Posted inଫୁରସତ

ପ୍ରତିଦିନ ରାତିରେ ଏକ ଗାଈ ନିକଟକୁ ଆସିଥାଏ ଚିତାବାଘ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଯେକୌଣସି ପଶୁପକ୍ଷୀଙ୍କୁ ଶିକାର କରି ବାଘ ଖାଇଥାଏ ବୋଲି ଜାଣିଛେ। ମାତ୍ର ଗୋଟିଏ ଚିତାବାଘ ସବୁଦିନ ରାତିରେ ଗୋଟିଏ ଗାଈ ନିକଟକୁ ଆସିଥାଏ। କିନ୍ତୁ ଶିକାର ନ କରି ଚାଲିଯାଏ। ଜାଣନ୍ତି କାହିଁକି? କେବଳ ମା’ର ସ୍ନେହମମତା ଟିକେ ପାଇବା ପାଇଁ। ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଏକ ଚିତାବାଘଟି ଗାଈ ପାଖରେ ଏମିତି ବସିଛି, ସତେ ଯେମିତି ତା’ର ବାଛୁରୀ।

ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦାଙ୍କ ଟୁଇଟର ଆକାଉଣ୍ଟରେ ଏହି ଫଟୋ ଶେୟାର କରାଯାଇଛି। ଯେଉଁଥିରେ ଗାଈ ଏବଂ ଚିତାବାଘ ଗୋଟିଏ ଜାଗାରେ ବସିଛନ୍ତି। ଏହି ଫଟୋ ଶେୟାର କରି ସୁଶାନ୍ତ ଲେଖିଛନ୍ତି, ଶିକାର ଏବଂ ଶିକାରୀ ଏକାସାଥୀରେ। ଦୁହେଁ ଦୁହିଁଙ୍କୁ ବେଶ୍‌ ସ୍ନେହ କରୁଛନ୍ତି। ଚିତାବାଘଟି ନିୟମିତ ଭାବେ ଗାଈ ନିକଟକୁ ଆସି ଛୁଆଟିଏ ପରି ଗେଲ ହୋଇ ଚାଲିଯାଏ। ବାଛୁରୀଟି ଯେମିତି ମା’ ଗାଈର ଗାଲ କାନ ଆଦି ଚାଟିଥାଏ ଠିକ୍‌ ସେହିପରି ଚିତାବାଘଟି ଗାଈକୁ ଚାଟିଥାଏ। ଆଜି ପର୍ଯ୍ୟନ୍ତ ସେ ଗାଈର କୌଣସି କ୍ଷତି କରିନାହିଁ। ଗାଈ ମଧ୍ୟ ତାକୁ ବାଛୁରୀ ପରି ସ୍ନେହ କରିଥାଏ। କିଛି ସମୟ ରହିବା ପରେ ଚିତାଟି ଜଙ୍ଗଲକୁ ଚାଲିଯାଏ।


All Right Reserved By Dharitri.Com

ଯେଉଁଠି ହୁଏ ଅସରପା ଚାଷ…

ପୃଥିବୀର ବିଭିନ୍ନ ଅଞ୍ଚଳର ଲୋକଙ୍କର ଖାଦ୍ୟାଭ୍ୟାସ ଭିନ୍ନ ଭିନ୍ନ। ଲୋକଙ୍କ ଚାହିଦା ଅନୁସାରେ ବିଭିନ୍ନ ଅଞ୍ଚଳରେ ନାନା ପ୍ରକାର ଚାଷ ହୋଇଥାଏ। ତେବେ ଅସରପା ଚାଷ...

ହିନ୍ଦୁ-ମୁସଲମାନ୍‌ କଲେ କିଡ୍‌ନୀ ଅଦଳବଦଳ

ନୂଆଦିଲ୍ଲୀ,୫।୩: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବାଦବିବାଦ ଜାରି ରହିଥିବା ବେଳେ କଶ୍ମୀରର ଜଣେ ମୁସଲମାନ୍‌ ଝିଅ ଏବଂ ହରିୟାଣାର ଜଣେ ହିନ୍ଦୁ ଝିଅ ପରସ୍ପର...

ମିଛ କହିଲେ ହାଡ଼ ଦୁର୍ବଳ ହୁଏ

ଫରିଦାବାଦ୍‌: ଜଣେ ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ରହିବା ଫଳରେ ଅନେକ ରୋଗଠାରୁ ଦୂରେଇ ରହିଥାଆନ୍ତି। ଫଳରେ ଶରୀରର ହାଡ଼ ମଜଭୁତ ହେବା ସହ ଫ୍ରାକ୍ଚର...

ବରଦାନ ସାବ୍ୟସ୍ତ ହୋଇପାରେ ଆଣ୍ଟିବଡିଜ୍‌

ନ୍ୟୁୟର୍କ: କରୋନା ପୀଡ଼ିତ ହୋଇ ସୁସ୍ଥ ହୋଇଥିବା ରୋଗୀଙ୍କ ବ୍ଲଡ୍‌ ପ୍ଲାଜ୍‌ମା କ’ଣ ଏହି ମହାମାରୀ ସହ ଲଢ଼ିବାରେ ସହାୟକ ହେବ? କରୋନାର ଭୟାବହତା ଆଗରେ...

ଏହି ଜେଲ୍‌ରେ ନୂଆ କଏଦୀଙ୍କ ସହ ରହିବାକୁ ମନାକଲେ ପୁରୁଣା କଏଦୀ, ଜାଣନ୍ତୁ କାରଣ

କାନପୁର,୧୮ା୩: କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଜେଲ୍‌ର ଚାରିକାନ୍ଥ ମଧ୍ୟରେ ରହୁଥିବା କଏଦୀମାନେ। ସେମାନେ ବି...

ପ୍ରତିଦିନ ୫ଶହ ଲୋକଙ୍କୁ ମାଗଣାରେ ଖାଇବାକୁ ଦିଅନ୍ତି ଏହି ବାବା

ଭୋକିଲା ଲୋକଙ୍କୁ ଖାଇବାକୁ ଦେଲେ ଅନେକ ପୂଣ୍ୟ ହୋଇଥାଏ ବୋଲି କୁହାଯାଏ। କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କୁ ମଧ୍ୟ ଖାଇବାକୁ ଦେଲେ ଏହାପୂଣ୍ୟ ବୋଲି କୁହାଯାଏ।...

‘ପେଟ୍‌ ବ୍ଲଡ୍‌ ବ୍ୟାଙ୍କ’

ନ୍ୟୁୟର୍କ: ପାଳିତ ପ୍ରାଣୀଙ୍କ ପାଇଁ ବ୍ଲଡ୍‌ ବ୍ୟାଙ୍କ ଏବଂ ପ୍ଲାଜମା ସେଣ୍ଟର। ଏଠାରେ ସେମାନେ ରକ୍ତ ଦାନ କରିପାରିବେ। ଆବଶ୍ୟକସ୍ଥଳେ ରକ୍ତ ମଧ୍ୟ ନେଇପାରିବେ। ଗୃହପାଳିତ...

ଗିନିଜ୍‌ ବିଲେଇ ନିଖୋଜ

ବିଲେଇ ନିଖୋଜ ହେବା କିଛି ବଡ଼ କଥା ନୁହେଁ। ହୁଏତ କେଉଁଆଡ଼େ ଚାଲିଯାଇ ଥାଇପାରେ। ନ ହେଲେ ମରିଯାଇ ଥାଇପାରେ। ମାତ୍ର ଏ ବିଲେଇ ସାଧାରଣ...

Leave a comment

Your email address will not be published. Required fields are marked *