ବିନିକାରେ କାଳବୈଶାଖୀ: ଗଛ ଉପୁଜିଲା, ଛପର ଉଡିଲା

ବିନିକା,୬ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକାରେ ମଙ୍ଗଳବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ, ବର୍ଷା ଓ କୁଆପଥର ମାଡରେ ବ୍ଲକ ଅଞ୍ଚଳଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି ା ବିଭିନ୍ନ ସ୍ଥାନରେ ଶହଶହ ଗଛ ଉପୁଡି ପଡିଛି। ଶଙ୍କରା, ସେଲେଡି, କଇଁତରା, ବାଉଁଶୁଣୀ, ମହଦା ଅଞ୍ଚଳରେ ପ୍ରବଳ କୁଆ ପଥର ମାଡରେ ଶତାଧିକ ଚାଷୀଙ୍କର ରବି ଧାନଫସଲ ନଷ୍ଟ ହୋଇଛି ା ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିବା ଯୋଗୁଁ ଗତ ରାତିଠାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି ା ରାମପୁର-ବିନିକା-ସୋନପୁର ମୁଖ୍ୟରାସ୍ତାରେ ଉପୁଡି ପଡିଥିବା ବଡବଡ ଗଛକୁ ବୁଧବାର ସକାଳେ ଅଗ୍ନିଶମ ବିଭାଗ ହଟାଇବା ପରେ ଯାତାୟାତ ସ୍ବଭାବିକ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଠିଆ ହୋଇ ରହିଥିବା ଯାନବାହନ ଚଳାଚଳ କରିଥିଲା। ସେଲେଡି ଗ୍ରାମର ଗୌରୀ ନାୟକଙ୍କ ଏକ ବଳଦ ଉପରେ ଗଛ ପଡିଯିବାରେ ତାର ମୃତ୍ୟୁ ଘଟିଛି। ଏହି ଗଁାର ବହୁ ଲୋକଙ୍କର ଛପର ଘର ଭାଙ୍ଗି ଯାଇଛି ା ସୋନପୁର-ବିନିକା ରାସ୍ତା ମଧ୍ୟବର୍ତ୍ତୀ ଟାଙ୍ଗିଆଳିସା ବିଦ୍ୟୁତ୍‌ ଗ୍ରୀଡ୍‌ ପାଖରେ ଥିବା ଆମ୍ବଗଛ, ବିଶାଳପାଲି ଉମାବିଷ୍ନୁ ରାଇସ ମିଲ୍‌ ଓ ରାମପୁର ତହସିଲ ନିକଟରେ ଥିବା ପିପଳ ଗଛ ଝଡତୋଫାନରେ ଉପୁଡି ପଡିବାରେ ସମ୍ପୃକ୍ତ ରସ୍ତାରେ ଯାତାୟାତ ବ୍ୟାହତ ହୋଇଥିଲା ା କ୍ଷୟକ୍ଷତି ଆକଳନ କରି ଅବିଳମ୍ବେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।


All Right Reserved By Dharitri.Com

ଲକ୍‌ଡାଉନ୍‌ ସ୍ଥିତି: ତେଲେଙ୍ଗାନାରେ ଫସିଛନ୍ତି ୫୦ ଓଡ଼ିଆ ଶ୍ରମିକ

ବିନିକା,୨୬।୩(ଡି.ଏନ୍‌.ଏ.): କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଦେଶରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ହାଇଦ୍ରାବାଦ ତେଲେଙ୍ଗାନାରେ ସୁବର୍ଣ୍ଣପୁର ଜିଲା ବିନିକା...

କରୋନା ସର୍ଭେବେଳେ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ

ଅମରପାଲି, ୨୨ା୪(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରାମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁରୁବୁଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀଙ୍କର କରୋନା ସର୍ଭେ ବେଳେ ବୁଧବାର ମୃତ୍ୟୁ ଘଟିଛି।...

ସିଏମ୍‌ଆରଏଫକୁ ୧ ଲକ୍ଷ ଦେଲେ ବ୍ଲକ ଅଧ୍ୟକ୍ଷ

ସୋନପୁର,୩୦।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ କରୋନା ମୁକାବିଲା ପାଇଁ ସିଏମ୍‌ଆରଏଫ(ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଡି)କୁ ୧ ଲକ୍ଷ ଟଙ୍କା ପ୍ରଦାନ...

ଚିରନ୍ତନ ପ୍ରେମର ସନ୍ତକ ନିମୁହିଁ ମନ୍ଦିର

ସୋନପୁର,୧୫।୩(ନି.ପ୍ର.) ସୁବର୍ଣ୍ଣପୁରର ନିମୁହିଁ ମନ୍ଦିର ଏକ ବିସ୍ମୟ। ମନ୍ଦିରର ଉଚ୍ଚତା ପ୍ରାୟ ୨୫ ଫୁଟ । ଲମ୍ବ ୧୨ ଫୁଟକୁ ପ୍ରସ୍ଥ ପ୍ରାୟ ୧୨ ଫୁଟ୍‌...

ଥୋଡ ଧାନ ଉପରେ କୁଆପଥର ମାଡ଼

ସୋନପୁର,୨୭।୪(ନି.ପ୍ର.) ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏବେ ଅଦିନିଆ ବର୍ଷା, କୁଆ ପଥର ମାଡ ଓ ଘୂର୍ଣ୍ଣିଝଡ...

ପକ୍ଷୀ, ବାସସ୍ଥଳୀର ସୁରକ୍ଷା ଚିନ୍ତା : ଏକାଠି ହେଲେ ପରିବେଶବିତ୍‌

ସୋନପୁର,୨୭।୧୨(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ଛୋଟ ବଡ ନଦୀ, ନାଳ ଓ ବହୁ ସଂଖ୍ୟକ ବନ୍ଧ ରହିଛି। ଜଙ୍ଗଲ ସମ୍ପଦ ଓ ଉତ୍ତମ ଜଳବାୟୁ ଅଛି। ସ୍ଥାନୀୟ ଅଞ୍ଚଳରେ...

ଏଟିଏମ୍‌ ଭାଙ୍ଗିଦେଲେ ଦୁର୍ବୃତ୍ତ

ଅମରପାଲି,୨୯।୮(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢୀସ୍ଥିତ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଏଟିଏମ୍‌କୁ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଟଙ୍କା ଲୁଟ୍‌...

ସଡକ ସୁରକ୍ଷା ନିୟମ ମାନିଲେ ଦୁର୍ଘଟଣା ହ୍ରାସ ପାଇବ

ସୋନପୁର,୧୮।୧୦(ନି.ପ୍ର.) ସଡକ ଦୁର୍ଘଟଣାରେ ବହୁ ମୂଲ୍ୟବାନ ଜୀବନହାନି ହେଉଛି। ଏଭଳି ମୃତ୍ୟୁ ସଂଖ୍ୟା ଦେଶରେ ଦିନକୁ ଦିନ ବଢୁଛି । ପ୍ରାକୃତିକ ବିପର୍ଯ୍ୟୟ ଓ ଆତଙ୍କବାଦୀ...

Leave a comment

Your email address will not be published. Required fields are marked *