ଲକ୍‌ଡାଉନ ଖୋଲିଲେ କ’ଣ କରିବେ ଜରିନ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ମେ’ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ବଲିଉଡ୍‌ର ପ୍ରାୟ ସବୁ ସେଲିବ୍ରିଟି ଘରେ ରହି ପରିବାର ସହ ସମୟ କାଟୁଛନ୍ତି। ବଲିଉଡ୍‌ ମୁଭି ‘ବୀର’ରେ ନଜର ଆସିଥିବା ନାୟିକା ଜରିନ ଖାଁ ମଧ୍ୟ ଏବେ ଘରେ ନିଜ ପରିବାର ସହ ସମୟ କାଟୁଛନ୍ତି। ହେଲେ ସେ ଏବେ ଅପେକ୍ଷା ରଖିଛନ୍ତି କେବେ ଖୋଲିବ ଏହି ଲକ୍‌ଡାଉନ। ନିକଟରେ ଏକ ସାକ୍ଷାତ୍‌କାରରେ ଜରିନ କହିଛନ୍ତି ମାସରୁ ଊର୍ଦ୍ଧ୍ୱ ସମୟ ହେବ ସେ ଘରେ ରହି ରହି ବୋର୍‌ ହୋଇଗଲେଣି। ଏବେ ସେ ଅପେକ୍ଷା କରିଛନ୍ତି କେବେ ଖୋଲିବ ଏହି ଲକ୍‌ଡାଉନ୍‌। ଆଉ ଏହାପରେ ସେ ତୁରନ୍ତ ଦୁବାଇ ଗସ୍ତ କରିବେ ବୋଲି କହିଛନ୍ତି। ଏବେଠାରୁ ସେ ବିମାନବନ୍ଦରର ସ୍ବପ୍ନ ଦେଖିଲେଣି। କାରଣ ଏତେ ସମୟ ଘରେ ରହିବା ପରେ ସେ ପୁଣିଥରେ ବିମାନ ଯାତ୍ରା କରିବାକୁ ଉତ୍କଣ୍ଠାର ସହ ଅପେକ୍ଷା ରଖିଥିବା କହିଛନ୍ତି। ତେବେ ତାଙ୍କ ଦୁବାଇ ଗସ୍ତ ପଛର କାରଣ ହେଉଛି ସେଠାରେ ତାଙ୍କର ଜଣେ ଅତିପ୍ରିୟ ବନ୍ଧୁ ରହୁଛନ୍ତି। ଆଉ ବନ୍ଧୁଙ୍କର ଏକ ୪ ବର୍ଷର କନ୍ୟା ସନ୍ତାନ ଥିବା ବେଳ ତା’ର ଜନ୍ମଦିନ ଅଗଷ୍ଟ ମାସରେ ପଡୁଥିବାରୁ ସେ ଏହି ପାର୍ଟିରେ ଯୋଗ ଦେବାକୁ ଆଶାବାନ୍ଧି ବସିଥିବା କହିଛନ୍ତି। କାରଣ ସେତେବେଳକୁ ନିଶ୍ଚୟ ଲକ୍‌ଡାଉନ ଖୋଲି ଯାଇଥିବ ଓ ସବୁ ସ୍ଥିତି ସାମାନ୍ୟ ହୋଇଯାଇଥିବ ବୋଲି ସେ ଆଶା ରଖିଥିବା କହିଛନ୍ତି।


All Right Reserved By Dharitri.Com

କ୍ୱାରାଣ୍ଟାଇନ ପାଇଁ ନିଜ ଅଫିସ ଯୋଗାଇଦେଲେ ଗୌରୀ- ଶାହାରୁଖ

ମୁମ୍ବାଇ: କରୋନା ଭାଇରସର ସଂକ୍ରମଣକୁ ରୋକିବାକୁ ରାଜନେତା ଠାରୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ଟେଲି କଳାକାରଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଆଗେଇ ଆସିଛନ୍ତି। ଏବେ...

‘ଡ୍ରିମ୍‌ ଗର୍ଲ’ର ଟ୍ରେଲର ଲଞ୍ଚ୍‌

ମୁମ୍ବାଇ: ଏକ୍‌ତା କପୁରଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ରୋମାଣ୍ଟିକ୍‌ କମେଡି ଫିଲ୍ମ‘ଡ୍ରିମ୍‌ ଗର୍ଲ’ରେ ଅଭିନୟ କରୁଛନ୍ତି ଆୟୁଷ୍ମାନ ଖୁରାନା। ସେ ଜଣେ ଜାତୀୟ ପୁରସ୍କାର ବିଜୟୀ...

‘କିକ୍‌ ୨’ରେ ପୁଣି ସଲମାନ୍‌

ମୁମ୍ବାଇ:ସୁପରଷ୍ଟାର ସଲମାନ୍‌ ଖାନ୍‌ ‘କିକ୍‌ ୨’ରେ ପୁଣି ଅଭିନୟ କରିବାକୁ ଯାଉଥିବାବେଳେ ଏହା ଆସନ୍ତା ବର୍ଷ ରିଲିଜ୍‌ ହେବା ଆଶା କରାଯାଉଛି। ୨୦୧୪ ଇଦ୍‌ ବେଳେ...

ଲମ୍ବା ରେସ୍‌ର ଘୋଡ଼ା

”ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି। ନା ମୁଁ ତୋତେ କେବେ ମା’ ବନିବାର ସୁଯୋଗ ଦେବି ନା କେବେ ଭଲ...

ବରଫ ପାଣିରେ କାହିଁକି ମୁହଁ ଧୁଅନ୍ତି ବଲିଉଡ୍‌ ସେଲିବ୍ରିଟି

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଫ ପାଣି ଖୁବ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରି ପାରେ। ଏହା ତ୍ୱଚାକୁ କୋମଳ...

ରଞ୍ଜନଙ୍କ ୨୦୧୯-୨୦ ଯାତ୍ରା

୨୦୧୯-୨୦ ଯାତ୍ରା ସିଜନ୍‌ ପାଇଁ ଯାତ୍ରାନୁଷ୍ଠାନଗୁଡ଼ିକର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଆଉ ଯାହା ହେବ ଫିଲ୍‌ଡରେ (ଯାତ୍ରା ହେଉଥିବା ସ୍ଥାନରେ) ହେବ। ୨୦୧୯-୨୦ ଯାତ୍ରାବର୍ଷ...

ଫ୍ୟାନ୍‌ଙ୍କୁ ସେଲ୍‌ଫି ପାଇଁ ସୁଯୋଗ ଦେଲେ କ୍ୟାଟ୍ରିନା

ନୂଆଦିଲ୍ଲୀ: ସ୍ଥାନୀୟ ବିମାନ ବନ୍ଦରରେ ଫ୍ୟାନ୍‌ମାନେ କ୍ୟାଟ୍ରିନାଙ୍କ ସହ ସେଲ୍‌ଫି ନେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ସମୟରେ କ୍ୟାଟ୍ରିନା ବରଂ ବିରକ୍ତ...

ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଗୁରୁତ୍ୱପୂର୍ଣ୍ଣ: ଏହିଦିନ ଆରମ୍ଭ ହୋଇଥିଲା ରଙ୍ଗୀନ ପ୍ରସାରଣ

ମୁମ୍ବାଇ: ଠିକ୍‌ ଆଜିର ଦିନ ଅର୍ଥାତ୍‌ ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୮୨ ମସିହାରେ ଏହି ଚ୍ୟାନେଲ ପ୍ରଥମେ ରଙ୍ଗୀନ ପ୍ରସାରଣ ପରୀକ୍ଷା...

Leave a comment

Your email address will not be published. Required fields are marked *