୨୯ ବର୍ଷ ବୟସରେ…

ଅଭିନୟରେ ଅନୁପମ ଖେର କେତେ ଦକ୍ଷ ତାହା କହିବା ବାହୁଲ୍ୟ। ଭୂମିକାଟି ଯେମିତି ହୋଇଥାଉ ନା କାହିଁକି ତାକୁ ନେଇ ଆଣି ଥୋଇବାରେ ସେ ବେଶ୍‌ ପାରଙ୍ଗମ। ଥରେ ମନେପକାନ୍ତୁ ନା ସୁପରହିଟ୍‌ ଫିଲ୍ମ ‘ସାରାଂସ’କୁ। ଏଥିରେ ଅନୁପମ ଜଣେ ୬୦ବର୍ଷ ବୟସ୍କ ବୁଢ଼ା ଭୂମିକାରେ ଅଭିନୟ କରିଥିଲେ। ହେଲେ ସେତେବେଳେ ତାଙ୍କୁ କେତେ ବୟସ ହୋଇଥିଲା ଜାଣନ୍ତି ? ମାତ୍ର ୨୯ବର୍ଷ। ଅର୍ଥାତ୍‌, ଯୁବକ ଅବସ୍ଥାରେ ସେ ଏହି ରୋଲ୍‌ଟିକୁ ଏପରି ତୁଲାଇଥିଲେ ଯେ ତାହା ଏ ପର୍ଯ୍ୟନ୍ତ ଅନେକଙ୍କ ମନରେ ସତେଜ ହୋଇ ରହିଛି। ଏହାର ନିର୍ଦ୍ଦେଶକ ମହେଶ ଭଟ୍ଟ ପ୍ରଥମେ ଉକ୍ତ ଭୂମିକା ପାଇଁ ଅନୁପମଙ୍କୁ ଚୟନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ କାଷ୍ଟିଂରୁ ବାଦ୍‌ ଦିଆଯାଇଥିଲା। ହେଲେ ଠିକ୍‌ ସମୟରେ ନିଜ ଭୁଲ୍‌କୁ ବୁଝିପାରିବା ସହ ମହେଶ ପୁଣି ଥରେ ତାଙ୍କୁ ଯୋଗାଯୋଗ କରିଥିଲେ ଏବଂ ଅନୁପମ ପୂର୍ବ କଥାକୁ ଭୁଲି ଏଥିରେ ଅଭିନୟ କରିବାକୁ ରାଜି ହୋଇଥିଲେ। ‘ସାରାଂସ’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବରେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ।


All Right Reserved By Dharitri.Com

ବଲିଉଡ୍‌ ସେଲିବ୍ରିଟିଙ୍କ ଘରେ ଦୀପାବଳି ସେଲିବ୍ରେଶନ

ମୁମ୍ବାଇ: ଦେଶର ପ୍ରମୁଖ ପର୍ବ ମଧ୍ୟରେ ଆଲୋକର ପର୍ବ ଦୀପାବଳି ଅନ୍ୟତମ। ଅଧର୍ମ ଉପରେ ଧର୍ମର ଜୟ ଓ ଅସତ୍ୟ ଉପରେ ସତ୍ୟର ଜୟକୁ ଦୀପାବଳି...

ଶାଶୁ ବୋହୂ ଧାରାବାହିକ ଯୁଗରେ ସାହିତ୍ୟ ତିଷ୍ଠିବା ଅସମ୍ଭବ

ବିଶିଷ୍ଟ ଲେଖକ ତଥା ପ୍ରଶାସକ ଡ. ପ୍ରଦୀପ ଦାଶ। ନିକଟରେ ସେ ନିଜ ରଚିତ ପୁସ୍ତକ ‘ଚରୁ ଚିବର ଓ ଚର୍ଯ୍ୟା’ ନିମନ୍ତେ ୪୦ତମ ଶାରଳା...

ଆଉ ଜଣେ ନବାଗତା

ଗତ କିଛିବର୍ଷ ଧରି ଓଡ଼ିଆ ସିନେମାରେ ନବାଗତ କଳାକାରଙ୍କ ସଂଖ୍ୟା ବଢ଼ି ଚାଲିଛି। ନିଜ ସ୍ବପ୍ନକୁ ସାକାର କରିବା ପାଇଁ ସେମାନେ ଅଭିନୟକୁ କ୍ୟାରିୟର ଭାବରେ...

କନ୍ଦାଇ ଦେଲା ‘ବାଟଲା ହାଉସ’ର ନୂଆ ଗୀତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍‌’ ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍‌ ହେବାର ଯୋଜନା ରହିଛି। ହେଲେ ତା’ ପୂର୍ବରୁ...

ପାଟନା ପାଇଁ ହ୍ରିତିକ୍‌ଙ୍କ ସମବେଦନା

ନୂଆଦିଲ୍ଲୀ: କ୍ରମାଗତ ବର୍ଷା ଓ ବନ୍ୟା ଯୋଗୁ ବିହାରର ୧୬ ଜିଲାରେ ବନ୍ୟା ସ୍ଥିତି ଉପୁଜିିଛି। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାଜଧାନୀ ପାଟନା।...

ବଜାରରେ ଦୀପିକାଙ୍କ ପଦ୍ମାବତୀ ଲୁକ୍‌ର କଣ୍ଢେଇ, ଭାଇରାଲ ହେଉଛି ଫଟୋ

ବମ୍ବେ: ଚଳଚ୍ଚିତ୍ର ‘ପଦ୍ମାବତ୍‌’ରେ ରାଣୀ ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ମହାରାଓ୍ବଲ ରତନ ସିଂଙ୍କ ସ୍ତ୍ରୀ ପଦ୍ମାବତୀଙ୍କ ରୂପରେ ବେଶ୍‌ ଭାଇରାଲ ହୋଇଥିଲା...

ମାନୁଷୀଙ୍କ ପାଇଁ ସ୍ପେଶାଲ ୧୮ ନଭେମ୍ବର

ମୁମ୍ବାଇ: ବଲିଉଡ୍‌ର ନବଗତା ନାୟିକା ମାନୁଷୀ ଚ୍ଛିଲ୍ଲର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ପାଇଁ ୧୮ ନଭେମ୍ବର ବିଶେଷ ମହତ୍ୱ ରଖେ ବୋଲି...

ସାରାଙ୍କୁ ଆଣିବାକୁ ଏୟାରପୋର୍ଟ ପହଞ୍ଚିଲେ ଆର୍ୟନ

ମୁମ୍ବାଇ: ନିକଟରେ ସୈଫଙ୍କ ଲଳନା ତଥା ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଇମତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲଭ୍‌ ଆଜ କଲ୍‌-୨’ର ଶୁଟିଂ ସାରିବା...

Leave a comment

Your email address will not be published. Required fields are marked *