Posted inଜାତୀୟ

‘ବାୟୁ’ ଉଠାଇବ ୧୦ ଫୁଟ ଜୁଆର

ନୂଆଦିଲ୍ଲୀ, ୧୩ା୬ :ଆରବ ସାଗରରେ ବାତ୍ୟା ‘ବାୟୁୁ’ ଉଗ୍ରରୂପ ଧାରଣ କରିବା ସହ ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇବାରେ ଲାଗିଛି। ଗୁରୁବାର ସକାଳେ ଏହା ଉପକୂଳ ଅଞ୍ଚଳରେ ମାଡ଼ହୋଇ ତାଣ୍ଡବ ରଚିବ ବୋଲି କୁହାଯାଉଛି। ଘଣ୍ଟାକୁ ୧୫୫ରୁ ୧୭୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗୁଜରାଟ ଛଡ଼ା ଏହି ବାତ୍ୟା ମହାରାଷ୍ଟ୍ର ଓ କର୍ନାଟକ ଉପକୂଳରେ ପ୍ରବଳ ବର୍ଷା ସହ କ୍ଷତି ପହଞ୍ଚାଇପାରେ ବୋଲି ଦର୍ଶାଯାଇଛି। ଗୁଜରାଟର ପୋର୍‌ବନ୍ଦର ଓ ଡିଉ ମଝିରେ ବାତ୍ୟା ମାଡ଼ହେବାର ଆଶଙ୍କା ରହିଛି। ଏଠାରେ ହାଇଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ୫୨ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ସଜାଗ ରଖାଯାଇଛି। ଗୁଜରାଟରେ କେବଳ ୪୦ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବାୟୁ’କୁ ନେଇ ଟୁଇଟ୍‌ କରିବା ସହ ସମସ୍ତଙ୍କ ନିରାପତ୍ତା କାମନା କରିଛନ୍ତି।
ଅଞ୍ଚଳ ସୌରାଷ୍ଟ୍ର, ମୋର୍ବି, ଭାବନଗର, ଜୁନାଗଡ଼, ଗିର୍‌ ସୋମନାଥ, ଜାମ୍‌ନଗର, ଦ୍ୱାରକା, କଚ୍ଛ, ପୋର୍‌ବନ୍ଦର, ରାଜକୋଟ ଓ ଆମ୍‌ରେଲି ଜିଲାର ୫୦୦ ଗ୍ରାମରୁ ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ପ୍ରକାଶ। ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ରହିବ ଓ ୧୦ ଫୁଟ ଉଚ୍ଚର ଜୁଆର ଉଠିବାର ଆଶଙ୍କା କରାଯାଉଛି। ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ୧୦ଟି ଜିଲାରେ ସତର୍କତା ଜାରି କରାଯାଇଥିବାବେଳେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ପରେ ଦୁର୍ବଳ ହୋଇପଡ଼ିବ। ତଥାପି ଦୁଇଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ କରାଯାଇଛି। ନୂଆଦିଲ୍ଲୀର ନର୍ଥ ବ୍ଲକରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ କେନ୍ଦ୍ର ଗୃହ ସଚିବ ରାଜୀବ ଗୌଭାଙ୍କ ନେତୃତ୍ୱରେ ବୁଧବାର ହୋଇଥିଲା। ବାତ୍ୟା ପରିଚାଳନା ଓ ପ୍ରସ୍ତୁତି ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା। ବାତ୍ୟା ଲାଗି ସେନା ସଜାଗ ଥିବା ଜଣାପଡ଼ିଛି। ହେଲିକପ୍ଟର, ମେଡିିକାଲ ଟିମ୍‌ ସହ ରିଲିଫ ଓ ଉଦ୍ଧାର ଲାଗି ସମସ୍ତ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।


All Right Reserved By

ଉପତ୍ୟକାରେ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର:ପାକ୍‌ ଆଣୁଛି ୧୦୦ ଆଫ୍‌ଗାନ ଆତଙ୍କବାଦୀ

ନୂଆଦିଲ୍ଲୀ,୨୩ା୮(ପି.ଟି.):ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତିରେ ଛାନିଆ ହୋଇଯାଇଥିବା ପାକିସ୍ତାନ ଉପତ୍ୟକାରେ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର ରଚିଛି। ଏଥିପାଇଁ ଆଫଗାନିସ୍ତାନରୁ ୧୦୦ ଆତଙ୍କବାଦୀଙ୍କୁ କଶ୍ମୀରକୁ ଆଣୁଛି। ସେମାନେ...

କଳାସୁନା ଉଦ୍ଭାବନ କଲେ ଭାରତୀୟ ବୈଜ୍ଞାନିକ: ସୌରରଶ୍ମୀ ଅବଶୋଷକ ଭାବେ କରିବ କାର୍ଯ୍ୟ

ନୂଆଦିଲ୍ଲୀ,୯।୭: ସୁନା ଦେଖିବାକୁ ହଳଦିଆ। ତେବେ କେତେକ ଭାରତୀୟ ବୈଜ୍ଞାନିକ ଏବେ କଳାସୁନା ଉଦ୍ଭାବନ କରିବାକୁ ସକ୍ଷମ ହୋଇଛନ୍ତି। ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ(ଟିଆଇଏଫ୍‌ଆର୍‌)ର...

ଏସପି ସହ ମେଣ୍ଟ କରିବା ବଡ ଭୁଲ: ମାୟାବତୀ

ଲକ୍ଷ୍ନୌ, ୨୪।୬: ଲୋକ ସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟୀ(ଏସପି)ଏବଂ ବହୁଜନ ସମାଜ ପାର୍ଟି(ବିଏସପି)ମଧ୍ୟରେ ପୁଣି ଲଢେଇ ଆରମ୍ଭ ହୋଇଯାଇଛି। ଦୁଇ ଦଳ ଏକାଠି ହୋଇ...

ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୬: ବୈଦେଶିକ ସଚିବରୁ ବୈଦେଶିକ ମନ୍ତ୍ରୀ ହୋଇଥିବା ସୁବ୍ରମଣ୍ୟମ ଜୟଶଙ୍କର ସୋମବାର ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହୋଇଛନ୍ତି। ଜୟଶଙ୍କର...

ଇଣ୍ଟରନେଟରେ ସେନ୍‌ସେଶନ ପାଲଟିଛନ୍ତି ‘ଗୋଲଡେନ ମ୍ୟାନ’

ମୁମ୍ବାଇ,୧।୭: ସୁନାରେ ଛାଇଁ ହୋଇଥିବା ବ୍ୟକ୍ତିଙ୍କ କଥା ଯଦି ଭାବିବେ ତାହେଲେ ମନରେ ପପୁଲାର ସଙ୍ଗୀତଜ୍ଞ ବାପି ଲେହରିଙ୍କ ଛବି ଆସେ। ହେଲେ ଏହି ସମୟରେ...

ହଠାତ୍‌ ମନ୍ଦିରରେ ଜଳିଗଲେ ମହିଳା: ସ୍ବାସ୍ଥ୍ୟାବସ୍ଥା ଗୁରୁତର

ହୁବଳି,୨୦।୬: କର୍ନାଟକର ହୁବଳିରୁ ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି। ଉକ୍ତ ସହରରେ ଥିବା ବିଶ୍ୱନାଥ ମନ୍ଦିରରେ ଜଣେ ମହିଳା ପୂଜା କରୁଥିବା ସମୟରେ ହଠାତ୍‌...

ଭାରତରେ ଭିଡ଼ହିଂସା, ଆମେରିକାରେ ବିକ୍ଷୋଭ: ସଂଖ୍ୟାଲଘୁଙ୍କୁ ନ୍ୟାୟ ମିଳୁ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧ା୭: ଗୋସୁରକ୍ଷା ନାମରେ ଓ ଜୋର୍‌ଜବରଦସ୍ତ ‘ଜୟ ଶ୍ରୀରାମ’ କୁହାଇବା ଲାଗି ଭାରତରେ ଭିଡ଼ହିଂସା ବଢ଼ିବାରେ ଲାଗିଛି। ସଂଖ୍ୟାଲଘୁ ଓ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ତଥାକଥିତ...

ଆଜି ନାମାଙ୍କନପତ୍ର ଦାଖଲ କରିବେ ମନମୋହନ

ଜୟପୁର, ୧୩ା୮(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରାଜ୍ୟ ସଭା ଉପନିର୍ବାଚନ ଲାଗି ରାଜସ୍ଥାନରୁ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବେ ବୋଲି ରାଜ୍ୟ କଂଗ୍ରେସ ଉପାଧ୍ୟକ୍ଷ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *