କାମରେ ଆସୁନି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୧୯ ଲକ୍ଷ ମାଟିରେ ମିଶିଲା

ମନମୁଣ୍ଡା, ୧୩।୬ (ଡି.ଏନ.ଏ.) – ବୌଦ୍ଧ ଜିଲା କଙ୍କାଳି ପାହାଡ ତଥା ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ରତାଖଣ୍ଡି, କଲରାଝୁଲି, ହାତୀପାଲି ଅଞ୍ଚଳରେ ଜଳସେଚନ ସୁବିଧା ନାହିଁ । ଏହି ଅଞ୍ଚଳ ବାରମ୍ବାର ମରୁଡିର ସମ୍ମୁଖୀନ ହେଉଥିବାରୁ ଉକ୍ତ ପାହାଡର ଉତ୍ତର ଦିଗ କଲରାଟୁଲି ମୌଜାରେ ଜଳସମ୍ପଦ ବିଭାଗ ତରଫରୁ ୨୦୧୪-୧୫ରେ ୧୯ ଲକ୍ଷ ୯୫୧ ଟଙ୍କା ବ୍ୟୟ ଅଟକଳରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରାଯାଇଥିଲା। ବିଭାଗ ତରଫରୁ ଉକ୍ତ ସ୍ଥାନରେ ମରାମତି, ମୃତ୍ତିକା ଖନନ ଓ ପୁନରୁଦ୍ଧାର କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ଏହା ପାଖରେ ଥିବା ପ୍ରାୟ ୫୦ ଏକର ଜମିକୁ ଋତୁ ସମୟରେ ଜଳସେଚନର ବ୍ୟବସ୍ଥା କରାଯିବା। କିନ୍ତୁ ତାହା ସଫଳ ହୋଇପାରି ନାହିଁ। ଚାଷୀ ଲଳିତ କହଁର, ରାମ ବାଘ, ଘନଶ୍ୟାମ ମଲିକଙ୍କ ପ୍ରାୟ ୫ ଏକର ଜମିକୁ ଦରକାର ବେଳେ ଜଳସେଚନ ହୋଇପାରୁଥିବା ବେଳେ ଅନ୍ୟମାନେ ସେଥିରୁ ବଞ୍ଚତ୍ତ ହୋଇ ଆସୁଛନ୍ତି। ପ୍ରକଳ୍ପ ଯେତେ ଗଭୀର ଖନନ ହେବା କଥା ହୋଇ ନ ଥିବା ଜାଣିବାକୁ ମିଳିଛି। ବର୍ଷା ପାଣି ଦ୍ୱାରା କେବଳ ସେଠାରେ ଜଳ ଗଚ୍ଛିତ ହେଉଛି। ପାହାଡର ପାଦଦେଶରେ ପ୍ରକଳ୍ପ ରହିଛି। ପାହାଡର ବର୍ଷା ପାଣିକୁ ପ୍ରକଳ୍ପ ମଧ୍ୟକୁ ଆଣିବାର ସୁବିଧା ଥିଲେ ମଧ୍ୟ ତାହା କରାଯାଇ ନ ଥିବାରୁ ପାଣି ସବୁ ତେଲନଦୀକୁ ଅଯଥା ବୋହି ଯାଉଛି। ପାହାଡର ଦକ୍ଷିଣ ପାର୍ଶ୍ୱକୁ ଉକ୍ତ ପ୍ରକଳ୍ପ କରାଯାଇଥିଲେ ତହିଁରେ ପ୍ରଚୁର ଜଳ ଗଚ୍ଛିତ ରହିପାରିଥାନ୍ତା ଓ ୫୦ ଏକର ଜମିକୁ ସହଜରେ ଜଳସେଚନ ହୋଇ ପାରିଥାନ୍ତା ବୋଲି ସ୍ଥାନୀୟ ଚାଷୀ ନିରଞ୍ଜନ କର୍ଣ୍ଣ କହିଛନ୍ତି । କିନ୍ତୁ ଜଳ ସମ୍ପଦ ବିଭାଗ ଜଳସେଚନ ବ୍ୟବସ୍ଥା ନାଁରେ ପ୍ରକଳ୍ପ କରି ଅଯଥା ୧୯ ଲକ୍ଷ ଟଙ୍କା ବରବାଦ କଲେ ଯାହା କାମକୁ ଆସୁନାହିଁ ବୋଲି ସ୍ଥାନୀୟ ଚାଷୀ ମହଲ ପ୍ରକାଶ କରିଛନ୍ତି। ଏତେଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଉକ୍ତ ପ୍ରକଳ୍ପ ବର୍ଷା ଦିନ ବ୍ୟତୀତ ଅନ୍ୟ ସମୟରେ ଶୁଷ୍କ ରହୁଛି। ଏହାର ପାଣି ଚାଷ ଛଡା ଅନ୍ୟ କାମରେ ଲାଗି ପାରୁନାହିଁ। ଖରାରେ ଜଙ୍ଗଲର ଜୀବଜନ୍ତୁ ପିଇବା ପାଇଁ ପାଣି ବୁନ୍ଦାଏ ପାଉନାହାନ୍ତି। ଉକ୍ତ ପ୍ରକଳ୍ପରେ ଆହୁରି ମାଟି କାମ କଲେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି। ଏ ନେଇ ଆସିଷ୍ଟାଣ୍ଟ ଇଂ. ଦୁର୍ଯ୍ୟୋଧନ ବେହେରାଙ୍କୁ ପଚାରିବାରୁ ଚାଷୀମାନେ ଲିଖିତ ଅଭିଯୋଗ କଲେ ଆମେ ବିଭାଗକୁ ଜଣାଇ ଆବଶ୍ୟକ ପଦକ୍ଷେପ ନେବୁ ବୋଲି କହିଥିଲେ।


All Right Reserved By Dharitri.Com

ପୁରନା ବଁଧ୍‌କଟାର ପୁନଃରୁଧାର ଦାବି

ଅତାବିରା, ୪।୬ (ଡି.ଏନ.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିରୁ ସହର ତକ୍‌ ଲୁକ୍‌କର ଲାଗି ପିଇଲା ପାଏନ୍‌ର ବେବସ୍‌ତା କରି କୋଟି କୋଟି ଟଁକା...

ଖଡ଼ିଆଳରେ କଂଗ୍ରେସ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୬ଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୦୨୨୩ ଭୋଟ...

ଶ୍ରୀମନ୍ଦିର ବାହୁଡୁଛନ୍ତି ଶ୍ରୀ ଶ୍ରୀ ଦଧିବାମନ: ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ଛୁଟିଛି ଭକ୍ତଙ୍କ ସୁଅ

ଭଟଲି,୧୨ା୭(ଡି.ଏନ.ଏ.): ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମଠାରେ ପ୍ରସିଦ୍ଧ ବାହୁଡ଼ାଯାତ୍ରା ଲକ୍ଷାଧିକ ଭକ୍ତଙ୍କ ଗହଣରେ ଶୁକ୍ରବାର ସମ୍ପନ୍ନ...

ଜମୁର୍ଡା ଗୁଳିକାଣ୍ଡ ରହସ୍ୟ ଉନ୍ମୋଚିତ: ଡକାୟତି ପାଇଁ ହତ୍ୟା, ତାନ୍ତ୍ରିକ ବାବା ସମ୍ପୃକ୍ତ

ବରଗଡ଼ ଅଫିସ, ୨୯।୬: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ଗତ ୯ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡ ଓ ହତ୍ୟା ଘଟଣାର...

ଆଜି ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ

ସମ୍ବଲପୁର, ୫-୨ (ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆହ୍ବାନରେ...

ବଲାଙ୍ଗୀର ଜିଲାରେ ମରୁଡି ସ୍ଥିତି

ବଲାଙ୍ଗୀର ଅଫିସ, ୧୯ା୭-କ୍ରମାଗତ ମରୁଡି ବଲାଙ୍ଗୀର ଜିଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି ା ଚଳିତବର୍ଷ ପୁଣି ଥରେ ଜିଲାରେ ମରୁଡି ସ୍ଥିତି ଦେଖାଦେଲାଣି...

୩୯ ବର୍ଷ ପରେ ଟିଟିଲାଗଡ଼କୁ ମନ୍ତ୍ରୀ ପଦ

ଟିଟିଲାଗଡ଼,୩୦ା୫ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ବୁଧବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ଜୀବନଗଲା

ଭବାନୀପାଟଣା,୧୭।୫(ଡି.ଏନ୍‌.ଏ.): ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାମଠଣା ବାଲିଜୋର ଛକରେ ଗୁରୁବାର ବିଳମ୍ବିିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛିି...

Leave a comment

Your email address will not be published. Required fields are marked *