Posted inଫୁରସତ

ନୂତନ ବ୍ରେନ୍‌ ସର୍କିଟର ଅନୁସନ୍ଧାନ

ମୁମ୍ବାଇ: ମାନସିକ ଚାପ ଯୋଗୁ ମାନବ ଶରୀରରେ ଦେଖାଦେଉଥିବା ପ୍ରତିକ୍ରିୟା ତଥା ଅସୁସ୍ଥତାର କାରଣ ଜାଣିବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ମଣିଷର ମସ୍ତିଷ୍କରେ ଥିବା ଏକ ସ୍ବତନ୍ତ୍ର ସର୍କିଟ ଏଥିପାଇଁ ଦାୟୀ ବୋଲି ସେମାନେ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି। ଉକ୍ତ ନୂତନ ସର୍କିଟର ଆବିଷ୍କାର କରିବାରେ ବୈଜ୍ଞାନିକମାନେ ସଫଳ ହୋଇଥିବା ସାଇନ୍ସ ଜର୍ନାଲରେ ରିପୋର୍ଟ ପ୍ରକାଶ ପାଇଛି।
ସାଧାରଣତଃ ହଠାତ ଅଧିକ ଭାବପ୍ରବଣ ବା ସମ୍ବେଦନଶୀଳ ହୋଇଗଲେ ମଣିଷ ଦେହର ହୃଦ୍‌ସ୍ପନ୍ଦନ ବଢ଼ିିଯାଇଥାଏ। ଝାଳ ବାହାରିବା ସହ ରକ୍ତଚାପ ଓ ତାପମାତ୍ରାରେ ବୃଦ୍ଧି ଘଟିବା ଭଳି ଶାରୀରିକ ପ୍ରତିକ୍ରିୟାମାନ ଦେଖାଦେଇଥାଏ। ଅଧିକ ସମୟ ଧରି ଏହି ମାନସିକ ଚାପ ଲାଗିରହିଲେ ଏହା ଶରୀରର ବିଭିନ୍ନ ଅଂଶକୁ ପ୍ରଭାବିତ କରି ମଣିଷକୁ ରୋଗଗ୍ରସ୍ତ ମଧ୍ୟ କରିଦିଏ। ଏହି କାରଣରୁ ଅନେକ ଲୋକ ମସ୍ତିଷ୍କ ବିକୃତି, ପିଟିଏସ୍‌ଡି (ପୋଷ୍ଟ ଟ୍ରମାଟିକ୍‌ ଷ୍ଟ୍ରେସ୍‌ ଡିଜ୍‌ଅର୍ଡର) ବା ଚାପ ପରବର୍ତ୍ତୀ ବ୍ୟାଧିର ଶୀକାର ହୋଇଥାନ୍ତି। ଏସବୁ ପଛର କାରଣ ଜାଣିବା ଏବଂ ଚିକିତ୍ସା ପାଇଁ ନାଗୋୟା ୟୁନିଭର୍ସିଟି ଗ୍ରାଜୁଏଟ ସ୍କୁଲ ଅଫ୍‌ ମେଡିସିନ ପକ୍ଷରୁ ପ୍ରଫେସର କାଜୁହିରୋ ନାକାମୁରା ଏବଂ ସହକାରୀ ପ୍ରଫେସର ନାଓୟା କାଟୋକାଙ୍କ ନେତୃତ୍ୱରେ ଗଠିତ ଅନୁସନ୍ଧାନକାରୀ ଦଳ ଏକ ଅଧ୍ୟୟନ କରିଥିଲେ। ସେମାନେ ମୂଷା ଶରୀରରେ ଚାପ ସୃଷ୍ଟି କରାଇ ମସ୍ତିଷ୍କକୁ ଇଞ୍ଜେକ୍ସନ ମାଧ୍ୟମରେ ଟ୍ରାକର ପଠାଇଥିଲେ। ଉକ୍ତ ଅଧ୍ୟୟନରୁ ଗବେଷକମାନେ ଜାଣିବାକୁ ପାଇଲେ ଯେ, ମାନସିକ ଚାପ ଯୋଗୁ ମସ୍ତିଷ୍କର ଡିପି/ଡିଟିଟି ଅଂଶ (ଡୋରସାଲ ପେଡୁକୁଲାର କର୍ଟେକ୍ସ ଏବଂ ଡୋରସାଲ ଟେନିଆ ଟେକ୍ଟା) ଅଧିକ ସକ୍ରିୟ ହୋଇଉଠେ। ଏହା ହାଇପୋଥାଲାମସ (ପିଟୁଇଟାରି ଗ୍ରନ୍ଥି ନିକଟରେ ଅବସ୍ଥିତ, ଯାହା ହରମୋନ ରିଲିଜ କରିବା, ତାପମାତ୍ରା ନିୟନ୍ତ୍ରଣ, ଦୈନନ୍ଦିନ ମନସ୍ତତ୍ତ୍ୱିକ ଚକ୍ର ବଜାୟ ରଖିବା ଆଦି କରିଥାଏ) କୁ ଏକ ସର୍କିଟ ବା ରାସ୍ତା ମାଧ୍ୟମରେ ଚାପର ସଙ୍କେତ ପଠାଇଥାଏ। ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ମାନସିକ ଚାପ ଲାଗି ରହିଲେ ହାଇପୋଥାଲାମସ ଅତ୍ୟଧିକ ପରିମାଣର ସଂକେତ ପାଇ ଅନାବଶ୍ୟକ ଭାବେ ଶରୀରରେ ବିଭିନ୍ନ ପରିବର୍ତ୍ତନ କରାଇଥାଏ, ଯାହାକି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହି କାରଣରୁ ମୂଷାର ଶରୀରରେ ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ପରେ ଗବେଷକମାନେ ହାଇପୋଥାଲାମସକୁ ସଂଯୋଗ କରୁଥିବା ଉକ୍ତ ରାସ୍ତା ବା ସର୍କିଟକୁ ବନ୍ଦ କରି ମୂଷାକୁ ପୁଣି ଚାପର ସମ୍ମୁଖୀନ କରାଇ ନିରୀକ୍ଷଣ କରିଥିଲେ। ଏହାପରେ ମୂଷା ଶରୀରରେ ପୂର୍ବଭଳି ପ୍ରତିକ୍ରିୟା ଦେଖିବାକୁ ମିଳି ନ ଥିଲା। ମାନସିକ ଚାପ ଯୋଗୁ ମସ୍ତିଷ୍କରେ ଡିପି/ଡିଟିଟିରୁ ହାଇପୋଥାଲାମସକୁ ଯାଇଥିବା ସ୍ବତନ୍ତ୍ର ସର୍କିଟ ଶରୀରରେ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟିର କାରଣ ହୋଇଥାଏ ବୋଲି ଜଣାପଡ଼ିଥିବା ପ୍ରଫେସର ନାକାମୁରା କହିଛନ୍ତି। ଏହି ସର୍କିଟର ଆବିଷ୍କାର ଆଗାମୀ ଦିନରେ ମାନସିକ ରୋଗୀ ବା ଚାପର ବଶବର୍ତ୍ତୀ ହୋଇ ରୋଗଗ୍ରସ୍ତ ହେଉଥିବା ଲୋକଙ୍କ ଚିକିତ୍ସା ପାଇଁ ଉପଯୋଗୀ ହୋଇପାରେ ବୋଲି ସେ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ଭାରତର ଏହି ସ୍ଥାନକୁ ଯିବା ପାଇଁ ଲାଗିଥାଏ ଭିଜା

ସାରା ବିଶ୍ୱରେ ସେପ୍ଟେମ୍ବର ୨୭ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି। ବ୍ୟସ୍ତବହୁଳ ଜୀବନରୁ ଟିକେ ଜଞ୍ଜାଳ ମୁକ୍ତ ହୋଇ ମନଖୁସି କରିବା ଲାଗି ବିଭିନ୍ନ...

ରେନ୍‌ବୋ ଭିଲେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ଦେଖିବାକୁ ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ନିଆରା। ସେହିଭଳି ଏକ ସ୍ଥାନ ହେଉଛି ତାଇଓ୍ବାନର ନାନ୍‌ଟୁନ୍‌...

କେସିଆରଙ୍କ ଯଜ୍ଞ ଚିନ୍ତା

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ସବୁବେଳେ ବାସ୍ତୁ ଉପରେ ବିଶ୍ୱାସ କରି ସବୁ କାର୍ଯ୍ୟ କରନ୍ତି। ତାଙ୍କ ଅଫିସଠାରୁ ଆରମ୍ଭ କରି ଘର, ସବୁଠି ବାସ୍ତୁ...

ଯୌତୁକ ପାଇଁ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କ ବିବାହ କରାଇଲେ ସ୍ତ୍ରୀ

ପାଟନା, ୧୦।୭: ସ୍ତ୍ରୀ ନିଜ ସ୍ବାମୀଙ୍କ ବିବାହ ପ୍ରସ୍ତାବ ନେଇ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯିବା କଥା କେବେ ଶୁଣିଛନ୍ତି କି? ମାତ୍ର ୧୩...

ବିନା କୋଚିଂରେ ୮ଘଣ୍ଟା ଡ୍ୟୁଟି ପରେ ୫ ଘଣ୍ଟା ପାଠପଢ଼ି ସିଭିଲ୍‌ ସର୍ଭିସ୍‌ ମେନ୍‌ରେ ସଫଳତା ପାଇଲେ ବସ୍‌ କଣ୍ଡକ୍ଟର

ବେଙ୍ଗାଲୁରୁ,୨୯।୧: ଏକନିଷ୍ଠ ଭାବେ କର୍ତ୍ତବ୍ୟ କରିରେ ଶେଷରେ ସଫଳତା ହିଁ ମିଳିଥାଏ। ଏହାକୁ କାର୍ଯ୍ୟରେ କରି ବେଙ୍ଗାଲୁରୁର ଜଣେ ବସ୍‌ କଣ୍ଡକ୍ଟର ଦେଖାଇଛନ୍ତି। ସେ କଣ୍ଡକ୍ଟର...

ଏମିତି ଦେଶ, ଯେଉଁଠି ଘର କାନ୍ଥରେ ସ୍ତ୍ରୀଙ୍କ ଫଟୋ ରହିବା ବାଧ୍ୟତାମୂଳକ

ବିଶ୍ୱର ପ୍ରତ୍ୟେକ ଦେଶରେ କିଛି ନା କିଛି ରହସ୍ୟ ରହିଛି। ପ୍ରତ୍ୟେକ ଦିଶ ନିଜ ଚାଲିଚଳଣି, ପରମ୍ପରାକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ସେହିପରି...

ଜାମିନ ମିଳିବା ଲାଗି ଏହି ମନ୍ଦିରରେ କରାଯାଏ ପୂଜା…

ଭାରତ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଏସବୁ ପରମ୍ପରା ଲୋକଙ୍କ ଶ୍ରଦ୍ଧା ତଥା ବିଶ୍ୱାସ ଯୋଗୁ କରାଯାଇଥାଏ। ଶ୍ରଦ୍ଧାଳୁ ମାନସିକ ପୂରଣ ପରେ...

ବୁଲାକୁକୁରଙ୍କୁ ସାହାରା ଦେବା ପାଇଁ ୧୪ ଶହ କିମି ପାଦରେ ଚାଲିଲେ ଏହି ବ୍ୟକ୍ତି

ମେକ୍ସିକୋ,୧୨।୧୧:ସାଧାରଣତଃ ରାସ୍ତାରେ ବୁଲୁଥିବା କୁକୁରଙ୍କୁ କେହି ଧ୍ୟାନ ଦେଇ ନ ଥାନ୍ତି। କେହି ବୁଲାକୁକୁରଙ୍କୁ ଢେଲା ଫୋପାଡିଲାଣି ତ ଆଉ କିଏ ପାଣି। ଏମିତି ଅସହାୟ...

Leave a comment

Your email address will not be published. Required fields are marked *