୁ ଏହା ବିଳମ୍ବରେ କରାଯାଇଥିବା କହିଛନ୍ତି ତାଙ୍କ ପରିବାର ଲୋକେ। ଏହି ବିବାହରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବା ସହ ପ୍ରାୟତଃ କୌଣସି ବନ୍ଧୁ ବାନ୍ଧବ ଯୋଗ ଦେଇ ନ ଥିବା କୁହାଯାଏ।


All Right Reserved By Dharitri.Com

ବିଶ୍ୱର ସବୁଠୁ ଛୋଟ ଲାପ୍‌ଟପ୍‌ : ସ୍କ୍ରିନ୍‌୧ ଇଞ୍ଚ, ଡିସ୍‌ପ୍ଲେ ୦.୯୬ ସେ.ମି.

ଆମେରିକାର ଆଇଟି ଇଞ୍ଜିନିୟର ପଲ୍‌ କ୍ଲିଙ୍ଗର ବିଶ୍ୱର ସବୁଠୁ ଛୋଟ ଲାପ୍‌ଟପ୍‌ ତିଆରି କରିଛନ୍ତି। ଏହି ଲାପ୍‌ଟପ୍‌ର ସ୍କ୍ରିନ୍‌ ମାତ୍ର ୧ ଇଞ୍ଚ। ଏହାର ଡିସ୍‌ପ୍ଲେ...

ନିଲାମ ହେବ ଆଇନ୍‌ଷ୍ଟାଇନଙ୍କ ପିଲାଦିନର ଖେଳନା

ନ୍ୟୁୟର୍କ: ଆର୍ଲବଟ ଆଇନ୍‌ଷ୍ଟାଇନଙ୍କ ପିଲାଦିନର ପ୍ରିୟ ଖେଳନା ମୋଜାଇକ୍‌ ପର୍ଲ ଗେମ୍‌ ଆସନ୍ତା ମାସରେ ନିଲାମ ହେବ। ଏହା ୬୦ ହଜାର ଡଲାର ଅର୍ଥାତ୍‌ ଭାରତୀୟ...

ଦକ୍ଷିଣ ଏସିଆ ପ୍ରସିଦ୍ଧ ପଦ୍ମସମ୍ଭବ ବୌଦ୍ଧ ମହାବିହାର

ବୌଦ୍ଧଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ନିଜ ଜୀବନକାଳ ମଧ୍ୟରେ କେବେ ଓଡ଼ିଶାକୁ ଆସି ନ ଥିଲେ ମଧ୍ୟ ଏଠାରେ ୨୦୦ରୁ ଉର୍ଦ୍ଧ୍ୱ ବୌଦ୍ଧ କୀର୍ତ୍ତି ଦେଖିବାକୁ...

ଯେଉଁଠି ଦେବୀଦେବତାଙ୍କୁ ମିଳେ ଦଣ୍ଡ

ଅଦାଲତରେ ସାଧାରଣତଃ ମଣିଷମାନଙ୍କୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ସେମିତି ଗାଁ ଗଣ୍ଡାରେ ଦେବୀଦେବତାଙ୍କୁ ସାକ୍ଷୀ ରଖି ବିଭିନ୍ନ ପ୍ରକାର ମାମଲାର ସମାଧାନ କରାଯାଇଥିବା ମଧ୍ୟ...

ରବର କି ବୋର୍ଡ

ଆଜିକାଲି କମ୍ପ୍ୟୁଟର ଯୁଗ। କମ୍ପ୍ୟୁଟରର ଅନ୍ୟତମ ଅତ୍ୟାବଶ୍ୟକ ପାର୍ଟ ହେଲା କି ବୋର୍ଡ। ଏହା ସାଧାରଣତଃ କଠିନ ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥାଏ। ଅସାବଧାନତାରୁ ଯଦି ଏହା...

ଯୌତୁକ ନ ନେବାକୁ ସର୍ତ୍ତ ରଖିଲେ ଶିକ୍ଷକ ଜ୍ୱାଇଁ: ଲକ୍ଷେ ଟଙ୍କାର ପୁସ୍ତକ ଉପହାର ଦେଲେ ଶ୍ୱଶୁର

ଆଇନ ଅନୁଯାୟୀ ଯୌତୁକ ମାଗିବା ଏକ ଅପରାଧ। ମାତ୍ର ଆମ ସମାଜରେ ଯୌତୁକ ମାଗିବା ଯେପରି ଏକ ପ୍ରଥା ପାଲଟିଛି। ଭାରତରେ ବୋଧହୁଏ ଏମିତି କୌଣସି...

ଲକ୍‌ଡାଉନ: ମଜା କରିବାର ବେଳ

ନୂଆଦିଲ୍ଲୀ: ଲକ୍‌ଡାଉନରେ ରହିବା ଆଦୌ ବୋରିଂ ନୁହେଁ, ବରଂ ନିଜକୁ ଉପଭୋଗ କରିବାର ପ୍ରକୃଷ୍ଟ ସମୟ। ଏମିତି ଏକ ବାର୍ତ୍ତା ଦେଉଛି ସୋସିଆଲ ମିଡିଆରେ ଭିଡିଓ...

ଆସୁଛି ରାଖୀପୂର୍ଣ୍ଣିମା: ଶୁଣନ୍ତୁ ଏହି ଗୀତ, ଭଉଣୀଙ୍କ ସହ ସମ୍ପର୍କକୁ କରନ୍ତୁ ନିବିଡ଼

ଭଉଣୀ ଭାଇର ପବିତ୍ର ସମ୍ପର୍କକୁ ସୁଦୃଢ଼ କରିଥାଏ ରାଖୀ। ତେବେ ବର୍ଷରେ ଥରୁଟିଏ ଆସୁଥିବା ଏହି ରାଖୀପୂର୍ଣ୍ଣିମାକୁ ସବୁ ଭାଇଭଉଣୀ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।...

Leave a comment

Your email address will not be published. Required fields are marked *