ଆଧାରକାର୍ଡ ସଂଯୋଗ ଆଳରେ ଠକେଇ: ୫୦ ଗ୍ରାମବାସୀଙ୍କ ଜମାଖାତାରୁ ଅର୍ଥ ହଡ଼ପ

ବୈପାରିଗଡ଼ା,୭ା୫ (ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗଡ଼ା ବ୍ଲକ ସଦର ପଞ୍ଚାୟତ ସନ୍ତେଇପଟ ଓ ଅମଳାଭଟ୍ଟା ଗ୍ରାମବାସୀ ଠକେଇର ଶିକାର ହୋଇଛନ୍ତି। ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଜଣେ ଯୁବକ ସେମାନଙ୍କ ଜମାଖାତାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଜାରି ରହିଛି। ଖବରରୁ ଜଣାପଡ଼ିଛି ଗତ ୨୪ ତାରିଖରେ ଏହି ୨ ଗ୍ରାମକୁ ବାହାର ଅଞ୍ଚଳର ଜଣେ ଯୁବକ ଆସି ନିଜକୁ ବ୍ୟାଙ୍କ କର୍ମଚାରୀ ଭାବେ ପରିଚୟ ଦେଇ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବର ସଂଲଗ୍ନ କରିବାକୁ କହି ଗ୍ରାମବାସୀଙ୍କୁ ଆଧାର କାର୍ଡ ମାଗିଥିଲେ। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କଠାରୁ ବାୟୋମେଟ୍ରିକ୍‌ ମେଶିିନରେ ଫିଙ୍ଗରପ୍ରିଣ୍ଟ ନେଇଥିଲେ। ପରେ ଗ୍ରାମବାସୀ ଆଇଓବିରେ ଥିବା ସେମାନଙ୍କ ଜମାଖାତାର ବାଲାନ୍ସ ଚେକ୍‌ କରିବାରୁ ପ୍ରତ୍ୟେକଙ୍କ ଜମାଖାତାରୁ ୫ଶହରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ହଡ଼ପ ହୋଇଥିବା ଜଣାପଡିଥିଲା। ସମସ୍ତଙ୍କର ମିଶି ମୋଟ ୧ ଲକ୍ଷ ୩୦ ହଜାର ଟଙ୍କା ହଡ଼ପ ହୋଇଥିବା ଜଣାପଡିଛି। ତେବେ ସମ୍ପୃକ୍ତ ଯୁବକ ଜଣକ କୁନ୍ଦୁରା ବ୍ଲକ ଅନ୍ତର୍ଗତ ବରଗୁଡ଼ା ଗ୍ରାମର ଅରୁଣ କମାର ସାବତ ବୋଲି ଜଣାପଡିବା ପରେ ଲୋକେ ତାଙ୍କୁ ଏଠାକୁ ଡକାଇଥିଲେ। ଏକ ବୈଠକ କରି ଟଙ୍କା ହଡ଼ପ ନେଇ ପଚରାଉଚରା କରିଥିଲେ। ପରେ ସେ ସବୁ ଟଙ୍କା ଫେରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ସେ ଟଙ୍କା ନ ଫେରାଇବାରୁ ଲୋକେ ବାଧ୍ୟ ହୋଇ ଗତ ୫ରେ ବୈପାରିଗୁଡ଼ା ଥାନାର ଦ୍ବାରସ୍ଥ ହୋଇଥିଲେ। ଏ ସମ୍ପର୍କରେ ଥାନା ଅଧିକାରୀ ଅଂଶୁମାନ ଦ୍ବିବେଦୀଙ୍କୁ ପଚାରିବାରୁ ସେ କହିଲେ ଯେ, ଲୋକେ କେମିତି ଟଙ୍କା ଫେରସ୍ତ ପାଇବେ ସେନେଇ ଉଦ୍ୟମ କରାଯାଉଛି। ସୂଚନାଯୋଗ୍ୟ ଯେ, କିଛି ମାସତଳେ ବ୍ଲକର ପଟ୍ରଗୁଡା ଗ୍ରାମର ଜଣେ ଚାଷୀଙ୍କ ଜମାଖାତାରୁ ୧୦ ହଜାର ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।


All Right Reserved By Dharitri.Com

ବିଜେତା ମୁକୁଟ ପିନ୍ଧିଲେ ହଂସିନୀ

ବାଲେଶ୍ୱର ଅଫିସ, ୧୮।୩-ବାଲେଶ୍ୱର କଚେରି ବଜାର ସ୍ଥିତ ପ୍ରଶାନ୍ତ ପ୍ରଧାନ ଓ ଭବାନୀ ପ୍ରଧାନଙ୍କ କନିଷ୍ଠକନ୍ୟା ହଂସିନୀ (୬) ବମ୍ବେରେ ଅନୁଷ୍ଠିତ ସର୍ବଭାରତୀୟ ଶୋ ଷ୍ଟପର...

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ପାଟଣା,୨୮।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣି ଘାଟି ପଞ୍ଚାୟତ ପଲାଣିଘାଟି ପାତା ସାହିର ଜନୈକା ମହିଳା ଶୁକ୍ରବାର ସକାଳୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି।...

ବାଘ ଛାଲ ଜବତ ଘଟଣା: ୪ କୋର୍ଟ ଚାଲାଣ

ଠାକୁରମୁଣ୍ଡା ,୧୧ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅଧୀନସ୍ଥ ଟଙ୍ଗାବିଲାଠାରେ ଥିବା ଏକ ପରିତ୍ୟକ୍ତ ଘରେ କଲରାପତରିଆ ବାଘ ଚମଡ଼ାକୁ ବିକ୍ରି ପାଇଁ...

ପ୍ରସିଦ୍ଧ ଚନ୍ଦନେଶ୍ୱର ପୀଠ ଉତ୍ସବମୁଖର

ଭୋଗରାଇ,୧୫।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ଭୋଗରାଇ ସ୍ଥିତ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଚନ୍ଦନେଶ୍ୱର ଶୈବପୀଠ ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ଉତ୍ସବମୁଖର ହୋଇଉଠିଛି। ଗୁରୁବାର ଶ୍ରାବଣ ପୂର୍ଣ୍ଣିମା ପାଳିତ...

ରାସ୍ତା ଅବସ୍ଥା ଶୋଚନୀୟଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଝୁମ୍ପୁରା ୧୬।୭(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଫକିରପୁର, ପଦ୍ମକେଶରପୁର, ବାଘିଆନଶା, କଙ୍କଡାଯୋଡି ଗାଁ ଲୋକେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ...

ଟ୍ରେନରେ କଟି ଯୁବକଙ୍କ ଜୀବନ ଗଲା

ଭଦ୍ରକ ଅଫିସ,୩।୧: ଗୁରୁବାର ବିଳମ୍ବିତ ରାତିରେ ଟ୍ରେନରେ କଟି ଭଦ୍ରକ ନୂଆ ବଜାର ଅଂଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଜଣକ ପଙ୍କଜ...

କୁମ୍ଭାରପଡ଼ା ଥାନା କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ

ପୁରୀ ଅଫିସ,୨୩ା୫: ଆଶ୍ୱସ୍ତ ହୋଇଛନ୍ତି କୁମ୍ଭାରପଡ଼ା ଥାନା କର୍ମଚାରୀ। ଜଣେ ଗିରଫ ଅଭିଯୁକ୍ତ କରୋନା ଆକ୍ରାନ୍ତ ଜଣାପଡ଼ିିବା ପରେ ଥାନା ଆଇଆଇସିଙ୍କଠାରୁ ଆରମ୍ଭ କରି ପ୍ରାୟ...

ଆଶା କର୍ମୀ, ୱାର୍ଡ ମେମ୍ବରଙ୍କୁ ଆକ୍ରମଣ

ଉଦଳା,୯ା୫(ଡି.ଏନ୍‌.ଏ.)- ସାରା ଦେଶ ଏବେ କରୋନା ସହିତ ମୁକାବିଲା କରୁଛି। ଏହି ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ। ମାତ୍ର ସେମାନଙ୍କୁ...

Leave a comment

Your email address will not be published. Required fields are marked *