ଅବକାରୀ ବିଭାଗ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ, ପୋଚ ଜବତ

ଦେବଗଡ,୭ା୫(ଡି.ଏନ.ଏ)-ଦେବଗଡ ଜିଲା ଅବକାରୀ ବିଭାଗ ପକ୍ଷରୁ ଦେବଗଡ ଥାନା ଅଧିନ କାଲକାଠ ଗ୍ରାମର ଅଲେଖ କିସାନଙ୍କ ଘରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯିବା ସହ ୧୬ କୁଇଣ୍ଟାଲ ଊର୍ଦ୍ଧ୍ୱ ମହୁଲ ପୋଚ ନଷ୍ଟ କରାଯାଇଛି। ଅଲେଖ ବେଆଇନ ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ନେଇ ଅବକାରୀ ବିଭାଗ ସୂଚନା ପାଇଥିଲା। ଖବରପାଇ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ୱରେ ସବ୍‌ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ସାହୁ, ରାଧାକାନ୍ତ ଭୋଇ, ଏଏସ୍‌ଆଇ ଦିଲୀପ ଶତପଥି, ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଚଢାଉ କରିଥିଲେ। ଚଢାଉ ସମୟରେ ଅବକାରୀ କର୍ତ୍ତୃପକ୍ଷଙ୍କୁ ଦେଖି ଅଲେଖ ଫେରାର ହୋଇଛନ୍ତି। ଫେରାର ଅଭିଯୁକ୍ତ ଅଲେଖଙ୍କ ନାମରେ ଏକ ଅବକାରୀ ମାମଲା ରୁଜୁ ହୋଇଛି।
ସେହିପରି ନିକଟସ୍ଥ ଜଙ୍ଗଲ ମଧ୍ୟରେ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୨ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହ ମଦ ତିଆରି ପାଇଁ ପ୍ରସ୍ତୁତ ହୋଇ ରହିଥିବା ୯୬୦ କିଲୋ ମହୁଲ ପୋଚ ନଷ୍ଟ କରାଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ।


All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ଦେବଗଡ଼/ରିଆମାଳ,୧୩।୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ବ୍ଲକ ଛତାବରସ୍ଥିତ ଜଟିଆନାଳୀଠାରେ ସୋମବାର ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ...

ବିଚାରାଧୀନ ବନ୍ଦୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ଗଲା

ଦେବଗଡ,୧୩।୫(ଡି.ଏନ.ଏ.)-କରୋନା ସଂକ୍ରମଣ ରୋକିବା ନିମନ୍ତେ ଦେବଗଡ଼ ସ୍ବତନ୍ତ୍ର ଉପକାରାଗାରର ବିଚାରାଧୀନ ବନ୍ଦୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି। ଅନ୍ତେବାସୀଙ୍କୁ ସାନିଟାଇଜର, ସାବୁନ...

ହାତୀ ଶାବକକୁ ଗୁଳିକରି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଜେଲ

ଦେବଗଡ଼,୩୧।୧୨(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ପଳସମା ସେକ୍ସନ ଅନ୍ତର୍ଗତ ବରଡାନାଳୀ ଗ୍ରାମରେ ୨୫ ତାରିଖ ରାତିରେ ଏକ ହାତୀ ଶାବକକୁ ଗୁଳିକରି ହତ୍ୟା କରାଯାଇଥିଲା।...

ଜନ୍ତୁ ଶିକାର ଲାଗି ଫାଶ ବିଛାବେଳେ ଧରାପଡିଲେ ଶିକାରୀ

ଦେବଗଡ, ୭।୫(ଡି.ଏନ.ଏ.):ଦେବଗଡ଼ ଜିଲା ଲକ୍ଷ୍ମୀପୁର ବିଟ୍‌ ଅଧୀନ ବାବାଜୀ ମଠ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଜଣେ ଶିକାରୀଙ୍କୁ ଧରିଛି। ତାଙ୍କ ନିକଟରୁ ଗୋଟିଏ ଦେଶୀ...

ଲକ୍‌ଡ଼ାଉନ୍‌ ଯୋଗଁ ତରଭୁଜ ଚାଷରେ ବ୍ୟାପକ କ୍ଷତି

ଦେବଗଡ଼,୩୧ା୩(ଡି.ଏନ୍‌.ଏ.)- ଲକଡ଼ାଉନ୍‌ କଟକଣା ଯୋଗୁ ଦେବଗଡ଼ ଜିଲାରେ ତରଭୁଜ ଚାଷରେ ବ୍ୟାପକ କ୍ଷତି ଘଟିଛି । ଗାଡିମୋଟର ଚଳାଚଳ କରୁ ନ ଥିବାରୁ ବେପାରୀ ତରଭୁଜ...

ଘରକୁ ଘର ବୁଲି ଚାଲିଛି ସର୍ଭେ

ଦେବଗଡ଼,୨୨ା୪(ଡି.ଏନ.ଏ)-ଦେବଗଡ଼ ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମିଶନ ମୁଡ୍‌ରେ ଚାଲିଛି ସର୍ଭେ ା ଅଙ୍ଗନଓ୍ବାଡି କର୍ମୀ, ସହାୟିକା, ଏଏନଏମ୍‌ ଏବଂ ଆଶାକର୍ମୀଙ୍କ ଟିମ୍‌ ଗ୍ରାମାଞ୍ଚଳ...

ଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତାର ପଞ୍ଚମ ସନ୍ଧ୍ୟା: ମଣିପୁରୀ ନାଟକ ‘ଓଁ ଶାନ୍ତି’, ଓଡିଆ ନାଟକ ‘ଗଛ’ ମଞ୍ଚସ୍ଥ

ଦେବଗଡ଼,୧୫।୧(ଡି.ଏନ.ଏ.) – ସ୍ଥାନୀୟ ଟାଉନହଲ୍‌ଠାରେ ଜାଗରଣ ଆର୍ଟ ଇଣ୍ଟର୍‌ନ୍ୟାଶନାଲ ପକ୍ଷରୁ ଗତ ୧୦ ତାରିଖଠାରୁ ୧୭ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ...

ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲା ଓକିଲ ସଂଘର ବନ୍ଦ ପାଳନ

ଦେବଗଡ଼,୨୬।୯(ଡି.ଏନ୍‌.ଏ.) : ଦେବଗଡ଼ ଜିଲା ଓକିଲ ସଂଘ ପକ୍ଷରୁ ପଞ୍ଚିମ ଓଡ଼ିଶା ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଗୁରୁବାର ସମସ୍ତ ସରକାରୀ, ବେସରକାରୀ,...

Leave a comment

Your email address will not be published. Required fields are marked *