ଏଥର ରଜରେ..

ଚଳିତବର୍ଷ ରଜରେ ଦୁଇଟି ସିନେମା-‘ତୁ ମୋ ଲଭ୍‌ ଷ୍ଟୋରି-୨’ ଏବଂ ‘ଗୋଲମାଲ୍‌ ଲଭ୍‌’ ପରଦା ଉପରକୁ ଆସୁଛି। ଖାସ୍‌ କଥା ହେଲା ଏହି ଫିଲ୍ମଦ୍ୱୟ ଗୋଟିଏ ବ୍ୟାନର (ତରଙ୍ଗ ସିନେ ପ୍ରଡକ୍ସନ)ରେ ନିର୍ମିତ ହୋଇଛି। ତାପସ ସରଘରିଆଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ତୁ ମୋ ଲଭ୍‌ ଷ୍ଟୋରି’ରେ ସ୍ବରାଜ-ଭୂମିକା ଯୋଡିକୁ ରିପିଟ୍‌ କରାଯାଇଛି। ଲଭ୍‌,ଇମୋଶନକୁ ନେଇ ପ୍ରସ୍ତୁତ ଏହି ସିନେମାରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ପ୍ରେମ ଆନନ୍ଦ। ଏହି ଯୋଡି ବ୍ୟତୀତ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ ଏହି ବ୍ୟାନରରେ ତଥା ତାପସଙ୍କ ନିର୍ଦ୍ଦେଶନାରେ ପୂର୍ବରୁ ନିର୍ମିତ ହୋଇଥିଲା ଟିନ୍‌ ଏଜ ପ୍ରେମ କାହାଣୀକୁ ଆଧାର କରି ସିନେମା ‘ତୁ ମୋ ଲଭ୍‌ ଷ୍ଟୋରି’। ଏଥିରେ ପୂର୍ବରୁ ଶିଶୁ କଳାକାର ଭାବରେ ଅଭିନୟ କରିଥିବା ସ୍ବରାଜ ବାରିକ ଏବଂ ଭୂମିକା ଦାଶଙ୍କୁ ନାୟକ-ନାୟିକା ଭାବରେ ବ୍ରେକ୍‌ ମିଳିଥିଲା।
ଅନ୍ୟପକ୍ଷରେ ରଜ ମଇଦାନରେ ପୁଣି ଥରେ ଅବତୀର୍ଣ୍ଣ ହେଉଛନ୍ତି ଓଲିଉଡ୍‌ର ଫେଭରାଇଟ୍‌ ଯୋଡି ‘ଅଶୋକ ପତି ଏବଂ ବାବୁସାନ୍‌’। ଫିଲ୍ମଟି ହେଲା ‘ଗୋଲମାଲ ଲଭ୍‌’। କମେଡିର ଫୁଲ୍‌ ତଡକା ଏଥିରେ ଦର୍ଶକ ପାଇବେ ବୋଲି କହନ୍ତି ନିର୍ଦ୍ଦେଶକ। ଏହି ଫିଲ୍ମରେ ବାବୁସାନ୍‌ଙ୍କ ନାୟିକା ସାଜିଛନ୍ତି ତମନ୍ନା। ଏମାନଙ୍କ ବ୍ୟତୀତ ବିଜୟ ମହାନ୍ତି, ଇଲୁ ବାନାର୍ଜୀ, ଶ୍ରୀତମ ଦାସ, ଜୀବନ ପଣ୍ଡା ଏବଂ ନିକଟରେ ପରଲୋକଗତ ହାସ୍ୟ ଅଭିନେତା ସଲିଲ ମିତ୍ର ମଧ୍ୟ ଅଭିନୟ କରିଛନ୍ତି। ସ୍ବର ସଂଯୋଜକ ଅଭିଜିତ ମଜୁମଦାର ମଧ୍ୟ ନିଜ ଗୀତଗୁଡ଼ିକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି।
ଏହି ଫିଲ୍ମ ଦ୍ୱୟ ବ୍ୟତୀତ ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ଏବଂ ପପୁ ପମପମଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ଚିରକୁଟ୍‌’ ରିଲିଜ ହେବାର ଯୋଜନା ରହିଛି। ଏଥିରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ନବାଗତ ଯୋଡି ‘ଅରୋଜିତ-ଅନନ୍ୟା’।


All Right Reserved By

ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭଲପାଇ ବସିଥିଲେ ବୈଜୟନ୍ତୀ

ମୁମ୍ବାଇ: ବୈଜୟନ୍ତୀ ମାଲା ବାଲି। ୭୦ ଦଶକର ଆଗଧାଡିର ବଲିଉଡ୍‌ ନାୟିକା। ଆଜି ସେ ୮୩ ବର୍ଷରେ ପାଦ ରଖିଛନ୍ତି ସତ ହେଲେ ଏବେବି ସେ...

ରିଲିଜ୍‌ ପୂର୍ବରୁ ସୁପରହିଟ୍‌ ହେଲା ଫିଲ୍ମ ‘ସାହୋ: ୨୪ ଘଣ୍ଟାରେ ୧ କୋଟିରୁ ଉର୍ଦ୍ଧ୍ୱ ଦର୍ଶକ ଦେଖିଲେଣି ଟ୍ରେଲର

ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଷ୍ଟାରର ଫିଲ୍ମ ’ସାହୋ’ର ଜବରଦସ୍ତ ଟ୍ରେଲର ରିଲିଜ ହୋଇଛି। ଫିଲ୍ମର ଟିଜର୍‌ ଏବଂ ଗୀତ...

୧୫ କୋଟି ଟଙ୍କା କ୍ଷତି ସହିବେ ଭଂସାଲୀ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀ ଏବେ ୧୫ କୋଟି ଟଙ୍କା କ୍ଷତି ସହିବେ ବୋଲି ଜଣାପଡିଛି। କାରଣ ସେ ତାଙ୍କ ଆଗାମୀ...

ପୁଣି ‘ଆକ୍ସନ’ ଅବତାରରେ କଙ୍ଗନା

‘ମଣିକର୍ଣ୍ଣିକା, ଦି କ୍ୱିନ୍‌ ଅଫ୍‌ ଝାନ୍‌ସୀ’ ହେଉ ବା ‘ଜଜ୍‌ମେଣ୍ଟାଲ ହେ କ୍ୟା’ ହେଉ, ଭଳି ଫିଲ୍ମରେ ଅଭିନୟ କରିଥିବା ବଲିଉଡର ହଟ୍‌କେ ଗାର୍ଲ କଙ୍ଗନା...

ଦୁଇ ଭଉଣୀଙ୍କ ପାଇଁ ଟାଟୁ କଲେ ହର୍ଷବର୍ଦ୍ଧନ

ବଲିଉଡ୍‌ ଅଭିନେତା ଅନିଲ କପୁରଙ୍କ ପୁଅ ତଥା ଅଭିନେତା ହର୍ଷବର୍ଦ୍ଧନ ଦୁଇ ଭଉଣୀଙ୍କ ନାଁରେ ଟାଟୁ କରିଛନ୍ତି। ନିଜ ଇନଷ୍ଟାଗ୍ରାମରେ ସେ ଏକ ଫଟୋ ଶେୟାର୍‌...

ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଲେ ଏହି ଅଭିନେତାଙ୍କ ଝିଅ

ଇଟାଲିୟନ୍‌ ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା। ଇନଷ୍ଟାଗ୍ରାମରେ ନିଜ ବୟଫ୍ରେଣ୍ଡ୍‌ଙ୍କ ଫଟୋ ପୋଷ୍ଟ କରି ତାଙ୍କୁ ଏକ ଭାବବିହ୍ବଳ...

ବିରାଟଙ୍କ ଏହି ଗୁଣ ମୋତେ ଆଶ୍ଚର୍ଯ୍ୟ କରିଛି: ଅନୁଷ୍କା

ଆଇସିସି ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏବେ ଖୁବ୍‌ ଆଲୋଚନା ଚାଲିଛି। ସାଥୀ ଖେଳାଳି ରୋହିତ ଶର୍ମାଙ୍କ...

ରୋମାନ୍ସରେ ବୁଡିଲେ ସନ୍ନିଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ ନାୟକ ସନ୍ନି ଦେଓଲଙ୍କ ପୁଅ କରନ ଦେଓଲ ଏବେ ରୋମାନ୍ସରେ ବୁଡି ରହିଥିବା ଦେଖିବାକୁ ମିଳିଛି। ସନ୍ନିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଲ୍‌ ପଲ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *