ବାଲ୍ୟ ବିବାହ ରୋକିଲେ ଚାଇଲ୍ଡଲାଇନ କର୍ମକର୍ତ୍ତା

ଦେବଗଡ,୫ା୫(ଡି.ଏନ.ଏ)-ଦେବଗଡ ଜିଲା ବାରକୋଟ ବ୍ଲକ କାଉଁଶିବାହାଲ ପଞ୍ଚାୟତ ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ବାଲ୍ୟ ବିବାହ ପାଇଁ ଯୋଜନା ଚାଲିଥିବା ବେଳେ ଏହାକୁ ରୋକିଛନ୍ତି ଚାଇଲ୍ଡଲାଇନର କର୍ମକର୍ତ୍ତା। ସୂଚନା ଅନୁଯାୟୀ ଗୌଡସୁଗୁଡା ଗ୍ରାମରେ ଏକ ବାଲ୍ୟ ବିବାହ ସ୍ଥିର ହୋଇଥିବା ଖବର ମିଳିବା ପରେ ଚାଇଲ୍ଡଲାଇନର ସଂଯୋଜକ ରମାକାନ୍ତ ସାହୁ, ଆକ୍ସନ୍‌ ଏଡ୍‌ର ବାଲ୍ୟ ବିବାହ ନିରୋଧ ଜିଲା ପରାମର୍ଶଦାତା କୁମୁଦ ଚନ୍ଦ୍ର ଶତପଥୀ ଓ ଅଙ୍ଗନୱାଡି କର୍ମୀ ରୁକ୍ମିଣୀ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ ା ସେଠାରେ ଉଭୟ ବର ଓ କନ୍ୟା ପକ୍ଷଙ୍କୁ ବାଲ୍ୟ ବିବାହ ଆଇନ ସମ୍ମତ ହୋଇ ନ ଥିବା ଦର୍ଶାଇ ବୁଝାଶୁଝା କରି ଏହି ବିବାହକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ ା ଏଥିରେ ଉଭୟ ବର ଓ କନ୍ୟା ପକ୍ଷ ରାଜି ହୋଇଥିଲେ। ପରେ ସାକ୍ଷୀମାନଙ୍କ ଉପସ୍ଥିତିରେ ଉଭୟ ପକ୍ଷ ଏକ ଚୁକ୍ତିନାମା ସ୍ବାକ୍ଷର କରି ବାଲ୍ୟ ବିବାହ ଆଇନକୁ ମାନିବେ ବୋଲି ଚୁକ୍ତି କରିଥିଲେ।


All Right Reserved By Dharitri.Com

ବିଲରେ ପଚୁଛି ତରଭୁଜ

ଦେବଗଡ,୨୬ା୩(ଡି.ଏନ.ଏ.): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ କାଳ ବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି ।...

୧୭ତମ ସର୍ବଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତାର ଦ୍ୱିତୀୟ ସନ୍ଧ୍ୟା: ସମ୍ବଲପୁରୀ ନାଟକ‘ନାଇଟ୍‌ ହସ୍‌ପିଟାଲ୍‌ ଓ ‘ବାଗଡି’ମଞ୍ଚସ୍ଥ

ଦେବଗଡ଼,୧୨ା୧(ଡି.ଏନ.ଏ)-ଦେବଗଡ଼ର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟର୍‌ନ୍ୟାସନାଲ୍‌ ପକ୍ଷରୁ ସ୍ଥାନୀୟ ଟାଉନହଲ୍‌ ଠାରେ ଆରମ୍ଭ ହୋଇଥିବା ୧୭ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ...

ବାଇକ୍‌, ବୋଲେରୋ ଜବତ: ଅମାନିଆଙ୍କ ନାଁରେ ମାମଲା

ଦେବଗଡ,୭।୫(ଡି.ଏନ.ଏ):ଦେବଗଡ ଜିଲାକୁ ଅରେଞ୍ଜ ଜୋନ ଘୋଷଣା ପରେ ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏ ବାହାରକୁ ନ ବାହାରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି...

ବାର୍‌ହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ୍‌ ତାର, ସଂସ୍ପର୍ଶରେ ଆସି ଯୁବକ ଗୁରୁତର,

ଦେବଗଡ଼,୧୮ା୪(ଡ଼ି.ଏନ୍‌.ଏ.) ଦେବଗଡ଼ ଜିଲା ବାରକୋଟ ବ୍ଲକ ବଲଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ବାର୍‌ହା ଶିକାରପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର...

ଲକ୍‌ ଡାଉନକୁ ଚୋରା ମଦ ବ୍ୟବସାୟୀଙ୍କ ଭୟ ନାହିଁ

ଦେବଗଡ,୧୦ା୪(ଡି.ଏନ.ଏ):କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‌ ଡାଉନ୍‌ ସତ୍ତ୍ୱେ ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର ଜାରି...

ଦେବଗଡ଼ରେ କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି

ଦେବଗଡ଼,୧୩।୫(ଡି.ଏନ.ଏ.)-ବୁଧବାର ଅପରାହ୍ନରେ ଦେବଗଡ଼ ପୌରାଞ୍ଚଳ ସମେତ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡବଡ ଗଛ ଭାଙ୍ଗି ପଡିଛି। ବିଦ୍ୟୁତ୍‌ ଖୁଣ୍ଟ...

ଦେବଗଡ଼ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଦେବଗଡ଼,୧।୩(ଡି.ଏନ.ଏ.)-ଦେବଗଡ଼ ମନ୍ଦାକିନୀ ବାଳିକା ଉନ୍ନୀତ ବିଦ୍ୟାଳୟରେ ଶନିବାର ପ୍ରଧାନ ଶିକ୍ଷୟିତ୍ରୀ ସୁବଣ୍ଣର୍ର୍ କପରଦାରଙ୍କ ତତ୍ତ୍ୱାବଧାନରେ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି ା ଏହି ଅବସରରେ ବିଦ୍ୟାଳୟର...

ସଫଳ ମଣିଷ: କମଳା ଚାଷ ହୋଇଛି ବୃତ୍ତି, ଆୟର ପନ୍ଥା

ଦେବଗଡ଼, ୪।୧୨(ଡି.ଏନ୍‌.ଏ)-‘ଚାଷ କାମ ଯାହାର କେତେ ସୁଖ ତାହାର’ ଏହି ଉକ୍ତିକୁ ଜଣେ ସଫଳ ମଣିଷ ପ୍ରସନ୍ନ ପ୍ରଧାନ (୪୨) ଠିକ୍‌ ବୋଲି ପ୍ରମାଣିତ କରିଛନ୍ତି।...

Leave a comment

Your email address will not be published. Required fields are marked *