ଆଇଏସ୍‌ଆଇର ନୂଆ ଯୋଜନା: ନେପାଳ ସୀମାରେ ଲଶ୍କର ମଡ୍ୟୁଲରେ ତିଆରି ହେଉଛନ୍ତି ସ୍ଲିପର ସେଲ୍‌

ନୂଆଦିଲ୍ଲୀ/କାଠମାଣ୍ଡୁ, ୧୩।୬: ଆତଙ୍କବାଦ ବିରୋଧରେ ଭାରତ ସ୍ବତନ୍ତ୍ର ଯୋଜନା ଉପରେ କାର୍ଯ୍ୟଧାରା ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବେ ଜମ୍ମୁ-କଶ୍ମୀର ବାଟେ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ ନ କରି ନେପାଳ ସୀମାରେ ଲଶ୍କର ମଡ୍ୟୁଲ୍‌ ଉପରେ ନୂଆ ଯୋଜନା କରୁଥିବା କୁହାଯାଉଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭାରତ-ନେପାଳ ସୀମାରେ ଆଇଏସ୍‌ଆଇ ପକ୍ଷରୁ ସ୍ଲିପର ସେଲ୍‌ ଗଠନ ପାଇଁ କମାଣ୍ଡର ଓମାର ସମସ ଓରଫ୍‌ ଓମର ମଦନିଙ୍କୁ ଦାୟିତ୍ୱ ଦିଆଯାଇଛି। ନେପାଳର ତରାଇ ଅଞ୍ଚଳରେ ମୁସଲମାନ୍‌ ଯୁବକଙ୍କ ବ୍ରେନ୍‌ଓ୍ବାଶ୍‌ କରାଯାଇ ସେମାନଙ୍କୁ ପାକିସ୍ତାନରେ ଟ୍ରେନିଂ ଦେବାକୁ ପଠାଇବାର ଯୋଜନା କରାଯାଉଛି। ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନ ସହିତ ଜଡିତ ଥିବା ମଦନି ଏଠାରେ ନେପାଳ ଏଜୁକେଶନ୍‌ ଆଣ୍ଡ୍‌ ଓ୍ବେରଫେୟାର ସୋସାଇଟି ସହାୟତାରେ ଭାରତ ବିରୋଧୀ କାର୍ଯ୍ୟ କଳାପ ଜାରି ରଖିଛି। ଭାରତ ନେପାଳ ମଧ୍ୟରେ ଥିବା ଏକ ହଜାର ୭ଶହ ୫୧ କିଲୋମିଟରର ଦୀର୍ଘ ସୀମାର ଉପଯୋଗ କରିବା ପାଇଁ ଆଇଏସ୍‌ଆଇ ଯୋଜନା କରିଥିବା ଗୋଇନ୍ଦା ରିପୋର୍ଟରେ ଦର୍ଶାଯାଇଛି।


All Right Reserved By Dharitri.Com

ବଜେଟକୁ ନେଇ କ’ଣ କହିଲେ ମୋଦି

ନୂଆଦିଲ୍ଲୀ,୫।୭: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟକୁ ନେଇ ପ୍ରଧାନମନ୍ତ୍ରୀ...

ଅଜିତ ପାଓ୍ବାରଙ୍କ ସହ ଯୋଗାଯୋଗରେ ଭାଜପାର ୭ ବିଧାୟକ: ଇସ୍ତଫା ଦେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୧୧।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ହାଇ ଭୋଲଟେଜ୍‌ ଡ୍ରାମା ଲାଗିରହିଛି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ୭ ବିଧାୟକ...

ପଳାତକ ଘୋଷିତ ନୀରବ ମୋଦିଙ୍କ ଇମୋସନାଲ୍‌ ଡ୍ରାମା: ଭାରତକୁ ପ୍ରତ୍ୟର୍ପଣ କଲେ କରିବି ଆତ୍ମହତ୍ୟା

ଲଣ୍ଡନ,୭।୧୧: ପଳାତକ ଘୋଷିତ ନୀରବ ମୋଦି ଲଣ୍ଡନରେ କୋର୍ଟରେ ଇମୋସନାଲ୍‌ ଡ୍ରାମା କରିଛନ୍ତି। କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ସେ କହିଛନ୍ତି ଯେ,...

ଝରଣାରେ ହଠାତ୍‌ ଆସିଲା ବନ୍ୟାଜଳ: ମାନବ ଶୃଙ୍ଖଳ ଦ୍ୱାରା ଶତାଧିକ ଶ୍ରଦ୍ଧାଳୁଙ୍କ ଜୀବନ ରକ୍ଷା କଲେ ସ୍ଥାନୀୟ ଯୁବକ

ପାଟନା,୯।୭: ବିହାର ସାସାରାମ୍‌ସ୍ଥିତ କୈମୁର ପାହାଡ଼ରୁ ବାହାରିଥିବା ଝରଣାରେ ହଠାତ୍‌ ବନ୍ୟାଜଳ ଆସିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଥିବା ତୁତଲା ଭବାନୀ...

ନିର୍ବାଚନ ପୂର୍ବରୁ ହୁଏ ସର୍ଜିକାଲ ଷ୍ଟ୍ରାଇକ୍‌: କଂଗ୍ରେସ

ନୂଆଦିଲ୍ଲୀ,୨୦।୧୦: ଜମ୍ମୁ କଶ୍ମୀର ଟଙ୍ଗଧାର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତ କଡା ଜବାବ ଦେଇଛି। ଭାରତୀୟ ସେନା ପାକ ଅଧିକୃତ କଶ୍ମୀର(ପିଓକେ)...

ଜୁଲାଇ ୫ରେ ବଜେଟ୍‌: ୨ ସପ୍ତାହ ପୂର୍ବରୁ ହାଲୁଓ୍ବା ରନ୍ଧା

ନୂଆଦିଲ୍ଲୀ,୨୨।୬: ଜୁଲାଇ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଂସଦରେ ବଜେଟ ଆଗତ କରିବେ। ଏହାର ୨ ସପ୍ତାହ ପୂର୍ବରୁ ଶନିବାର ପାରମ୍ପରିକ ହାଲୁଓ୍ବା ରନ୍ଧା...

ୟୁଟ୍ୟୁବରୁ ହଟିଲା ‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମ ଗୀତ, ଟ୍ରେଲର

ନୂଆଦିଲ୍ଲୀ, ୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ର ଟ୍ରେଲର ଓ ଗୀତ ୟୁଟ୍ୟୁବରୁ ହଟାଇଦିଆଯାଇଛି। ଫିଲ୍ମକୁ...

ସିବିଆଇକୁ ମିଳିଲା ରାଜୀବଙ୍କ ଠିକଣା

କୋଲକାତା,୧୯।୯: ଶାରଦା ଚିଟପଣ୍ଡ ମାମଲାରେ ଛନ୍ଦି ହୋଇଥିବା କୋଲକାତାର ପୂର୍ବତନ କମିଶନର ରାଜୀବ କୁମାରଙ୍କ ଠିକଣା ମିଳିଛି। ଗୁରୁବାର ରାଜୀବଙ୍କ ଠିକଣା ମିଳିବା ପରେ ସିବିଆଇର...

Leave a comment

Your email address will not be published. Required fields are marked *