Posted inଜାତୀୟ

ମୁସଲମାନ୍‌ ଯୁବକଙ୍କୁ ବିବାହ କଲେ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଝିଅ: ସୁରକ୍ଷା ପାଇଁ କୋର୍ଟରେ ଆବେଦନ

ଚଣ୍ଡିଗଡ଼,୧୩।୬: ହରିୟାଣା ଯମୁନାନଗରରେ ଜଣେ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଝିଅ ପଡ଼ୋଶୀ ମୁସଲମାନ୍‌ ଯୁବକଙ୍କୁ ବିବାହ କରିଛନ୍ତି। ଏନେଇ ପିତାଙ୍କ ପକ୍ଷରୁ ତାଙ୍କ ଝିଅକୁ ଅପହରଣ କରାଯାଇଥିବା ମାମଲା ଦାଏର କରାଯାଇଛି। ତେବେ ଇତିମଧ୍ୟରେ ସ୍ଥାନୀୟ ପଞ୍ଜାବ-ହରିୟାଣା ହାଇକୋର୍ଟରେ ଯୁବତୀଙ୍କ ସୁରକ୍ଷା ଲାଗି ଆବେଦନ ଦାଖଲ କରାଯାଇଛି। ଏହାର ଶୁଣାଣି ଜୁନ୍‌ ୧୭ରେ ହେବ। ଝିଅ ସାବାଳିକା ଥିବାରୁ ଏଥିରେ ସ୍ଥାନୀୟ ପୋଲିସ ହସ୍ତକ୍ଷେପ କରିବାକୁ ପଛଘୁଞ୍ଚା ଦେଇଥିଲେ। ପରେ ପିତା ଦିଲ୍ଲୀ ଫୋନ୍‌ କରି ଆର୍‌ଏସ୍‌ଏସ୍‌ ପଦାଧିକାରୀଙ୍କ ସହାୟତା ଲୋଡିଥିଲେ। ଅମ୍ବାଲା ଏଡିଜିପି ଆଲୋକ ରାୟ ଏବଂ ଯମୁନାନଗର ଅତିରିକ୍ତ ଏସ୍‌ପି ଆସ୍ଥା ମୋଦିଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଝିଅକୁ ଖୋଜିଥିଲେ ମଧ୍ୟ କୌଣସି ଖୋଜ୍‌ ଖବର ମିଳି ନ ଥିଲା। ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଝିଅ ନିଜ ନାମ ହୁମାୟରାକୁ ପରିବର୍ତ୍ତନ କରି ସମ୍ପୃକ୍ତ ଯୁବକଙ୍କୁ ବିବାହ କରିଥିବା ପିତା ଅଭିଯୋଗ କରିଛନ୍ତି। ଏନେଇ ତଦନ୍ତ ଜାରି ରହିଛି।


All Right Reserved By Dharitri.Com

ଜିନପିଙ୍ଗଙ୍କ ସୁରକ୍ଷା ପାଇଁ ୧୦ ଦିନ ଆଗରୁ ଉଠାଯାଉଥିଲା ଫଟୋ

ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମୋଦିଙ୍କ ସହ ତାଙ୍କର ଏହି ଅନୌପଚାରିକ ସାକ୍ଷାତ୍‌କାରକୁ ନେଇ ସୁରକ୍ଷା ବ୍ୟବସ୍ଥା...

ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଭେଟିଲେ ଅଯୋଗ୍ୟ ଘୋଷିତ ବିଧାୟକ

ବେଙ୍ଗାଲୁରୁ,୩।୮: କର୍ନାଟକର ଅଯୋଗ୍ୟ ଘୋଷିତ ବିଧାୟକ ଡ. ସୁଧାକର ଶନିବାର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କୁ ଭେଟିଛନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ...

ଦଙ୍ଗା ଓ ଭିଡ଼ ହିଂସାରେ ମୁତୟନ ମହିଳା ସୁରକ୍ଷାକର୍ମୀଙ୍କୁ ମିଳିବ ବଡ଼ି ଗିୟର

ନୂଆଦିଲ୍ଲୀ,୨୦।୭: ଦଙ୍ଗା ଏବଂ ଭିଡ଼ ହିଂସା ଆଦି ପାଇଁ ନିୟୋଜିତ ହେଉଥିବା ମହିଳା ସୁରକ୍ଷାକର୍ମୀଙ୍କୁ ସୁରକ୍ଷା ଚିନ୍ତା ଏବେ ସରକାରଙ୍କୁ ଘାରିଛି। ସେମାନଙ୍କୁ ବଡ଼ି ଗିୟର...

ବିଶ୍ୱ ଜନସଂଖ୍ୟା ଦିବସ: ୮ ବର୍ଷ ପରେ ଭାରତରେ ଦେଖାଯିବ ଜଳ ସଙ୍କଟ

ନୂଆଦିଲ୍ଲୀ,୧୧।୭: ସାରା ବିଶ୍ୱ ଜୁଲାଇ ୧୧କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରୁଛି। ପ୍ରଥମେ ଏହା ୧୯୮୯ରେ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଗର୍ଭନିଂ କାଉନସିଲ୍‌...

ଭାଜପା ସରକାର କିଛି ନୂଆ କରିପାରିବ ନାହିଁ: ରାହୁଲ

ନୁଆଦିଲ୍ଲୀ,୩।୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିହାସ କରିଛନ୍ତି। ଶନିବାର ରାହୁଲ ଟୁଇଟ୍‌ କରି କହିଛନ୍ତି ଭାଜପା...

‘ଅଭିଶାପରୁ ହୋଇଥିଲା କର୍‌କରେଙ୍କ ମୃତ୍ୟୁ’:୨୬/୧୧ ଶହୀଦଙ୍କ ପ୍ରତି ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ମନ୍ତବ୍ୟ

ଭୋପାଳ,୧୯ା୪(ପି.ଟି.): ୨୬/୧୧ ଆକ୍ରମଣବେଳେ ଶହୀଦ ହୋଇଥିବା ମୁମ୍ବାଇ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ମୁଖ୍ୟ ହେମନ୍ତ କର୍‌କରେଙ୍କ ପ୍ରତି ଭୋପାଳର ଭାଜପା ପ୍ରାର୍ଥୀ ତଥା ମାଲେଗାଓଁ...

କାଶ୍ମୀର ସମସ୍ୟା: ପୁଣି ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କଲେ ଟ୍ରମ୍ପ

ନୂଆଦିଲ୍ଲୀ, ୨।୮: କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଣି ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ଚାହିଁବେ...

୨୦୫୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ,୧୫।୯: ସୀମାରେ ପାକ୍‌ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ପାକିସ୍ତାନ ଦ୍ୱାରା ମଧ୍ୟ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *