ନିଜ ଦେଶରେ ବାସହରା ହୋଇଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଶିଶୁ

ନ୍ୟୁୟକ, ୭ା୫: ନିଜ ଦେଶରେ ବାସହରା ହୋଇଛନ୍ତି ଲକ୍ଷ ଲକ୍ଷ ଶିଶୁ। ପୁଣି ବର୍ଷକ ମଧ୍ୟରେ। ୨୦୧୯ରେ ପୃଥିବୀର ବିଭିନ୍ନ ଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ବିସ୍ଥାପିତ ହୋଇଛନ୍ତି। ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛିି। ‘ଲଷ୍ଟ୍‌ ଆଟ୍‌ ହୋମ’ ରିପୋର୍ଟରେ ଦର୍ଶାଯାଇଛି ଯେ, ଆଭ୍ୟନ୍ତରୀଣ ସଙ୍କଟ ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏଭଳି ଘଟିଛି। ତେବେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅଧିକ ଲୋକ ବାସହରା ହୋଇଥିବା ରିପୋର୍ଟରେ କୁହାଯାଇଛି। ଭାରତ, ବାଂଲାଦେଶ, ଫିଲିପାଇନ୍ସ୍‌ ଏବଂ ଚାଇନାରେ ବିଭିନ୍ନ କାରଣରୁ ଅଧିକ ଲୋକଙ୍କୁ ବେଘର କରିଛି। ୩୮ ଲକ୍ଷ ଶିଶୁ ହିଂସାକାଣ୍ଡ ଯୋଗୁ ବାସହରା ହୋଇଥିବାବେଳେ ୮୨ ଲକ୍ଷ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇ ଭିଟାମାଟି ଛାଡିଛନ୍ତି। ଏସବୁ ଶିଶୁଙ୍କ ଯୋଗୁ ଆଗାମୀ ଦିନରେ ଶିଶୁ ଶ୍ରମିକ ଏବଂ ବାଲ୍ୟ ବିବାହ ଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ବିସ୍ଥାପିତ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ବିପନ୍ନ ହେବାରେ ଲାଗିଛି। ୨୦୧୯ରେ ପୃଥିବୀରେ ୩କୋଟି ୩୦ ଲକ୍ଷ ଲୋକ ବାସହରା ହୋଇଥିବାବେଳେ କେବଳ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୨ କୋଟି ୫୦ ଲକ୍ଷ ବାସସ୍ଥାନ ଛାଡ଼ିଛନ୍ତି। ସେହିପରି ୮୫ ଲକ୍ଷ ଆଭ୍ୟନ୍ତରୀଣ ହିଂସାକାଣ୍ଡ ଯୋଗୁ ଘର ଛାଡିଛନ୍ତି। ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଉପକୂଳ ଅଞ୍ଚଳରେ ୧ କୋଟିରୁ ଅଧିକ ଲୋକ ବାସସ୍ଥାନ ଛାଡ଼ି ପଳାୟନ କରିଛନ୍ତି। ଭାରତରେ ୨୦୧୯ରେ ବିଭିନ୍ନ କାରଣରୁ ୫୦ ଲକ୍ଷ ୩୭ ହଜାର ଲୋକ ବାଧ୍ୟ ହୋଇ ନିଜର ବାସସ୍ଥାନ ଛାଡ଼ିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ସେଥିମଧ୍ୟରୁ କେବଳ ୫୦ ଲକ୍ଷ ୧୮ ହଜାର ଲୋକ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବାସ ହରାଇ ବସିଛନ୍ତି। ଅପରପକ୍ଷରେ ୧୯ ହଜାର ଲୋକ ହିଂସାକାଣ୍ଡ ଯୋଗୁ ଘର ଛାଡ଼ିଛନ୍ତି। ଫିଲିପାଇନ୍ସରେ ୪୨ ଲକ୍ଷ ୭୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ବାଂଲାଦେଶରେ ୪୦ ଲକ୍ଷ ୮୦ ହଜାର ଏବଂ ଚାଇନାରେ ୪୦ ଲକ୍ଷ ୩୦ ହଜାର ଲୋକ ଭିଟାମାଟି ଛାଡ଼ିଛନ୍ତି। ୨୦୧୯ ଶେଷ ସୁଦ୍ଧା ପୃଥିବୀର ୪ କୋଟି ୬୦ ଲକ୍ଷ ଲୋକ ନିଜ ଦେଶରେ ବାସହରା ହୋଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମହାମାରୀ କରୋନା ସଂକ୍ରମଣ ସମୟରେ ଭିଟାମାଟି ଛାଡିଥିବା ସଭିଙ୍କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ବିସ୍ଥାପିତଙ୍କ ସୁରକ୍ଷା ପାଇଁ ଇତିମଧ୍ୟରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।


All Right Reserved By Dharitri.Com

ଝିଣ୍ଟିକା ଆକ୍ରମଣରେ ବ୍ୟତିବ୍ୟସ୍ତ ଆମେରିକା

ଓ୍ବାଶିଂଟନ,୨୮।୭: ଆମେରିକାର ଲସ୍‌ ଭେଗାସ୍‌ ଉପତ୍ୟକାରେ ଏବେ ଝିଣ୍ଟିକା ଆକ୍ରମଣରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏଠାରେ ବର୍ଷାପାଗଯୋଗୁ ପ୍ରବଳ...

‘ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଫଳପ୍ରଦ ହୋଇ ନ ପାରେ’

ବେଜିଂ, ୧୭।୪: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ଉପାଦେୟ ଔଷଧ ବୋଲି ଭାରତ ସମେତ ଅନେକ ରାଷ୍ଟ୍ର ଏହାର ବ୍ୟବହାର...

ମାଇନସ୍‌ ଡିଗ୍ରୀ ତାପମାତ୍ରାରେ ତପସ୍ୟା କଲେ ଯୋଗୀ

ନୂଆଦିଲ୍ଲୀ,୧୬।୨: କୁହାଯାଏ ତପସ୍ୟାର ଶକ୍ତି ଖୁବ୍‌ ଅଧିକ। ଏବେ ଭାଇରାଲ ହୋଇଥିବା ଏକ ଭିଡିଓ ଏହାର ସତ୍ୟତା ସମ୍ପର୍କରେ ସୂଚନା ଦେଉଛି ବୋଲି ଆଲୋଚନା ହେଉଛି।...

ଶରୀର କଳାଜାଇରେ ଭରା, ତଥାପି ହେଲେ ମଡେଲ

ବ୍ରିଙ୍ଗହାମ୍‌ର ଚେରିଲ ସ’ ଏକ ବିରଳ ଚର୍ମ ରୋଗ କଞ୍ଜେନିଟାଲ ମାଲାନୋସାଇଟିସ୍‌ରେ ଆକ୍ରାନ୍ତ ହୋଇଥିଲେ। ଫଳରେ ତାଙ୍କ ଶରୀର ସାରା ବଡ ବଡ କଳା ଜାଇ...

ଓଡ଼ିଶାର ସମର ଡେଷ୍ଟିନେଶନ

ଖରା ହେଉ କି ବର୍ଷା, ବୁଲିବାର କୌଣସି ସମୟ ନଥାଏ। ସେହିଭଳି ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାରେ ରହିଛି ଏକାଧିକ ଆକର୍ଷଣୀୟ ସ୍ଥାନ। ଆଗକୁ ଖରାଦିନ ଆସୁଥିବା...

ଘରେ ରହି କାମ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଲା ଟୁଇଟର

ଓ୍ବାଶିଂଟନ,୧୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁଇଟର ଏହାର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ପୃଥିବୀ ସାରା କାମ କରୁଥିବା କର୍ମଚାରୀଙ୍କୁ...

‘ବିଦେଶିନୀ’ର ଆଲୋକ

ଶିବାନୀ ଗଣନାଟ୍ୟ ପ୍ରଯୋଜିତ ‘ବିଦେଶିନୀ’ ନାଟକ ଦେଖିଥିବା ଦର୍ଶକେ ନିଶ୍ଚୟ ମନେରଖିଥିବେ ଆଲୋକ ଦାସ ମହାପାତ୍ରଙ୍କୁ। କାରଣ ଆଲୋକ ହେଉଛି ବିଦେଶିନୀର ସ୍ବାମୀ। ଏହି ଚରିତ୍ରରେ...

କେବେ ଟ୍ରେନ୍‌ରେ ବସି ନ ଥିବା ଛାତ୍ରୀଛାତ୍ରଙ୍କୁ ପ୍ରଥମ ଥର ବିମାନରେ ଯାତ୍ରା କରାଇଲେ ଶିକ୍ଷକ

ଛୋଟବେଳେ ଆକାଶରେ ବିମାନ ଯାଉଥିବା ଦେଖି ସବୁ ପିଲା ଖୁସି ହୋଇଯାଇଥାନ୍ତି। କେବେବେଳେ କାଗଜରେ ବିମାନ କରି ଉଡାଇଥାନ୍ତି ତ କେତେବେଳେ ସତସତିକା ବିମାନ ପଛରେ...

Leave a comment

Your email address will not be published. Required fields are marked *