ରାମାୟଣ ପ୍ରସାରଣର ବିଶ୍ୱ ରେକର୍ଡ ଦାବି ନେଇ ବିବାଦ: ସ୍ପଷ୍ଟୀକରଣ ଦେଲା ଦୂରଦର୍ଶନ

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣ ଟିଆରପି ରେଟିଂରେ ଅନେକ ରେକର୍ଡ ସୃଷ୍ଟି କରିଛି। ଏହା ମଧ୍ୟ କୁହାଯାଇଥିଲା ଯେ, ରାମାୟଣ ହେଉଛି ବିଶ୍ୱର ସବୁଠୁ ଅଧିକ ଲୋକ ଦେଖୁଥିବା କାର୍ଯ୍ୟକ୍ରମ। ଏହା ଏପ୍ରିଲ ୧୬ରେ ପ୍ରସାରିତ ହୋଇଥିଲା। ଏହାକୁ ୭ କୋଟି ୭୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। କିନ୍ତୁ ବର୍ତ୍ତମାନ ଶୋ’ର ଦର୍ଶକ ଏବଂ ବିଶ୍ୱ ରେକର୍ଡ ଦାବି ଉପରେ ବିବାଦ ଜୋର୍‌ ଧରିଛି। ଦୂରଦର୍ଶନ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି।
ଏହାକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ଉପରେ ପ୍ରସାର ଭାରତୀ ସିଇଓ ଶଶି ଶେଖର କହିଛନ୍ତି, ଆମେ ଜାଣୁ ଯେ, ଟିଭି ରେଟିଂ ସହିତ ବାହାରେ ମଧ୍ୟ ଅନେକ ଲୋକ ଏହି ଶୋ’ ଦେଖିଛନ୍ତି। ମୋବାଇଲ ଟିଭି ସେବା, ଯାହା ଜିଓ ଟିଭି ଏବଂ ଏମ୍‌ଏକ୍ସ ପ୍ଲେୟାର ପରି ଡିଡି ଚ୍ୟାନେଲ ସହିତ ଆସେ।‘ଯଦି ଆମେ ଏହି ସମସ୍ତ ଆକଳନ ଯୋଡ଼ିବା ଏବଂ ରାମାୟଣର ଦର୍ଶକଙ୍କ ବିଷୟରେ ଆଲୋଚନା କରିବା, ତେବେ ଲକ୍‌ଡାଉନ୍‌ ସମୟରେ ଏହାକୁ ୨୦୦ ମିଲିୟନ ଅର୍ଥାତ୍‌ ୨୦ କୋଟିରୁ ଅଧିକ ଲୋକ ଦେଖିଛନ୍ତି।
ସେ କହିଛନ୍ତି, ଏହାର ସଠିକ୍‌ ରେକର୍ଡ ଯଦିଓ ନାହିଁ ତଥାପି ଲକ୍‌ଡାଉନ୍‌ ସମୟରେ ଅନେକ ପରିବାର ଏକାଠି ହୋଇ ଏହି ଶୋ’ ଦେଖୁଛନ୍ତି। ଲୋକଙ୍କୁ ଘରେ ସୁରକ୍ଷିତ ରଖିବା ପାଇଁ ବ୍ରଡ୍‌କାଷ୍ଟିଂ କରାଯାଇଥିଲା।


All Right Reserved By Dharitri.Com

ଭୁଲରେ ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍‌ ଆସିଗଲେ କଟ୍ରିନା

ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍‌ କଳାକାରମାନେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସେମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିବା ଦେଖିବାକୁ ମିଳୁଛି। ଏଥିରୁ...

ଅଚଳ ଚଳଚ୍ଚିତ୍ର ଜଗତ

ଓଡ଼ିଆ ଚଳଚ୍ଚିତ୍ର ଅବସ୍ଥା ଏବେ ସଙ୍ଗିନ ଆଡ଼କୁ ଗତିକରୁଛି। କେବଳ ଟିଭି ଚ୍ୟାନେଲଗୁଡ଼ିକ ନିଜ ନିଜର ଚଳଚ୍ଚିତ୍ର ମାଧ୍ୟମରେ ହୋହଲ୍ଲା ଜାରି ରଖିଛନ୍ତି। ଏପରି ଅଚଳ...

ଆଖିରୁ ଲୁହ ଗଡ଼ାଇ ଟ୍ରୋଲ୍‌ ହେଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ସିଙ୍ଗର୍‌ ନେହା କକ୍କର ଏବେ ଚର୍ଚ୍ଚାରେ ଅଛନ୍ତି। ଛୋଟ ପରଦାରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିବା ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ...

୩୭ ବର୍ଷର ପରମ୍ପରା ଭାଙ୍ଗିଲେ ବିଗ୍‌ ବି: ରବିବାର ସନ୍ଧ୍ୟାରେ ଜଲ୍‌ସାରେ ଭେଟିବେନି ଲୋକଙ୍କୁ

ମୁମ୍ବାଇ: ବିଗ୍‌ ବି ପ୍ରତି ରବିବାର ଘର ବାହାରେ ସନ୍ଧ୍ୟାରେ ଲୋକଙ୍କୁ ଭେଟିଥାନ୍ତି। ଏହି ପରମ୍ପରା ୩୭ ବର୍ଷ ଧରି ୧୯୮୨ଠାରୁ ଜାରି ରହିଥିଲା। ତେବେ...

ଗର୍ଲଫ୍ରେଣ୍ଡ ଚକ୍କରରେ ସବ୍ୟସାଚୀ

ସବ୍ୟସାଚୀ ଏବେ ଗର୍ଲଫ୍ରେଣ୍ଡ ଚକ୍କରରେ ଅଛନ୍ତି। ଖୋଲା ମିଜାଜ, ବିନ୍‌ଦାସ ଲାଇଫ। ହେଲେ କ’ଣ ହେବ, ମନଲାଖି ସୁନ୍ଦରୀଟିଏ ମିଳିଲେ ସେ ତାକୁ ହୃଦୟର ଏପରି...

ବଲିଉଡ୍‌ର ‘ବ୍ୟାଡ୍‌ମ୍ୟାନ୍‌’ ଗୁଲ୍‌ଶନ: ପିଲାବେଳେ ବିକୁଥିଲେ ଲୁଗାସଫା ପାଉଡର

ମୁମ୍ବାଇ: ସଂଘର୍ଷ ବିନା କେହି ବି ଉଚ୍ଚ ସୋପାନରେ ପହଞ୍ଚି ପାରେନା, ସଫଳତାର ବାସ୍ତବ ସ୍ବାଦ ମିଳିପାରେନା। ବଲିଉଡ୍‌ରେ ଜଣେ ଅଭିନେତା ଭାବେ ପ୍ରତିଷ୍ଠିତ ହେବା...

ଅତୀତକୁ ମନେ ପକାଇଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ଦେଖାଯାଇଛି। କିଛିଦିନ ହେବ ସେ କିଛି ପୁରୁଣା ଫଟୋ ଇନଷ୍ଟାଗ୍ରାମରେ...

ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କ ପରଲୋକ

ମୁମ୍ବାଇ,୧୫।୮: ଟେଲିଭିଜନ ଦୁନିଆର ଲୋକପ୍ରିୟ ଧାରାବାହିକ ‘କୁଲ୍‌ଫି କୁମାର ବାଜଓ୍ବୋଲା’ର ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ଗୁରୁବାର ପରଲୋକ ହୋଇଛି। ଫୁସ୍‌ଫୁସ୍‌ ଓ ହୃଦରୋଗ ସମସ୍ୟାରେ ପୀଡିତ...

Leave a comment

Your email address will not be published. Required fields are marked *