ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଟେଲି ଅଭିନେତ୍ରୀ

ମୁମ୍ବାଇ,୬।୫: କରୋନା ଭାଇରସ୍‌ ପ୍ରକୋପ ସାରା ଦେଶରେ ଜାରି ରହିଛି। ଏହି ଭୟଙ୍କର ଭାଇରସ୍‌ କବଳରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ମେ ୧୭ଯାଏଁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନକୁ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ ସତ୍ତ୍ୱେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଟେଲି ଅଭିନେତ୍ରୀ ଗୋପୀ ବୋହୁ ଫେମ୍‌ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କ ସୋସାଇଟିରେ ବୁଧବାର ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯେଉଥିପାଇଁ ଦେବୋଲିନା ଏବେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମୁମ୍ବାଇର ଗୋରେଗାଁଓ ଅଞ୍ଚଳରେ ଦେବୋଲିନା ନିଜ ମା’ ଓ ଭାଇଙ୍କ ସହ ରୁହନ୍ତି। ମା’ ଓ ଭାଇ ଆସାମ ଯାଇଥିବା ବେଳେ ଲକ୍‌ଡାଉନ ଯୋଗୁ ଆଉ ମୁମ୍ବାଇକୁ ଫେରି ପାରିନାହାନ୍ତି। ଫଳରେ ଏବେ ଘରେ ସେ ଏକୁଟିଆ ରହୁଛନ୍ତି। ବୁଧବାର ଉକ୍ତ ସୋସାଇଟିରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେଠାରେ ଏବେ ଆତଙ୍କ ଖେଳିଯାଇଛି। କାରଣ କରୋନା ଆକ୍ରାନ୍ତଙ୍କ ଘରେ ଯେଉଁ ବ୍ୟକ୍ତି କାର୍ଯ୍ୟ କରୁଥିଲେ ସେହି ବ୍ୟକ୍ତି ଦେବୋଲିନାଙ୍କ ଘରେ ମଧ୍ୟ କାମ କରୁଥିଲେ। ତେଣୁ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖିଛି। ଏଥିସହ ତାଙ୍କ ହାତରେ ହୋମ୍‌ କ୍ୱାରାଣ୍ଟାଇନ୍‌ର ଏକ ଷ୍ଟାମ୍ପ ମଧ୍ୟ ଲାଗିଥିବା ଜଣାପଡ଼ିଛି। ଯଦି ଏହି ୧୪ ଦିନ ଭିତରେ କୌଣସି ଲକ୍ଷଣ ଦେଖାଯାଏ ତେବେ କରୋନା ଯାଞ୍ଚ କରାଇବେ ବୋଲି ଦେବୋଲିନା କହିଛନ୍ତି।


All Right Reserved By Dharitri.Com

CORONAVIRUS UPDATE: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ ଛୁଇଁଲା

ଭୁବନେଶ୍ୱର,୧।୫ (ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଁଚିଛି। ଆକ୍ରାନ୍ତ ବ୍ୟକ୍ତି ଜଣକ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଥମିବାର ନାଁ ଧରୁନି। ଶନିବାର ପାକିସ୍ତାନ ରାଜୌରୀ ଜିଲାର ନୌସେରା ଏବଂ ଲାମ୍‌ ସେକ୍ଟରରେ ଥିବା ଭାରତୀୟ...

‘ରୋମିଓ ରଜା’ରେ ଅମ୍ଳାନଙ୍କ ସହ ସ୍କ୍ରିନ୍‌ ସେୟାର କରୁଛନ୍ତି ତମନ୍ନା

କଲେଜରେ ପ୍ରଥମ ଥର ପାଇଁ ପାଦ ଦେବା ସମୟରେ ପିଲାମାନଙ୍କର ମନ ସତେଯେମିତି ଆକାଶରେ ଉଡୁଥାଏ। ନୂଆ ଦୁନିଆ ଆଉ ରଙ୍ଗିନ୍‌ ପରିବେଶରେ ସେମାନଙ୍କ ମଧ୍ୟରୁ...

ଗାଜର ଖାଇଲେ କମିବ ପ୍ରଦୂଷଣର ପ୍ରଭାବ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ସାଂଘାତିକ ହେବା ପରେ ଏବେ ଏହା ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଦିଲ୍ଲୀ ସରକାର ଏହାକୁ...

ଇସ୍ରୋ ଅଧ୍ୟକ୍ଷଙ୍କ ନାମରେ ଫେକ୍‌ ଆକାଉଣ୍ଟ

ଚେନ୍ନାଇ,୧୦ା୯(ଆଇଏଏନ୍‌ଏସ୍‌): ସୋସିଆଲ ମିଡିଆରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କର କୌଣସି ବ୍ୟକ୍ତିଗତ ଆକାଉଣ୍ଟ ନ ଥିତ୍ବା ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ଅନେକ ସୋସିଆଲ...

କଂଗ୍ରେସ-ଏନ୍‌ସିପିର ୪ ବିଧାୟକଙ୍କ ଇସ୍ତଫା: ବୁଧବାର ଭାଜପାରେ ଦେବେ ଯୋଗ

ମୁମ୍ବାଇ,୩୦।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ-ଏନ୍‌ସିପିର ୪ ବିଧାୟକ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ସେମାନେ ବୁଧବାର ଭାଜପାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା...

ଦିଲ୍ଲୀରେ ୟେଦୁରପ୍ପା

ନୂଆଦିଲ୍ଲୀ,୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ମଙ୍ଗଳବାର ୟେଦୁରପ୍ପା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କୁ ଭେଟିଛନ୍ତି। ଏହି...

କେବଳ ଭଲ ଅଭିନେତ୍ରୀ ନୁହନ୍ତି, ଭଲ ଭଉଣୀ ମଧ୍ୟ

‘ବାଘାଯତୀନ ଲୋକନାଟ୍ୟ’ର ଲୋକପ୍ରିୟ ନାଟକ ଅରୁଣ ନାୟକଙ୍କ ରଚିତ ତଥା ମହେଶ ହାଜରାଙ୍କ ନିର୍ଦ୍ଦେଶିତ ‘ମୃତ୍ୟୁଦଣ୍ଡ’ ତଥା ‘ତୋ ନଁାକୁ ମୋ ନଁାରେ ଦେଇଛି ଯୋଡ଼ି’...

Leave a comment

Your email address will not be published. Required fields are marked *