ଲକ୍‌ଡାଉନ୍‌ରେ ଗାଁରେ ଫସିଲେ ରତନ: ଚୁଲିରେ କରୁଛନ୍ତି ରୋଷେଇ

ଲକ୍‌ଡାଉନ୍‌ ପାଇଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ଅନେକ ଲୋକ ଅଛନ୍ତି ଯୋଉଁମାନେ ନିଜ ଘରଠାରୁ ଦୂରେଇ ଅନ୍ୟ ସ୍ଥାନରେ ଫସି ରହିଛନ୍ତି। ଏମିତି ଘଟିଛି ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ରତନ ରାଜପୁତଙ୍କ ସହ। ଲକ୍‌ଡାଉନ୍‌ ଯୋଗୁ ରତନ ବିହାରର ଏକ ଗାଁରେ ଫସି ରହିଛନ୍ତି। ସେଠାର ସେ କିପରି ଜୀବନ ବିତାଉଛନ୍ତି ତା’ର ଭିଡିଓକରି ସବୁ ସମୟରେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ନିକଟରେ ଏକ ଭିଡିଓ ସେ ଶେୟାର କରିଛନ୍ତି। ଭିଡିଓରେ ସେ ଚୁଲିରେ ଦହିଭାତ କିପରି ତିଆରି ହେବ ତାହା ପ୍ରଶଂସକଙ୍କୁ ଶିଖାଉଛନ୍ତି। ସେ ସହଜରେ ରୋଷେଇ କରୁଥିବା ବେଳେ ଚୁଲି ଲଗାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିବା ଭିଡିଓରେ ଦେଖିବାକୁ ମିଳୁଛି।
ରତନ ଛୋଟପରଦାର ଅତି ପରିଚିତ ନାମ। ସେ ‘ରାଧା କି ବେଟିୟା କୁଛ୍‌ କର୍‌ଦିଖାଏଗୀ’, ‘ଅଗ୍‌ଲେ ଜନମ ମୋହେ ବିଟିୟା ହି କିଯୋ’, ‘ସ୍ବୟମ୍ବର’, ‘ଜୟ ସନ୍ତୋଷୀ ମା’ ଆଦି ଧାରାବାହିକରେ ନଜର ଆସିସାରିଛନ୍ତି।


All Right Reserved By Dharitri.Com

‘ଦବଙ୍ଗ-୩’ ଟ୍ରେଲରରେ ବଡ଼ ଭୁଲ

ବଲିଉଡ୍‌ ସୁପରହିଟ୍‌ ଫିଲ୍ମ ସିରିଜ୍‌ ‘ଦବଙ୍ଗ’ର ତୃତୀୟ ପାର୍ଟ ‘ଦବଙ୍ଗ-୩’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ‘ଦବଙ୍ଗ’ର ପୂର୍ବ ଫିଲ୍ମ ଭଳି ଏଥିରେ ମଧ୍ୟ ସଲମାନ...

ନେହା କକ୍କରଙ୍କ ବଦାନ୍ୟତା: ଦମକଳ କର୍ମଚାରୀଙ୍କୁ ୨ ଲକ୍ଷ ଟଙ୍କା ଦେଲେ ସହାୟତା

ବଲିଉଡ୍‌ ଗାୟିକା ନେହା କକ୍କର ଏବେ ବେଶ୍‌ ଚର୍ଚ୍ଚାରେ। ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ସହ ତାଙ୍କ ବିବାହକୁ ନେଇ ଆଲୋଚନା ଚାଲିଛି। ଇଣ୍ଡିଆନ୍‌...

ରୁର୍‌କୀରେ ଫିଲ୍ମ ‘ଆର୍ଟିକାଲ ୧୫’ ବ୍ୟାନ

ଡେରାଡୁନ: ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଆର୍ଟିକାଲ ୧୫’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଗତ ୪ ଦିନ ମଧ୍ୟରେ ଭଲ ବ୍ୟବସାୟ କରିଥିଲେ ବି...

ଶୁଟିଂ ଚାଲିଛି ମନେ ମନେ ମନ ଖୋଜୁଥିଲା

ଦୁଇଟି ପରିବାର ଭିତରେ ଅହି-ନକୂଳ ସମ୍ପର୍କ। ହେଲେ ପ୍ରେମ ଏପରି ଏକ ଜିନିଷ ଯାହା କିଛି ଖାତିର କରେନା। ଅଭିମନ୍ୟୁଙ୍କ ପୁଅ ଓମ୍‌ ଏବଂ ଦୁର୍ଯ୍ୟୋଧନଙ୍କ...

ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବେ ମାନୁଷୀ ଛିଲ୍ଲର

୨୦୧୭ରେ ବିଶ୍ୱସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ ଛିଲ୍ଲର ଖୁବ୍‌ଶୀଘ୍ର ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି। ୟଶରାଜ ପ୍ରଡକ୍ସନରେ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଆଗାମୀ ଫିଲ୍ମ ‘ପୃଥୀରାଜ...

ବିବାଦରେ ହନି ସିଂ: ‘ମଖନା’ ଗୀତକୁ ନେଇ ମାମଲା ରୁଜୁ

ଚଣ୍ଡିଗଡ଼,୯।୭: ର଼୍ୟାପ୍‌ ଗାୟକ ହନି ସିଂ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ମୋହାଲିରେ ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ହନି ସିଂଙ୍କ...

ପରଦାକୁ ଆସିବ ‘ବାଲା’, ଜାଣନ୍ତୁ କେମିତି ହୋଇଥିଲା ଫିଲ୍ମର ନାମକରଣ

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅପକମିଂ ଫିଲ୍ମ ‘ବାଲା’ ନଭେମ୍ବର ୭ରେ ପରଦା ଉପରକୁ ଆସିବାକୁ ଯାଉଛି। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଏହାର ଟାଇଟେଲକୁ ନେଇ...

ବରୁଣଙ୍କ ଆକ୍ଟିଂ ଗୁରୁ

ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ ଡେଭିଡ୍‌ ଧାଓ୍ବନଙ୍କ ପୁତ୍ର ବରୁଣ ଧାଓ୍ବନ। କରନ୍‌ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ ନିଜର ବଡ଼ ପରଦା କ୍ୟାରିୟର ଆରମ୍ଭ...

Leave a comment

Your email address will not be published. Required fields are marked *