ଲକ୍‌ଡାଉନ୍‌ ଦେଲା ନିଖୋଜ ପୁଅର ଠିକଣା

ନବରଙ୍ଗପୁର,୬ା୫(ବି.ପ୍ର.)- ଲକ୍‌ଡାଉନ୍‌ ସମୟରେ ମା’ ବାପାଙ୍କୁ ମିଳିଲା ଖୁସି ଖବର। ୧୫ ବର୍ଷ ହେଲା ନିଖୋଜ ବୋଲି ଭାବୁଥିବା ପୁଅର ଠିକଣା ପାଇଛନ୍ତି। ପୁଅର ପତ୍ତା ପାଇବା ପରେ ମା’, ବାପାଙ୍କ ମନରେ ଖୁସିର ଲହରି ଖେଳି ଯାଇଛି। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅଧୀନ ଦେଓବନ୍ଧ ଗାଁର ଧନବଳୀ ମାଝୀଙ୍କ ପୁଅ ଭୁବନ ଗତ ୧୫ ବର୍ଷ ତଳେ ୭ ଜଣ ସାଙ୍ଗଙ୍କ ସହ ଅହମଦାବାଦ ଯାଇଥିଲେ। ସାଙ୍ଗମାନେ ଗାଁକୁ ଫେରିଥିଲେ। କିନ୍ତୁ ଭୁବନ ଘରକୁ ଫେରି ନ ଥିଲେ । ଏପରିକି ପରିବାର ଲୋକଙ୍କ ସହ ମଧ୍ୟ ଯୋଗାଯୋଗ କରି ନ ଥିଲେ। ତେବେ ଦୀର୍ଘ ୧୫ ବର୍ଷ ପରେ ଏମପି ରମେଶ ଚନ୍ଦ୍ର ମାଝିଙ୍କ ମୋବାଇଲ ନମ୍ବର ପାଇ ଭୁବନ ଭିଡିଓ କଲିଂ ମାଧ୍ୟମରେ କଥା ହୋଇଥିଲେ। ଏହା ପରେ ପରିବାର ଲୋକ ତାଙ୍କ ଠିକଣା ଜାଣି ପାରିଥିଲେ। ଲକ୍‌ଡାଉନ ପରିସ୍ଥିତିରେ ଭୁବନ କିଭଳି ରହିଛନ୍ତି ତାହା ପରିବାର ଲୋକଙ୍କୁ ଚିନ୍ତା ଘାରିଥିଲା। ନବରଙ୍ଗପୁରର ତରୁଣ ଷଡଙ୍ଗୀ ଏକ ମଲ୍ଟିନ୍ୟାଶନାଲ ଫାର୍ମା କମ୍ପାନୀରେ ଆସିଷ୍ଟାଣ୍ଡ ମ୍ୟାନେଜର ଭାବେ କାମ କରି ଅହମଦାବାଦର ନୀଳମଣି ନଗର ସିଟିଏମରେ ରହୁୁଛନ୍ତି। ତାଙ୍କୁ ଭୁବନଙ୍କ ସମ୍ପର୍କରେ ଖବର ନେବା ପାଇଁ ଏମପି କହିଥିଲେ। ସେ ଭୁବନଙ୍କ ସହ ଯୋଗାଯୋଗ କରିଥିଲେ। ସିଟିଏମର ୫ କିମି ଦୂର ବଟୱା ଜିଆଇଡିସି ଠାରେ ଥିବା ଏକ କେମିକାଲ ଫାର୍ମରେ ଭୁବନ କାମ କରୁଥିବା ଜାଣିବାକୁ ପାଇଥିଲେ। କମ୍ପାନୀ ପକ୍ଷରୁ ରହିବା ଓ ଖାଇବା ବ୍ୟବସ୍ଥା ସହ ଦରମା ମିଳୁଥିବା ଭୁବନ କହିଥିଲେ। ସେ ଭଲରେ ଥିବା ତରୁଣ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ଲକ୍‌ଡାଉନ୍‌ ପରେ ଘରକୁ ଯିବେ ବୋଲି ସେ କହିଥିଲେ। ଏବେ ଭୁବନ ପରିବାର ଲୋକଙ୍କ ମୋବାଇଲ ନମ୍ବର ପାଇବା ପରେ ନିୟମିତ ସେମାନଙ୍କ ସହ କଥାବାର୍ତ୍ତ ମଧ୍ୟ ହୋଇ ପାରୁଛନ୍ତିି। ତେବେ ୧୫ ବର୍ଷ ତଳେ ଚନ୍ଦାହାଣ୍ଡିକୁ ମୋବାଇଲ ନେଟୱର୍କ ଓ ମୋବାଇଲ ପ୍ରଚଳନ ନ ଥିବାରୁ ସୁଦୂରରୁ ସେ ଆଉ କଥା ହୋଇ ପାରୁ ନ ଥିଲେ। ଏବେ ମା’ ବାପାଙ୍କ ସହ ଭିଡିଓ କଲିଂ ମାଧ୍ୟମରେ କଥା ହୋଇ ବେଶ୍‌ ଖୁସିରେ ରହିଛନ୍ତିି।


All Right Reserved By Dharitri.Com

ପୁରୀରୁ ସାଇବର ଅପରାଧୀ ଗିରଫ : ୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସ ସାଇବର ଅପରାଧରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣଙ୍କ ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ...

ବିସ୍ଥାପିତଙ୍କ ପାଇଁ ନିର୍ମିତ ବାସଗୃହର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ହାଟଡିହୀ,୧୫ା୫(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ହଦଗଡ଼ ବନାଞ୍ଚଳଟି ହସ୍ତୀ ଅଭୟାରଣ୍ୟ ଘୋଷିତ ହେବା ପରେ ୧୯୬୦ ମସିହାରେ ହଦଗଡ଼ ଡ୍ୟାମ ନିିର୍ମାଣ ପାଇଁ...

ତିହିଡ଼ିରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭଦ୍ରକ ଅଫିସ,୧।୩ : ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ଦୋଳସାହି ନୂଆ ଶାସନ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ଗଦାଧର...

ଝି’ର ଭବିଷତ୍‌ ଚିନ୍‌ତାରେ ଦେବକୀ

ଗଣ୍ଡତୁରୁମ, ୨୧।୧୧(ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନ ମହୁଲପାଲି ଗାଁର ବିଧବା ମହିଲା ଦେବକୀ ମୁଦୁଲି। ଆପ୍‌ନେ ଆରପାରକେ ଚାଲିଯିବାର ୩ ବଛର ବିତିଯାଇଥିଲେ...

ଭୋକରେ ଦିନ କାଟୁଛନ୍ତି ଦାଦନ

ନୂଆପଡା ଅଫିସ,୧୪ା୪ – କରୋନା କଟକଣା ଯୋଗୁ ରାଜ୍ୟ ବାହାରେ ନୂଆପଡା ଜିଲାର ହଜାର ହଜାର ଦାଦନ ଶ୍ରମିକ ଅଟକି ରହିଛନ୍ତି। ସେମାନଙ୍କୁ କୌଣସି ପ୍ରକାର...

ଜଳପଥରେ ଦୁର୍ଗମ ଗ୍ରାମକୁ ଗଲେ ଉପଜିଲାପାଳ: ସ୍ଥାନାନ୍ତର ହେବେ ୭୫ ଆଦିବାସୀ ପରିବାର

ପାତ୍ରପୁର,୮ା୯(ଡି.ଏନ୍‌.ଏ.)- ବାଘଲଟି ପ୍ରକଳ୍ପ ଆରପଟେ ପାହାଡ଼ ଉପରେ ଥିବା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତର ଦୁର୍ଗମ ଗ୍ରାମକୁ ରବିବାର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ତହସିଲଦାର...

ତେଜରାତି ଦୋକାନରେ ଚଢ଼ାଉ

ବଇଣ୍ଡା, ୨୭ା୩(ଡି.ଏନ.ଏ.)- କରୋନା ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ତଥା ଅତ୍ୟାବଶ୍ୟକ ସାମଗ୍ରୀକୁ ଦୋକାନୀ ଚଢ଼ା ଦରରେ ବିକୁଥିବା  ଅଭିଯୋଗ ପାଇ ଅନୁଗୋଳ ଜିଲା କିଶୋରନଗର ବ୍ଲକର...

୩ ପଞ୍ଚାୟତକୁ ସାନିଟାଇଜ୍‌ କଲା ଆଇଆର୍‌ଇ

ଛତ୍ରପୁର,୧୫ା୪(ଡି.ଏନ୍‌.ଏ.): ଭାରତୀୟ ବିରଳ ମୃତ୍ତିକା (ଆଇଆର୍‌ଇ) ପ୍ଲାଣ୍ଟ ପକ୍ଷରୁ ନିକଟବର୍ତ୍ତୀ କଣମଣା, ଆର୍ଜିପଲ୍ଲୀ ଓ କାଳୀପାଲି ପଞ୍ଚାୟତକୁ ସାନିଟାଇଜ୍‌ କରାଯାଇଛି। ପ୍ଲାଣ୍ଟର ସିଜିଏମ ଏ. ଜେ....

Leave a comment

Your email address will not be published. Required fields are marked *