ବାହାହେବାକୁ ପ୍ରସ୍ତୁତ ହେଲେଣି ଅରବାଜ !

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅରବାଜ ଖାଁ ପତ୍ନୀ ମଲାଇକାଙ୍କଠାରୁ ଅଲଗା ହେବା ପରେ ଯେତିକି ଚର୍ଚ୍ଚାକୁ ଆସି ନ ଥିଲେ ତା’ଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲେ ତାଙ୍କ ଗର୍ଲ ଫ୍ରେଣ୍ଡକୁ ନେଇ। ଅରବାଜଙ୍କୁ କିଛିଦିନ ହେବ ତାଙ୍କ ଗର୍ଲ ଫ୍ରେଣ୍ଡ ଜର୍ଜିଆଙ୍କ ସହ ଦେଖିକାବୁ ମିଳୁଛି। ଅରବାଜ ଯେ ଜର୍ଜିଆଙ୍କୁ ଡେଟ୍‌ କରୁଛନ୍ତି ଏକଥା ମଧ୍ୟ ସେ ସ୍ବୀକାର କରି ସାରିଛନ୍ତି। ହେଲେ ବିବାହକୁ ନେଇ ଉଭୟ କେବେ ବି ମୁହଁ ଖୋଲି ନାହାନ୍ତି। ନିକଟରେ ଜର୍ଜିଆ ଦେଇଥିବା ଏକ ସାକ୍ଷାତ୍‌କାରରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସମୟରେ ତାଙ୍କୁ ବିବାହ କଥା ପଚରା ଯିବାରୁ ସେ ଏହାକୁ ଏଡାଇ ଯାଇଥିଲେ। ସେ କହିଥିଲେ ଯେତେବେଳେ ଅରବାଜଙ୍କ ସହ ତାଙ୍କର ବିବାହ ହେବ ତାହା ସମସ୍ତେ ଜାଣିପାରିବେ ଏ ବିଷୟରେ ମୁଁ ବା ଅଧିକ କ’ଣ କହିବି। ଏହା ପୂର୍ବରୁ ମଧ୍ୟ ଅରବାଜ ଏକ ସାକ୍ଷାତ୍‌କାରରେ ଏଭଳି ଉତ୍ତର ଦେଇଥିଲେ। ସେ କହିଥିଲେ ମୁଁ ଜର୍ଜିଆଙ୍କ୍‌ୁ ଡେଟ୍‌ କରିବା କଥା ଠିକ୍‌। ହେଲେ ଏବେ ମୁଁ ଯେମିତି ଅଛି ଖୁସିରେ ଅଛି ବୋଲି ସେ କହିଥିଲେ। ତେବେ ଉଭୟଙ୍କୁ ବହୁଥର ଦେଖିବା ପରେ ଏମାନେ ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ବୋଲି ଆଲୋଚନା ହେଉଛି।


All Right Reserved By Dharitri.Com

ମୋଦିଙ୍କ ଶୁଭେଚ୍ଛା ଜଣାଇ ଟ୍ରଲ ହେଲେ ଶବାନା

ମୁମ୍ବାଇ,୨୪।୫: ଲୋକ ସଭା ନିର୍ବାଚନ ଫଳାଫଳ ଆସିବା ପରେ ସୋସିଆଲ ମିଡିଆରେ ମୋଦିଙ୍କ ସମର୍ଥକ ଓ ବିରୋଧୀଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଭଲ...

୨୨ରୁ ଜୀ ସାର୍ଥକ ରେ ‘ସୌଭାଗ୍ୟବତୀ’

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ମନୋରଞ୍ଜନ ଯୋଗାଉଥିବା ଜୀ ସାର୍ଥକ ଆଉ ଏକ ନୂଆ ମେଗା ଧାରାବାହିକ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ...

ଶାହାରୁଖ୍‌ଙ୍କୁ ସାନିଟାଇଜର ଦେଇ କରୋନା ସଚେତନତା ବାର୍ତ୍ତା ଦେଲେ କାଜଲ

କରୋନା ଭାଇରସ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମହାମାରୀ ଘୋଷିତ କରାଯାଇଛି। ଏହାକୁ ନେଇ ଭାରତରେ ମଧ୍ୟ ଆତଙ୍କ ଖେଳିଯାଇଛି। ଏ ନେଇ ସରକାର ଲୋକଙ୍କୁ...

ପୁଣି ଅନନ୍ୟାଙ୍କୁ ମିଳିଲା କରନଙ୍କ ଅଫର୍‌

ମୁମ୍ବାଇ: ବଲିଲଡ୍‌ ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେଙ୍କ ହାତରେ ଏବେ ଅଫର୍‌ ଉପରେ ଅଫର୍‌। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’...

ଶୁଟିଂ ସେଟ୍‌ରେ ବିକି କୌଶଲ ଆହତ: ମୁହଁରେ ପଡ଼ିଛି ୧୩ ଷ୍ଟିଚ୍‌

ମୁମ୍ବାଇ,୨୦।୪: ସଞ୍ଜୁ ଓ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ଅଭିନେତା ବିକି କୌଶଲ ଏବେ ସଫଳତାର ପାହାଚ...

୧୨ ବର୍ଷ ତଳେ ଗୋଟିଏ ରୁମ୍‌ ଥିବା ଘରେ ବାସ କରୁଥିଲେ ନେହା କକ୍କର: ଫଟୋ ଶେୟାର କରି ହେଲେ ଭାବୁକ

ମୁମ୍ବାଇ: ବଲିଉଡ୍‌ର ଗାୟିକା ନେହା କକ୍କର ୧୨ ବର୍ଷ ତଳେ ଥିବା ତାଙ୍କ ଅବସ୍ଥାର ଏକ ଫଟୋ ଇନଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ସେତେବେଳେ ସେ ଋଷିକେଶରେ...

‘ସୂର୍ଯ୍ୟବଂଶୀ’ରେ ଅକ୍ଷୟଙ୍କ ଷ୍ଟଣ୍ଟ୍‌

ମୁମ୍ବାଇ: ଆକ୍ସନ ପାଇଁ ବଲିଉଡରେ ପ୍ରିସିଦ୍ଧି ଅର୍ଜନ କରିବା ସହିତ ଦର୍ଶକଙ୍କ ପ୍ରଶଂସାଭାଜନ ହୋଇପାରିଛି ବୋଲି ବଲିଉଡ ଅଭିନେତା ଅକ୍ଷୟ କୁମାର ପ୍ରକାଶ କରିଛନ୍ତି। ୫୧...

କପିଲ ଶର୍ମାଙ୍କ ନୂଆ ଅବତାର

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ନୂଆ ଅବତାର ଦେକତ୍ବାକୁ ମିଳିଛି। କମେଡି ଛାଡି ସେ ଏବେ ସଙ୍ଗୀତ ଆଡକୁ ମୁହାଁଇଛନ୍ତି। ଗୁରୁ ନାନକ ଦେବଙ୍କ ୫୫୦ତମ...

Leave a comment

Your email address will not be published. Required fields are marked *