ଜଙ୍ଗଲରୁ ଜନ୍ତୁ ଶିକାର ଉଦ୍ୟମ: ଶିକାରୀ ଗିରଫ, ବନ୍ଧୁକ ଜବତ

ଦେବଗଡ଼,୮ା୫(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ଲକ୍ଷ୍ମୀପୁର ବିଟ୍‌ ଅଧୀନ ବାବାଜୀମଠ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ବନ ବିଭାଗ କର୍ମଚାରୀମାନେ ଜଣେ ଶିକାରୀଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଓ ୩ଟି ଜନ୍ତୁଧରା ଫାଶ ଜବତ କରିଛନ୍ତି। ଲକ୍‌ଡାଉନର ସୁଯୋଗ ନେଇ ପଳସମା ଫରେଷ୍ଟ ସେକ୍ସନ ଅଧୀନ ବାବାଜୀମଠ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜନ୍ତୁ ଶିକାର ପାଇଁ ଜାଲ ବିଛାଯାଇଥିବା କୌଣସି ସୂତ୍ରରୁ ସୂଚନା ପାଇ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଉକ୍ତ ଜଙ୍ଗଲ ମଧ୍ୟରେ ଜନ୍ତୁଧରା ଫାଶ ଖଞ୍ଜୁଥିବା ଟିଙ୍କବୀର ଗ୍ରାମର ବାବୁଲି ବେହେରାଙ୍କୁ ବନ ବିଭାଗ କର୍ମଚାରୀମାନେ କାବୁ କରିବା ସହ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଓ ଜନ୍ତୁ ଶିକାର ପାଇଁ ବ୍ୟବହୃତ ୩ଟି ଫାଶ ଜବତ କରଥିବା ଜଣାପଡ଼ିଛି।


All Right Reserved By Dharitri.Com

କାଳ ସାଜିଛି ଲଗାଣବର୍ଷା : କାନ୍ଥପଡ଼ି ଜଣକ ଜୀବନ ଗଲା

ପୁରୀ ଅଫିସ,୨୫।୧୦: ଲଘୁଚାପ ଜନିତ ଲଗାଣବର୍ଷା କାଳ ସାଜିଥିବାବେଳେ ଶୁକ୍ରବାର ସକାଳେ ସହରର କୁମ୍ଭକାର ନିଯୋଗ ସମ୍ପାଦକ ରସାନନ୍ଦ ବିଷୋୟୀଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ...

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟନୀ ମ୍ୟାଚରେ କଟକ ବିଡ଼ାନାସୀ ବିଜୟୀ

ଗଣିଆ,୨୧ା୧(ଡି.ଏନ.ଏ.): ଗଣିଆ ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗଣିଆ ମିନି ଷ୍ଟାଡିୟମରେ ସୋମବାର ରାଜ୍ୟସ୍ତରୀୟ ଗଣିଆ କପ ଫୁଟବଲ ଟୁର୍ନାମେଣ୍ଟ ୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ...

କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: କେନ୍ଦ୍ର, ରାଜ୍ୟସରକାରଙ୍କ ସମସ୍ତ ଅଫିସ୍‌, ବ୍ୟାଙ୍କ ବନ୍ଦ

ଭବାନୀପାଟଣା,୧।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲାରେ ସ୍ଥାୟୀ ହାଇକୋର୍ଟ ପ୍ରତିଷ୍ଠା ଦାବି ନେଇ ଚାଲିଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । କଳାହାଣ୍ଡି ଜିଲା ଓକିଲ ସଂଘର ଆହ୍ବାନକ୍ରମେ...

ଧରାକୋଟ ବ୍ଲକରେ ଅଜଣା ଜନ୍ତୁ ଆତଙ୍କ, ୩୫ ଛେଳି ମୃତ

ଧରାକୋଟ,୧୭।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ତଉଗାଁ ପଞ୍ଚାୟତ ଅନ୍ତର୍ଗତ ବାହାଡ଼ାଗୁଡ଼ା ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଅଜଣା ଜନ୍ତୁ ଆକ୍ରମଣରେ ଗ୍ରାମର...

ଭାରତ୍‌ କୀ ଖୋଜ୍‌ ଅଭିଯାନରେ କେରଳ ଯୁବକ: ବାଇକ୍‌ରେ ବୁଲିବେ ୪ ଦେଶ

ପୁରୀ ଅଫିସ, ୨୭ା୭: ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ବହନ କରୁଛି ଭାରତ। ଏହାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଲୋକକଳା ବେଶ୍‌ ସମୃଦ୍ଧ। ଯିଏ...

ବଜ୍ରପାତରେ ୨ ମୃତ, ୨ ଗୁରୁତର

କାମାକ୍ଷାନଗର,୨୩।୮(ଡି.ଏନ୍‌.ଏ.)-ଢେଙ୍କାନାଳ କାମାକ୍ଷାନଗର ଏବଂ କଙ୍କଡ଼ାହାଡ଼ ବ୍ଲକରେ ଶୁକ୍ରବାର ପୃଥକ୍‌ ସ୍ଥାନରେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ବାଲିପଡ଼ା...

ଭିଜିଲାନ୍ସ ହାତରେ ମାଲକାନଗିରି ଜିଲା ଯୋଗାଣ ଅଧିକାରୀ

ଜୟପୁର, ୧୭।୮(ନି.ପ୍ର.): ମାଲକାନଗିରି ଜିଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଖବର ଲେଖାଯିବା ସୁଦ୍ଧା କାଗଜ ପତ୍ର ଯାଞ୍ଚ କରାଯାଉଥିବା...

୨ ପରିବାର ମଧ୍ୟରେ ସଂଘର୍ଷ, ୬ ଆହତ

ଭଞ୍ଜନଗର,୧୦ା୧୦(ଡି.ଏନ୍‌.ଏ.)-ଭଞ୍ଜନଗର ଥାନା ତୁରୁମରେ ସୋମବାର ରାତିରେ ୨ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ୬ରୁ ଉର୍ଦ୍ଧ୍ୱ ଆହତ...

Leave a comment

Your email address will not be published. Required fields are marked *