ପୃଥିବୀ ନିକଟରେ ଥିବା ବ୍ଲାକ୍‌ ହୋଲ୍‌ର ମିଳିଲା ସନ୍ଧାନ

ଓ୍ବାଶିଂଟନ,୭।୫: ପୃଥିବୀ ନିକଟରେ ଥିବା ଏକ ବ୍ଲାକ୍‌ ହୋଲ୍‌ର ସନ୍ଧାନ ମିଳିଛି। ଏହା ପୃଥିବୀଠାରୁ ପ୍ରାୟ ୧୦୦୦ ଆଲୋକ ବର୍ଷ ଦୂରରେ ରହିଛି ବୋଲି ୟୁରୋପିଆନ୍‌ ମାହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏହା ବ୍ୟାସ ୪୦ କିଲୋମିଟର ବୋଲି ଅନୁମାନ କରାଯାଉଛି। ଏହା ଦକ୍ଷିଣ ଗୋଲାର୍ଦ୍ଧର ଟେଲିସ୍କୋପିୟମ୍‌ ତାରାମଣ୍ଡଳର ଅଂଶବିଶେଷ। ଏହାକୁ ଏଚ୍‌ଆର୍‌-୬୮୧୯ ଭାବେ ନାମିତ କରାଯାଇଛି। ଏହା ନିକଟରେ ଅନ୍ୟ କେତେକ ବ୍ଲାକ୍‌ହୋଲ୍‌ ରହିଛି ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି। ଏହା ସମ୍ପର୍କରେ ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ୍‌ ପତ୍ରିକାରେ ତଥ୍ୟ ପ୍ରକାଶ ପାଇଛି। ଏହାପୂର୍ବରୁ ପୃଥିବୀଠାରୁ ୩୨୦୦ ଆଲୋକ ବର୍ଷ ଦୂରରେ ଥିବା ବ୍ଳାକ୍‌ହୋଲ୍‌ର ସନ୍ଧାନ ମିଳିଥିଲା ବୋଲି ୟୁରୋପିଆନ୍‌ ମହାକାଶ ବିଜ୍ଞାନୀ ଡାଇଟ୍ରିକ୍‌ ବାଡେ କହିଛନ୍ତି। ସୂଚନାଯୋଗ୍ୟ ଆମ ସୌରମଣ୍ଡଳ ରହିଥିବା ଆକାଶଗଙ୍ଗାରେ ପ୍ରାୟ ୧୦୦ ନିୟୁତ ବ୍ଲାକ୍‌ହୋଲ୍‌ ରହିଥିବାର ଅନୁମାନ କରାଯାଉଛି।


All Right Reserved By Dharitri.Com

ବିପଦ ଆସିଲେ ଆଗୁଆ ସୂଚନା ଦେଇଥାଏ ଏହି କୁଣ୍ଡ

ଦେଶରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ସେହିପରି କଶ୍ମୀରର ଶ୍ରୀନଗର ତୁଲମୁଲାରେ ଏମିତି ଏକ ମନ୍ଦିର...

୭୨ବର୍ଷ ପରେ ପାକିସ୍ତାନରେ ଥିବା ହଜାରେ ବର୍ଷ ପୁରାତନ ଶିବ ମନ୍ଦିରରେ ଆରମ୍ଭ ହେଲା ପୂଜାର୍ଚ୍ଚନା

ଇସଲାମାବାଦ୍‌,୬।୭: ପାକିସ୍ତାନର ସିଆଲକୋଟ୍‌ଠାରେ ଥିବା ଏକ ହଜାର ବର୍ଷ ପୁରାତନ ଶିବ ମନ୍ଦିରରେ ୭୨ ବର୍ଷ ପରେ ପୁଣି ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମନ୍ଦିରକୁ ଶ୍ରଦ୍ଧାଳୁଙ୍କ...

ମୂଳ ଭାରତୀୟ ଦମ୍ପତି ତିଆରି କଲେ ଶସ୍ତା ଭେଣ୍ଟିଲେଟର: ଦାମ ସାଢ଼େ ୭ ହଜାର

ଓ୍ବାଶିଂଟନ,୨୬।୫: ପୃଥିବୀରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପାଲଟି ଥିବା ଭେଣ୍ଟିଲେଟର ମୁଖ୍ୟ ସମସ୍ୟା ଭାବେ ଉଭା...

କାର୍ଯ୍ୟକ୍ଷେତ୍ରରେ ଚଷମା ପିନ୍ଧିପାରିବେନି ମହିଳା

ଜାପାନରେ ଏକ ଅଜବ ନିୟମ ଲାଗୁ ହୋଇଛି। ଏଠାରେ କର୍ମକ୍ଷେତ୍ରରେ ମହିଳାମାନେ ଚଷମା ପିନ୍ଧିପାରିବେନି। କେତେକ ବେସରକାରୀ କମ୍ପାନୀ ଏଭଳି ନିୟମ ଲାଗୁ କରିଛନ୍ତି। ଏହା...

ଭାଇଚାରାର ବାର୍ତ୍ତା ନେଇ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡ଼ିଲେ

ଅଜମେର,୧୯।୧: ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ଏବଂ ଭାଇଚାରା ଜାରି ରଖିବା ପାଇଁ ଅଜମେରର ସୁଫିଆ ଖାଁ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ସୁଫିଆ ୧୦୦ ଦିନରେ...

ପାକିସ୍ତାନ ସହ ଆଲୋଚନାକୁ ଜୟଶଙ୍କରଙ୍କ ଖଣ୍ଡନ

ଲଣ୍ଡନ,୩ା୯(ପି.ଟି.): ପାକିସ୍ତାନ ଖୋଲାଖୋଲି ଭାବେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। ଆତଙ୍କବାଦୀଙ୍କୁ ନିଯୁକ୍ତି, ପ୍ରଶିକ୍ଷଣ ଓ ଆର୍ଥତ୍କ ସହାୟତା ଯୋଗାଇ ଆସୁଛି। ଏଥିରୁ ବିରତ ନ...

ଏହି ବୌଦ୍ଧ ମଠରେ ଥିବା ଅଷ୍ଟଧାତୁ ମୂର୍ତ୍ତି ମୁଣ୍ଡରେ ବଢୁଛି କେଶ…

ହିମାଚଳପ୍ରଦେଶ କିନୌରରେ ରହିଛି ରୋପା ଗାଁ। ଏଠାରେ ଥିବା ବୌଦ୍ଧ ମଠରେ ଅଛି ଭଗବାନ ମେଲାରୋପାଙ୍କ ଅଷ୍ଟଧାତୁ ମୂର୍ତ୍ତି। ମେଲାରୋପାଙ୍କୁ ବୁଦ୍ଧଙ୍କ ଅବତାର ଭାବେ ଶ୍ରଦ୍ଧାଳୁମାନେ...

କରୋନା ସଂକ୍ରମିତ ପେଟେଇ ଶୋଇଲେ ନିଶ୍ୱାସପ୍ରଶ୍ୱାସ ନେବା ହେବ ସ୍ବାଭାବିକ !

ବେଜିଂ,୨୮।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଗୁରୁତର କରୋନା ସଂକ୍ରମିତ...

Leave a comment

Your email address will not be published. Required fields are marked *