ପରିବାରର ୩ ସମେତ ୪ କରୋନା ସଂକ୍ରମିତ: ଜିଲାରେ ଭୟର ବାତାବରଣ

ଜଗତ୍‌ସିଂହପୁର ଅଫିସ, ୬ା୫: ଜଗତ୍‌ସିଂହପୁର ଜିଲାକୁ ବୁଧବାର କରୋନା ଛୁଇଁଛି। ଜିଲାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି। ଏହି ୪ ଜଣଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାରର। ମାତ୍ର ଏହି ପରିବାରର ଜଣେ ସ୍ତ୍ରୀ ଲୋକ ଏବଂ ତାଙ୍କ ଛୋଟ ଝିଅ କରୋନା ସଂକ୍ରମଣରୁ ବର୍ତ୍ତୀ ଯାଇଛନ୍ତି। ଅନ୍ୟଜଣକ ସେମାନଙ୍କ ସମ୍ପର୍କୀୟ। ଏହି ସୂଚନା ମିଳିବା ପରେ ସାରା ଜିଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରିୟରଞ୍ଜନ ଶତପଥୀ, ନାଉଗାଁ ଥାନା ଅଧିକାରୀ ଗୋବର୍ଦ୍ଧନ ସାହୁ ପ୍ରମୁଖ କରୋନା ସଂକ୍ରମିତମାନେ ରହୁଥିବା ଜାମୁଗାଁ ପଞ୍ଚାୟତ ଅନ୍ତର୍ଗତ କଣ୍ଟୁଣିଆହାଟ ହାଇସ୍କୁଲ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରାଥମିକ ଭାବେ ଏହି ହାଇସ୍କୁଲ ଫାଟକ ନିକଟରେ ବ୍ୟାରିକେଡ୍‌ କରାଯିବା ସହ ୪ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ କିମ୍ବା ପାରାଦୀପସ୍ଥିତ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ନିଆଯିବ ସେ ଉପରେ ବିଚାରବିମର୍ଷ ଚାଲିଛି। ମାତ୍ର କେନ୍ଦ୍ରରେ ୧୩ ଜଣ ରହୁଥିବା ଏବଂ ଗୋଟିଏ ପାଇଖାନା ବ୍ୟବହାର କରୁଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରାଯାଉଛି।
ସୂଚନା ମୁତାବକ ଜାମୁଗାଁ ପଞ୍ଚାୟତର ଗୋଟିଏ ପରିବାରର ୫ (୪୭, ୩୨, ୨୭, ୨୬ ଓ ୩ ବର୍ଷର) ଓ ସେମାନଙ୍କ ସମ୍ପର୍କୀୟ ତଥା ତିରୁଣା ପଞ୍ଚାୟତର ଜଣେ ବ୍ୟକ୍ତି (୩୦) ଜଣକା ୩,୫୦୦ ଟଙ୍କା ଲେଖାଏଁ ଭଡା ଦେଇ ସୁରଟରୁ ଏକ ବସ୍‌ରେ କଟକ ଆସିିଥିଲେ। ୫ ଜଣିଆ ପରିବାରରେ ସ୍ତ୍ରୀ, ସ୍ବାମୀ, ଦାଦା ଓ ସେମାନଙ୍କ ଛୋଟ ଝିଅ ଅନ୍ତର୍ଭୁକ୍ତ। ତେବେ କଟକରେ ପହଞ୍ଚତ୍ଲା ପରେ ସେମାନଙ୍କୁ ଚାଉଳିଆଗଞ୍ଜସ୍ଥିତ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ସେଠାରେ ଗୋଟିଏ କୋଠରୀରେ ୬ ଜଣ ରହିଥିଲେ। ୨ ତାରିଖ ଦିନ ଜିଲା ପ୍ରଶାସନ ତରଫରୁ ସେମାନଙ୍କୁ ଜଗତ୍‌ସିଂହପୁର ଅଣାଯିବା ବ୍ୟବସ୍ଥା ହୋଇଥିଲେ ସୁଦ୍ଧା ସ୍ବାବ୍‌ ପରୀକ୍ଷା କରା ନ ଯାଇ ସିଧାସଳଖ ସେମାନଙ୍କ ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ମଙ୍ଗଳବାର ଜଗତ୍‌ସିଂହପୁର ଅଣାଯାଇ ସରଳାଦେବୀ କଲ୍ୟାଣ ମଣ୍ଡପରେ ସ୍ବାବ୍‌ ସଂଗ୍ରହ ପରେ ପୁଣି କଣ୍ଟୁଣିଆହାଟ ହାଇସ୍କୁଲ ପଠାଇ ଦିଆଯାଇଥିଲା। ବୁଧବାର ଏହି ନମୁନା ରିପୋର୍ଟ ଆସିଛି। ରିପୋର୍ଟ ଆସିଲା ପରେ ଶଙ୍କା ବଢିବାରେ ଲାଗିଛି। କାରଣ ଏହି କେନ୍ଦ୍ରରେ ମୋଟ ୧୩ ଜଣ ରହୁଛନ୍ତି। ଗୋଟିଏ କୋଠରୀରେ ୬ ଓ ଅନ୍ୟଟିରେ ୭ ଜଣ ରହୁଛନ୍ତି। ଏହି ୭ ଜଣଙ୍କ ମଧ୍ୟରୁ ହାଇଦ୍ରାବାଦ୍‌ରୁ ୩ ଓ ଯାଜପୁର ଫେରନ୍ତା ହେଉଛନ୍ତି ୪। ଅନ୍ୟ ଜଣେ ମଧ୍ୟପ୍ରଦେଶରୁ ଫେରିଥିବା କୁହାଯାଉଥିଲେ ସୁଦ୍ଧା ସେ କେଉଁଠି ରହୁଛନ୍ତି ସ୍ପଷ୍ଟ ହୋଇନାହିଁ। ଏହି ୧୩ ଜଣ ଗୋଟିଏ ପାଇଖାନା ବ୍ୟବହାର କରୁଥିଲେ। ଏ ସମ୍ପର୍କରେ କଣ୍ଟୁଣିଆହାଟର କିଛି ଲୋକଙ୍କ କହିବା କଥା ହେଲା ଯେହେତୁ ବଜାରଟି ପାଖ ତେଣୁ ସେମାନେ ବଜାର ବୁଲିବାକୁ ଯାଇଥିଲେ ଆଗକୁ ବିପଦ ରହିଛି। କେତେଜଣ ପାନ ଆଦି ସେବନ କରନ୍ତି ତେଣୁ ଲୋକ ସମ୍ପର୍କରେ ଆସିଥିବା ସନ୍ଦେହ କରାଯାଉଛି। ସେହିପରି ତିରୁଣାର ବ୍ୟକ୍ତିଙ୍କ ଭାଇ ମଙ୍ଗଳବାର ତାଙ୍କୁ ଦେଖା କରିବାକୁ ଯାଇଥିଲେ। ମାତ୍ର ସେମାନେ ସାମାଜିକ ଦୂରତା ଅବଲମ୍ବନ କରିଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କହିବାକୁ ଗଲେ ସେମାନଙ୍କ ସହ ଆଲୋଚନା କରାଗଲେ ଅଧିକ କିଛି ତଥ୍ୟ ମିଳିପାରେ ବୋଲି କୁହାଯାଉଛି। ଏ ସମ୍ପର୍କରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି, ଜିଲାକୁ ୧୩୨ଜଣ ରାଜ୍ୟ ବାହାରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୯୮ଜଣଙ୍କ ସ୍ବାବ୍‌ ଟେଷ୍ଟ ହୋଇଛି। ସେଥିରୁ ୯୪ ଜଣଙ୍କ ସ୍ବାବ୍‌ ନେଗେଟିଭ ଆସିଛି। ଆକ୍ରାନ୍ତମାନେ ୪ ତାରିଖରେ ଫେରିଛନ୍ତି। ପ୍ରଥମର ୪ ପିଜିଟିଭ ହୋଇଥିବାରୁ ସେମାନଙ୍କୁ କଣ୍ଟେନମେଣ୍ଟରେ ରଖାଯାଇଛି। ତେବେ ସେମାନେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ନିରଞ୍ଜନ ବ୍ରହ୍ମାଙ୍କୁ ସମ୍ବିଧାନ ବିଶାରଦ ଉପାଧି

ପୁରୀ ଅଫିସ, ୯।୭: ପବିତ୍ର ରଥଯାତ୍ରା ପାଇଁ ଏବେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଭକ୍ତିଭରା ପରିବେଶରେ ଉଚ୍ଛୁଳୁଛି ବଡ଼ଦାଣ୍ଡ। ସହରର ବିଭିନ୍ନ ସ୍ଥାନରେ ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ।...

କାର୍ଯ୍ୟାଦେଶ, ପଟ୍ଟା ବଣ୍ଟନ : ‘ଲାଞ୍ଚକୁ ପ୍ରଶ୍ରୟ ଦିଆଯିବନାହିଁ ’

କାମାକ୍ଷାନଗର,୮।୮(ଡି.ଏନ.ଏ.)  ମୁଣ୍ଡ ଉପରେ ଛାତ ପରିବାରକୁ ସୁରକ୍ଷିତ ରଖେ। ଏହାକୁ ହୃଦୟଙ୍ଗମ କରିଛନ୍ତି ଏବେକାର ସରକାର। ଜନସାଧାରଣଙ୍କ ସୁଖସୁବିଧା ଲାଗି ଆବାସ ଯୋଜନା କାର୍ଯ୍ୟକାରୀ କରାଯାଇଛି।...

ଅପମିଶ୍ରିତ ସୋରିଷ ତେଲ ବିକ୍ରି ଅଭିଯୋଗରେ ଚଢାଉ

ବାରିପଦା ଅଫିସ, ୧୪ା୨- ମୟୂରଭଞ୍ଜ ଜିଲା ବାରିପଦା ବଜାରରେ ଅପମିଶ୍ରିତ ସୋରିଷ ତେଳ ବିକ୍ରି ହେଉଥିବା ଅଭିଯୋଗ ପାଇ ଟାଉନ ପୋଲିସ ବୁଧବାର ରାତିରେ ଏକ...

ସଡକ ଦୁର୍ଘଟଣାରେ ୨ ଏନଟିପିସି କର୍ମଚାରୀଙ୍କ ଜୀବନ ଗଲା

ସୁନ୍ଦରଗଡ଼, ୩।୯(ଡି.ଏନ.ଏ.): ସୁନ୍ଦରଗଡ଼ ବାଲିଯୋରୀ ଛକରେ ମଙ୍ଗଳବାର ଏକ ସଡକ ଦୁର୍ଘଟଣାରେ ଦୁଇଜଣ ଏନଟିପିସି କର୍ମଚାରୀଙ୍କ ମୃତ ଘଟିଛି। ସେମାନେ ହେଲେ ସସ୍ମିତା କବିରାଜ ଓ...

ରାଜଧାନୀରେ ସାମାନ୍ୟ ପ୍ରଭାବ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ଭୁବନେଶ୍ୱରରେ ବାତ୍ୟା ଅମ୍ଫନ୍‌ର ପ୍ରଭାବ ସାମାନ୍ୟ ଅନୁଭୂତ ହୋଇଛି। ଏହା ପ୍ରଭାବରେ ମଙ୍ଗଳବାରଠାରୁ ଝିପିଝିପି ବର୍ଷା ହୋଇଥିବାବେଳେ ବିଳମ୍ବିତ ରାତିରୁ ବୁଧବାର ମଧ୍ୟାହ୍ନ ଯାଏ...

ସଚେତନତା ପାଇଁ ମାସ୍କ ବଣ୍ଟନ

ଚିତ୍ରଡା,୧୪ା୪(ଡି.ଏନ୍‌.ଏ.)- କରୋନା ସଚେତନତା ପାଇଁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଚିତ୍ରଡା ପଞ୍ଚାୟତ ଅଧୀନ ଡିମୁରଡିହା ଗ୍ରାମର ତନୁ ମହାନ୍ତ ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟି...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ବଳଦ ମୃତ

ଚିକିଟି,୩୦ା୬(ଡି.ଏନ.ଏ.)- ଚିକିଟି ବ୍ଲକ୍‌ ସୋରଳ ପଞ୍ଚାୟତ କଇଠା ଗ୍ରାମରେ ରବିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି ା ଗ୍ରାମ ମଝିରେ ଥିବା ଗୁହାଳକୁ ପ୍ରବେଶ କରିବା...

ଟଙ୍କା ଭର୍ତ୍ତି ପର୍ସ ପାଇ ଫେରାଇଲେ ମହିଳା କନଷ୍ଟେବଳ ଲକ୍ଷ୍ମୀପ୍ରିୟା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଶନିବାର ଏକ ପ୍ରଶଂସନୀୟ ଘଟଣା ଦେଖିବାକୁ ମିଳିଛି। ଟଙ୍କା ଭର୍ତ୍ତି ପର୍ସ ପାଇ ଜଣେ ଆରପିଏଫ କନ୍‌ଷ୍ଟେବଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ...

Leave a comment

Your email address will not be published. Required fields are marked *