ଋଷି କପୁରଙ୍କୁ ମନେପକାଇ ପାକିସ୍ତାନୀ ନାୟିକା ଲେଖିଲେ ‘କେବଳ ତୁମର ହିନା’

ମୁମ୍ବାଇ: ଏପ୍ରିଲ ମାସ ଶେଷରେ ବଲିଉଡ୍‌ ହରାଇଲା ତା’ର ଦୁଇ ପୁରୁଣା କଳାକାରଙ୍କୁ। ଋଷି କପୁର ଓ ଇର୍ଫାନ ଖାଁଙ୍କୁ। ହେଲେ ଯୁଗ ଯୁଗ ଧରି ସିନେପ୍ରେମୀଙ୍କ ହୃଦୟରେ ଏମାନେ ଅଭୁଲା ହୋଇ ରହିବେ। ନିକଟରେ ପାକିସ୍ତାନୀ ନାୟିକା ଜେବା ବଖତିୟାର ଋଷି କପୁରଙ୍କୁ ମନେ ପକାଇ ଏକ ଇମୋଶନାଲ ପୋଷ୍ଟ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆାର ଭାଇରାଲ ହେଉଛି। ୧୯୯୧ରେ ଜେବା ବଲିଉଡ୍‌ ମୁଭି ‘ହିନା’ରେ ଅଭିନୟ କରିଥିବା ବେଳେ ତାଙ୍କ ନାୟକ ଥିଲେ ଭେଟେରାନ ଅଭିନେତା ଋଷି କପୁର। ଏବେ ଋଷିଙ୍କ ନିଧନକୁ ଜେବା ସହଜରେ ଗ୍ରହଣ କରିପାରି ନାହାନ୍ତି। ଏହି ଅଭିନେତାକୁ ଅଧିକ ମନେପକାଉଥିବା କଳାକାରଙ୍କ ମଧ୍ୟରେ ଜେବା ଜଣେ ବୋଲି କୁହାଯାଉଛି। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଋଷିଙ୍କୁ ହରାଇବାର ଦୁଃଖ ବର୍ଣ୍ଣନା କରିଛନ୍ତି। ଏମିତିକି ବଞ୍ଚିଥିବା ପର୍ଯ୍ୟନ୍ତ ସେ କେବେ ଋଷିଙ୍କୁ ଭୁଲିବେ ନାହି ବୋଲି ଲେଖିଛନ୍ତି। ତା’ସହ ‘ହିନା’ର ଶୁଟିଂ ସମୟରେ ସେ ଋଷିଙ୍କଠାରୁ ଯାହା ଶିଖିଛନ୍ତି ତାହା ତାଙ୍କର ସବୁଦିନ ପାଇଁ ମନେ ରହିବ ବୋଲି ସେ କହିଛନ୍ତି। ଆଉ ଶେଷରେ ନିଜର କୋହକୁ ସମ୍ବରଣ କରି ଜେବା ଲେଖିଛନ୍ତି, ଆଉ ଅଧିକ କିଛି ଲେଖି ପାରୁନି ଶେଷରେ ‘ସିର୍ଫ ତୁମ୍ଭାରୀ ହିନା’। ଜେବାଙ୍କର ଏହି ପୋଷ୍ଟ ଅନେକ ସିନେପ୍ରେମୀଙ୍କ ମନକୁ ଛୁଇଁ ଯାଇଛି। ସୂଚନାଯୋଗ୍ୟ, ୧୯୯୧ରେ ଋଷି କପୁର ଓ ଜେବା ବଖତିୟାର ବଲିଉଡ୍‌ ରୋମାଣ୍ଟିକ ମୁଭି ‘ହିନା’ରେ ଅଭିନୟ କରିଥିଲେ। ଯାହା ସେ ସମୟରେ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା।


All Right Reserved By Dharitri.Com

୨୦ ବର୍ଷ ପରେ ପରଦାକୁ ଆସୁଛି ‘ହୋଗି ପ୍ୟାର୍‌ କି ଜିତ୍‌ ’, ନିର୍ମାତାଙ୍କ ପ୍ରଥମ ପସନ୍ଦ ରାଜକୁମାର

ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ପରଦା ଉପରକୁ ଆସିବାକୁ ଯାଉଛି ଫିଲ୍ମ ‘ହୋଗି ପ୍ୟାର୍‌ କି ଜିତ୍‌’। ନିର୍ମାତା ଅନୀଲ ଶର୍ମା ଏବେ...

ପୁନମ୍‌ ପାଣ୍ଡେ ଗିରଫ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ୍‌ ପାଣ୍ଡେ ଚର୍ଚ୍ଚାକୁ ଆସିବା ଲାଗି ଜାଣିଶୁଣି ସବୁବେଳେ ବିବାଦ ଘେରରେ ରହିଥାନ୍ତି। ଏଥର ବି ସେ ଭୁଲ୍‌ କରି...

ତକିଆ ତଳେ ଜୋତା ରଖି ଶୋଉଥିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାହିଁକି

ଛୋଟ ପରଦାର ବଡ ରିଏଲିଟ ଶୋ’ ‘କୌନ ବନେଗା କରୋଡ ପତି’କୁ ହୋଷ୍ଟ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏହି ଶୋ’ରେ ଭାଗ ନେଉଥିବା...

ଚିହ୍ନି ହେଉନାହିଁ ବଲିଉଡ୍‌ର ଏହି ସବୁ କଳାକାରଙ୍କୁ

ମୁମ୍ବାଇ: ବଲିଉଡ୍‌ ବର୍ଷିୟାନ ଅଭିନେତା ଋଷି କପୁର ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ପ୍ରାୟ ସମୟରେ ସେ ସୋସିଆଲ ମିଡିଆରେ କିଛି ନା କିଛି...

ଏୟାର ଫୋର୍ସ ପାଇଲଟ ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜରେ ସାମିଲ ହୋଇଛି କଙ୍ଗନା ରାନାଓ୍ବତଙ୍କ ଫିଲ୍ମ ‘ପଙ୍ଗା’। ଏହା ବକ୍ସ ଅଫିସରେ ହିଟ୍‌ ହେବ ବୋଲି ମେକର୍ସ ଆଶା ରଖିଛନ୍ତି।...

ମେ’ରେ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିପାରନ୍ତି ବରୁଣ

ମୁମ୍ବାଇ: ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ ଚାର୍ମିଂ ଷ୍ଟାର ବରୁଣ ଧଓ୍ବନ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ କରିବାକୁ ଯାଉଛନ୍ତି। କିଛି ଦିନ ହେବ ବରୁଣ...

ଖାକି ପୋଷାକ ନିଶା

ରାଣୀ ମୁଖାର୍ଜୀଙ୍କୁ ନେଇ ଏବେ ଚର୍ଚ୍ଚା। ଆସନ୍ତା ମାସରେ ତାଙ୍କ ଅଭିନୀତ ‘ମର୍ଦ୍ଦାନୀ-୨’ ପରଦା ଉପରକୁ ଆସୁଛି। ଏଥିରେ ସେ ପୋଲିସ ଅଫିସର ଭୂମିକାରେ ଅବତୀର୍ଣ୍ଣ...

କରୋନା ସହ ଲଢିବାକୁ ପ୍ରଭାସ ଦେଲେ ୪ କୋଟି ଟଙ୍କା

ମୁମ୍ବାଇ: ବାହୁବଳୀ ଫେମ୍‌ ପ୍ରଭାସ କରୋନା ସଂକ୍ରମଣ ପାଇଁ ୪ କୋଟି ଟଙ୍କା ଦାନ କରିଥିବା ସୂଚନା ମିଳିଛି। ଏହି ଅଭିନେତା ଗୁରୁବାର ପ୍ରଧାନମନ୍ତ୍ରୀ ରିଲିଫ୍‌...

Leave a comment

Your email address will not be published. Required fields are marked *