Posted inବୌଦ୍ଧ

ବୌଦ୍ଧ ପ୍ରଶାସନ ଜାରି କଲା ନୂତନ ନିର୍ଦ୍ଦେଶନାମା

ବୌଦ୍ଧ,୫ା୫(ସ୍ବ.ପ୍ର.)-ତୃତୀୟ ପର୍ଯ୍ୟାୟ ଲକଡାଉନ ପରେ ସାରା ଦେଶକୁ ତିନିଗୋଟି ଜାନରେ ବିଭକ୍ତ କରାଯାଇଛି। ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ଭିନ୍ନ ଭିନ୍ନ ଭାବେ ନିୟମ କରାଯିବା ସହ କଟକଣା ଜାରି କରାଯାଇଛି ା ବୌଦ୍ଧ ଜିଲା ଗ୍ରୀନ ଜୋନରେ ଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକଡାଉନ ପରେ ମଙ୍ଗଳବାର ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲାରେ ମଦ ଦୋକାନ, ଚା, କଫି, ପାନ, ଜିମ ଓ ଠେଲା ଜଳଖିଆ ଦୋକାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଅନ୍ୟ ସମସ୍ତ ଦୋକାନ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଏଥିରେ କୁହାଯାଇଛି। ଏହା ସହ ଓଷଧ ଦୋକାନ, ପେଟ୍ରୋଲ ପମ୍ପ, ଗ୍ୟାସ ବିତରଣ କେନ୍ଦ୍ର, ଘର ନିର୍ମାଣ ସମଗ୍ରୀ, କୃଷି ସମ୍ବନ୍ଧୀୟ ଜିନିଷ ଓ ଗ୍ୟାରେଜ ଦିନ ସାରା ଖୋଲା ରହିବ ା ଏଥି ସହିତ ହୋଟେଲ, ରେଷ୍ଟୁରାଣ୍ଟ, ମିଠା ଦୋକାନ ଓ ଜୁସ ଦୋକାନଗୁଡିକ କେବଳ ଖାଦ୍ୟ ପାର୍ଶଲ କରିପାରିବେ ା ବାଇକରେ ଦୁଇଜଣ ଯିବାକୂ ଅନୁମତି ଥିବା ବେଳେ କାର ଓ ଅଟୋରେ ଚାଳକ ସହ ଦୁଇଜଣ ବସିଯିବାର ଅନୁମତି ଦିଆଯାଇଛି ା ଏହା ସହ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି ା ସର୍ବସାଧାରଣ ସ୍ଥାନରେ ଛେପ, ଗୁଡଖାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏସବୁ ନିର୍ଦ୍ଦେଶର ଅବମାନନା କରାଗଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ା


All Right Reserved By Dharitri.Com

ଯୋଗ୍ୟ ଚାଷୀଙ୍କୁ ମିଳିବ କିଷାନ କ୍ରେଡିଟ କାର୍ଡ

ବୌଦ୍ଧ,୯ା୨(ସ୍ବ.ପ୍ର):ବୌଦ୍ଧ କୃଷି ବିଭାଗ ପକ୍ଷରୁ କିଷାନ କ୍ରେଡିଟ କାର୍ଡ ନେଇ ଏକ ଖବରଦାତା ସମ୍ମିଳନୀ ଜିଲା କୃଷି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ା ଜିଲା ମୁଖ୍ୟ...

ତହସିଲ, ଜିଲାପାଳଙ୍କ ଅଫିସ୍‌ ଘେରିଲା କିଷାନ ସଂଘ

ବୌଦ୍ଧ,୧୧।୯(ସ୍ବ.ପ୍ର): ବୌଦ୍ଧ କୃଷି ପ୍ରଧାନ ଜିଲା ହୋଇଥିବା ବେଳେ ଚାଷୀମାନେ ବିଭିନ୍ନ ସମସ୍ୟାରେ ରହିଛନ୍ତି । ପ୍ରତିବର୍ଷ ସ୍ବଳ୍ପ ବର୍ଷା, ବନ୍ୟା, ରୋଗପୋକ ଉପଦ୍ରବରେ ଚାଷୀମାନେ...

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ଦେଲେ ୧୫ ଏସ୍‌ଏଚ୍‌ଜି

ବୌଦ୍ଧ, ୨୩ା୪(ସ୍ବ.ପ୍ର)-ବୌଦ୍ଧ ଜିଲା ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମଶିଣାଗୋରା ଗ୍ରାମର ୧୫ଟି ଏସଏଚଜିର ମହିଳାମାନେ ମିଳିତ ଭାବରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୬୦୦୦ ଟଙ୍କାର ସହାୟତା...

ରାଜ୍ୟ ବାହାର ଲୋକଙ୍କୁ ଖାଇବାକୁ ଦେଇ ସଙ୍ଗରୋଧ କେନ୍ଦ୍ରକୁ ଗଲେ ହୋଟେଲ ମାଲିକ

ବୌଦ୍ଧ,୧୯ା୫(ସ୍ବ.ପ୍ର.)- ବାହାର ରାଜ୍ୟର କେତେଜଣ ବ୍ୟକ୍ତିଙ୍କୁ ହୋଟେଲରେ ବସାଇ ଖାଇବାକୂୁ ଦେବାରୁ ବୌଦ୍ଧ ସହରର ଏକ ହୋଟେଲ ମାଲିକ ଓ ତାଙ୍କ ଭାଇଙ୍କୁ ସଙ୍ଗରୋଧ କେନ୍ଦ୍ରକୁ...

ବୌଦ୍ଧ ଆରଏସଏସ ପକ୍ଷରୁ ମାସ୍କ ବଣ୍ଟନ

ବୌଦ୍ଧ, ୯ା୪(ସ୍ବ.ପ୍ର)-ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବୌଦ୍ଧ ଶାଖା ପକ୍ଷରୁ କରୋନା ସଚେତନତା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସାନିଟାଇଜେସନ ସହ ଲୋକମାନଙ୍କୁ ମାସ୍କ...

ସାମାଜିକ ଦୂରତ୍ୱରେ ହେଲା ଅକ୍ଷିମୁଠି ଅନୁକୂଳ

ଜହ୍ନାପଙ୍କ, ୨୬।୪ (ଡି.ଏନ.ଏ): ଭାରତୀୟ କିଷାନ ସଂଘ ବୌଦ୍ଧ ପକ୍ଷରୁ ନିରାଡମ୍ବର ଭାବେ ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତର ପୋଲାମ ଗ୍ରାମରେ ଅକ୍ଷିମୁଠି ଅନୁକୂଳ ହୋଇଯାଇଛି।...

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଚାଉଳ ମିଳିଲା

ଜହ୍ନାପଙ୍କ, ୧୭।୪ (ଡି.ଏନ.ଏ.): ବର୍ତ୍ତମାନ କରୋନା ପାଇଁ ଲକ୍‌ ଡାଉନ ଯୋଗୁ କାମ ଧନ୍ଦା ଠପ୍‌ ହୋଇଯାଇଛି । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର...

ଆମେ ଘରକୁ ଫେରିବାକୁ ଚାହୁଁଛୁ

ଘଣ୍ଟାପଡା,୧୬।୫ (ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତର ଶୂଳିଆ, ନୂଆପାଲି ସମେତ ଆଖପାଖ ଗାଁ ଗୁଡିକର ଅନେକ ଲୋକ ତାମିଲନାଡୁରେ କାମ କରୁଛନ୍ତି।...

Leave a comment

Your email address will not be published. Required fields are marked *