ଆମିରଙ୍କ ପ୍ରେମରେ ଆମେରିକା

ମୁମ୍ବାଇ: ଏବେ ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଚାଲିଛି। କରୋନା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା। ଏଠାରେ ଏଯାବତ୍‌ ୧୧ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୭୦,୦୦୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇ ସାରିଛନ୍ତି। ସେଠାରେ ବି ଏହି ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନାରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ରହୁଥିବା ବେଳେ ବିଭିନ୍ନ ଉପାୟରେ ସମୟ ଅତିବାହିତ କରୁଛନ୍ତି। ଅନେକ ଲୋକ ଟିଭି ଦେଖି ସମୟ ବିତାଉଛନ୍ତି। ତେବେ ଲକ୍‌ଡାଉନ୍‌ ବେଳେ ସେଠାକାର ଲୋକେ ହଲିଉଡ୍‌ ଅପେକ୍ଷା ବଲିଉଡ୍‌ର ଗୋଟିଏ ଫିଲ୍ମକୁ ସବୁଠାରୁ ଅଧିକ ଥର ଦେଖିସାରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆମିରଙ୍କ ସୁପରହିଟ୍‌ ଫିଲ୍ମ ‘ଥ୍ରି ଇଡିୟଟ୍‌ସ’କୁ ଆମେରିକା ଲୋକେ ସବୁଠୁ ଅଧିକ ଥର ଦେଖିଛନ୍ତି। ଆଉ ଏହି ଖବର ପାଇବା ପରେ ଫିଲ୍ମର ନିର୍ଦ୍ଦେଶକ ରାଜକୁମାର ହିରାନୀ କୁଆଡେ ବେଶ୍‌ ଖୁସି ହୋଇଯାଇଛନ୍ତି। ତେବେ ଏହି ମୁଭିଟି ବେଶ୍‌ ସଫଳ ହୋଇଥିଲା। ୨୦୦୯ରେ ଏହି ମୁଭି ରିଲିଜ ହୋଇଥିଲା। ଆମିରଙ୍କ ସହିତ ଏଥିରେ କରୀନା କପୁର, ଆର. ମାଧବନ, ଶରମନ୍‌ ଯୋଶୀ,ବୋମନ ଇରାନୀ ପ୍ରମୁଖ ଅଭିନୟ କରିଥିଲେ।


All Right Reserved By Dharitri.Com

୨୩ ଦିନରେ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ନେଲା କରୋନା

ଓ୍ବାଶିଂଟନ,୨୬।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ପୃଥିବୀରେ ଏଥିରେ ୨ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେହିପରି...

କରୋନା ଭୟରେ ଡାଏନୋସର ପୋଷାକ

ନୂଆଦିଲ୍ଲୀ, ୨୭।୩- କରୋନାକୁ ନେଇ ବିଶ୍ୱବାସୀ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଅଦ୍ୟାବଧି ଏହା ବିଶ୍ୱର ୧୯୯ ଦେଶକୁ ବ୍ୟାପି ସାରିଥିବା ବେଳେ...

କରୋନାକୁ କରନ୍ତୁନି ହେୟଜ୍ଞାନ; ଆଗାମୀ ଦିନରେ ପୃଥିବୀରେ ସୃଷ୍ଟି କରିବ ଭୟଙ୍କର ସ୍ଥିତି: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୨୧।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ...

ସୁରାଟରୁ ଫେରିଲେ ୪୫ ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୨।୫: ଭଦ୍ରକରେ ଶନିବାର ଭୋର ୩ଟାରୁ ପ୍ରଥମ ପ୍ରବାସୀ ଓଡ଼ିଆ ଆସି ପହଞ୍ଚିଛନ୍ତି। ନିଜ ଖର୍ଚ୍ଚରେ ଦୀର୍ଘ ୩ ଦିନର ବସ୍‌ ଯାତ୍ରା ପରେ...

ଲକ୍‌ଡାଉନ ପରେ ଅନିଶ୍ଚିତତା

ନୂଆଦିଲ୍ଲୀ,୧୯।୪: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିବା ପରେ ଏହାର ସଂକ୍ରମଣ ରୋକିବା ପାଇଁ ଗୋଟିଏ ପରେ ଗୋଟିଏ ଦେଶ କଠୋର ପଦକ୍ଷେପମାନ ଗ୍ରହଣ...

ଭାବି ଶାଶୁଙ୍କ ସହ ଡିନର ଡେଟ୍‌ରେ ଗଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ନାୟିକା ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ଏମାନେ ବି ନିଜ...

କଂଗ୍ରେସ ଛାଡିଲେ ଉର୍ମିଳା

ମୁମ୍ବାଇ,୧୦।୯: କଂଗ୍ରେସକୁ ଲାଗିଛି ବଡ ଝଟ୍‌କା। ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ମାତ୍ର...

କେରଳରୁ ଫେରିବାକୁ ଦିନ ଗଣୁଛନ୍ତି ୩୦ ଓଡ଼ିଆ

କେନ୍ଦୁଝର,୩ା୫(ସ୍ବ.ପ୍ର.)-କରୋନା ଲକ୍‌ଡାଉନ ଯୋଗୁ କେରଳରେ ଫସିଥିବା ୩୦ ଓଡ଼ିଆ ଶ୍ରମିକ ଜନ୍ମ ସ୍ଥାନକୁ ଫେରିବା ପାଇଁ ଦିନ ଗଣୁଛନ୍ତି। ଏନେଇ ସେମାନେ କେନ୍ଦ୍ର ଓ ରାଜ୍ୟ...

Leave a comment

Your email address will not be published. Required fields are marked *