ସଲ୍‌ମାନଙ୍କ ବଦାନ୍ୟତା

ମୁମ୍ବାଇ: କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍‌ ତାରକା। ଏଥିମଧ୍ୟରେ ସୁପରଷ୍ଟାର୍‌ ସଲ୍‌ମାନ ଖାନ୍‌ ମଧ୍ୟ ସାମିଲ ଅଛନ୍ତି। ଏଭଳି ପରିସ୍ଥିତିରେ ସେ ଲଗାତର ଅଭାବୀ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ବର୍ତ୍ତମାନ ସେ ତାଙ୍କ ଫାର୍ମ ହାଉସ୍‌ରେ ରହୁଛନ୍ତି। କିନ୍ତୁ ତା’ ସତ୍ତ୍ୱେ ସେ ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ଛାଡ଼ୁନାହାନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିିଛି, ଯେଉଁଥିରେ ସେ ଅଭାବୀ ଲୋକଙ୍କ ପାଇଁ ଖାଦ୍ୟ ସାମଗ୍ରୀକୁ ଟ୍ରାକ୍ଟର, ଟ୍ରଲି ଓ ଶଗଡ଼ ଗାଡ଼ିରେ ଲୋଡ୍‌କରି ବଣ୍ଟନ ପାଇଁ ପଠାଉଥିବା ଦେଖିବାକୁ ମିଳିଛି। ସଲମାନ୍‌ଙ୍କୁ ଏହି କାର୍ଯ୍ୟରେ ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟମାନେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ବିଶେଷ କଥା ହେଉଛି, ଏହି ଭିଡିଓରେ ୟୁଲିଆ ଭାଣ୍ଟୁର ଏବଂ ଅଭିନେତ୍ରୀ ଜାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ ଅଛନ୍ତି। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରି ଉଲ୍ଲେଖ କରିଛନ୍ତି ଯେ, ସମସ୍ତଙ୍କ ଅବଦାନ ପାଇଁ ଧନ୍ୟବାଦ। ଏହାପୂର୍ବରୁ ସେ ୨୫ହଜାର ଶ୍ରମିକଙ୍କ ଦାୟିତ୍ୱ ନେଇଥିଲେ ଓ ସେମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇଥିଲେ। ସେହିପରି ଫିଲ୍ମ ଇଣ୍ଡଷ୍ଟ୍ରିର ୪୫ ଜୁନିୟର ଆର୍ଟିଷ୍ଟମାନଙ୍କ ଆକାଉଣ୍ଟରେ ୩ ହଜାର ଲେଖାଏ ଟଙ୍କା ଜମା ମଧ୍ୟ କରିଥିଲେ।


All Right Reserved By Dharitri.Com

ଲୁଚିଛପି ବାହାହେଲେ କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫ କିଛି ନା କିଛି କାରଣ ପାଇଁ ଥାଆନ୍ତି ଚର୍ଚ୍ଚାରେ। ନିଜ ଫିଲ୍ମ ପାଇଁ ହେଉ ଅବା ରିଲେସନଶିପ ପାଇଁ...

କୋଣାର୍କ ଜଗନ୍ନାଥଙ୍କ ଦେବନୀତିରେ ସମସ୍ୟା

କୋଣାର୍କ,୨୦ା୪(ଡି.ଏନ୍‌.ଏ): କରୋନାଜନିତ ଲକ୍‌ଡାଉନ ହେତୁ କୋଣାର୍କସ୍ଥିତ ଜଗନ୍ନାଥ ମନ୍ଦିରର ଦେବନୀତିରେ ସମସ୍ୟା ସୃଷ୍ଟି ହେଉଛି। ଦର୍ଶନ ଉପରେ କଟକଣା ଯୋଗୁ ଭକ୍ତ ଆସୁ ନ ଥିବାରୁ...

ପିତାଙ୍କ ଫଟୋ ଶେୟାର କରି ଭାବୁକ ହେଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବେ ପୋଲାଣ୍ଡରେ ଅଛନ୍ତି। ସେଠାରୁ ସେ ତାଙ୍କ ପିତା ତଥା ଭାରତର ମହାନ୍‌ କବି ହରିବଂଶ ରାୟ ବଚ୍ଚନଙ୍କ...

ବିମାନ କମ୍ପାନୀ ପ୍ରୀତି ଛାଡ଼ି ଲୋକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦିଅ

ନୂଆଦିଲ୍ଲୀ,୨୬ା୫(ବ୍ୟୁରୋ): ଏୟାର ଇଣ୍ଡିଆ ବିମାନର ଉଡ଼ାଣ ସମୟରେ ୩ଟିକିଆ ସିଟ୍‌ର ମଝି ସିଟ୍‌ରେ ବସି ଯାତ୍ରୀମାନେ ଯାଇପାରିବେ। ଏହି ଅନୁମତି କେବଳ ଆସନ୍ତା ୧୦ଦିନ ପାଇଁ...

ଓକିଲଙ୍କ ଚ୍ୟାମ୍ବରକୁ ସିଲ୍‌ କଲେ ସୁପ୍ରିମକୋର୍ଟ: ଭିଡିଓ କନଫରେନ୍ସିଂ ଜରିଆରେ ହେବ ଶୁଣାଣି

ନୂଆଦିଲ୍ଲୀ ୨୩।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଓକିଲଙ୍କ ଚ୍ୟାମ୍ବରକୁ ସିଲ୍‌ କରାଯିବାକୁ ନିର୍ଦ୍ଦେଶ ଦେବା ସହ...

୨୫ବର୍ଷ ପରେ…

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ରିଷି କପୁର। ଯୁବାବସ୍ଥାରେ ସେ ନିଜକୁ ଜଣେ ରୋମାଣ୍ଟିକ ନାୟକ ଭାବରେ ପରିଚୟ ସୃଷ୍ଟି କରିଥିଲେ। ‘ବବି, ପ୍ରେମ ରୋଗ,...

ପୃଥିବୀରୁ ଶେଷ ହୋଇ ନ ପାରେ କରୋନା ମହାମାରୀ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୪।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟଜନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢୁଛି। ଏପରିସ୍ଥଳେ...

ବିଜେପୁରରେ ୨୬୮ଜଣ କ୍ବାରାଣ୍ଟାଇନରେ: ୧୨ ସାମ୍ପୁଲ ନେଗେଟିଭ

ବିଜେପୁର, ୧୫।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଭୟ ଯେତିକି ସଚେତନତା ମଧ୍ୟ ସେତିକି। ଅଳ୍ପ କିଛି ଅମାନିଆଙ୍କୁ ଛାଡିନେଲେ ସମସ୍ତେ ପ୍ରଶାସନକୁ ସହଯୋଗ...

Leave a comment

Your email address will not be published. Required fields are marked *