Posted inଫୁରସତ

ଡକ୍ଟର ମ୍ୟାଙ୍ଗୋ

ଲକ୍ଷ୍ନୌ: କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସେବା ଓ ନିଷ୍ଠାପର କାମକୁ ସମ୍ମାନ ଜଣାଇବା ପାଇଁ ଆସିଛି ଡକ୍ଟର ମ୍ୟାଙ୍ଗୋ। କଥାଟା ଶୁଣିବାକୁ ହୁଏତ ଟିକିଏ ଅଡୁଆ ଲାଗିପାରେ। କିନ୍ତୁ ଏଭଳି ଏକ ଆମ୍ବ ଏବେ ବଜାରକୁ ଆସିଛି ଖାସ୍‌ ଡାକ୍ତରଙ୍କ ସେବାକୁ ମନେପକାଇ ସେମାନଙ୍କୁ ସମ୍ମାନ ଦେବା ପାଇଁ। ଏଭଳି ଏକ ଆମ୍ବ କିସମ ତିଆରି କରିଛନ୍ତି ମ୍ୟାଙ୍ଗୋ ମ୍ୟାନ୍‌ ହାଜି କାଲିମୁଲ୍ଲା। ସେ ହେଉଛନ୍ତି ଉତ୍ତରପ୍ରଦେଶ ଲକ୍ଷ୍ନୌସ୍ଥିତ ମାଲିହାବାଦର ବାସିନ୍ଦା। ପ୍ରାୟ ୩୦୦ରୁ ଅଧିକ କିସମର ଆମ୍ବ ଚାଷ କରି ସଫଳ ହୋଇଛନ୍ତି ହାଜି। ସେଥିପାଇଁ ମ୍ୟାଙ୍ଗୋ ମ୍ୟାନ୍‌ଭାବେ ସ୍ଥାନୀୟ ଅଞ୍ଚଳରେ ସେ ବେଶ୍‌ ପରିଚିତ। ସ୍ବତନ୍ତ୍ର ଭାବରେ ଆମ୍ବଚାଷ କରି ସଫଳତା ହାସଲ କରିଥିବା ଏହି ଆମ୍ବ ଚାଷୀ ଜଣକ ଆଧୁନିକ ପ୍ରଣାଳୀ ଆପଣାଇ ଗୋଟିଏ ଗଛରେ ୩୦୦ ପ୍ରକାରର ଆମ୍ବ ସୃଷ୍ଟି କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେଥିପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ବି ମିଳିଛି। ଏବେ ଏହି ମ୍ୟାଙ୍ଗୋ ମଣିଷ ଦଶହରି ଆମ୍ବର ଆଉ ଏକ ନୂଆ କିସମ ସୃଷ୍ଟି କରିଛନ୍ତି, ଯାହାର ନାଁ ରଖିଛନ୍ତି ଡକ୍ଟର ମ୍ୟାଙ୍ଗୋ। ଏଭଳି ନାଁ ରଖି ସେ ଦେଶରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ସମ୍ମାନ ଜଣାଇବାକୁ ଚାହୁଁଥିବା କହିଛନ୍ତି। ବିଭିନ୍ନ ନୂଆ କିସମ ଆମ୍ବର ସ୍ବତନ୍ତ୍ର ନାଁ ପାଇଁ ମ୍ୟାଙ୍ଗୋ ମ୍ୟାନ୍‌ ହାଜି ବେଶ୍‌ ଜଣାଶୁଣା। ତାଙ୍କର ବିଭିନ୍ନ ପ୍ରକାର ଆମ୍ବର ନାଁ ଯଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସଚିନ୍‌ ତେନ୍ଦୁଲକର ଆଦି ରହିଛି।


All Right Reserved By Dharitri.Com

ଚିତାର ବେଗ ଘଣ୍ଟାକୁ ୧୦୨ କି.ମି., ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ପ୍ରାୟ ସମୟରେ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ ହୋଇଥାଏ। ଆଉ ଏହାକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥାନ୍ତି। ଜୀବମାନଙ୍କ ମଧ୍ୟରେ ଚିତା...

ଔଷଧ ନୁହେଁ ଦେହରେ ନିଆଁ ଲଗାଇ କରାଯାଏ ରୋଗର ଚିକିତ୍ସା

ଔଷଧ ତଥା ଚେରମୂଳି ଦ୍ୱାରା ରୋଗର ଚିକିତ୍ସା କରାଯାଉଥିବା ସମସ୍ତେ ଜାଣନ୍ତି। ହେଲେ ଦେହରେ ନିଆଁ ଲଗାଇ ରୋଗର ଚିକିତ୍ସା କରାଯାଉଥିବା ବିଷୟରେ କେବେ ଶୁଣିଛନ୍ତି?...

ଯେଉଁଠି ସାପ ମୃତ୍ୟୁରେ ଶୁଦ୍ଧିକ୍ରିୟା ପାଳନ କରାଯାଏ

ଭାରତରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଯୌତୁକ ଭାବେ ବିଷାକ୍ତ ସାପ ଦିଆଯାଏ। ଏହି ପରମ୍ପରା ମଧ୍ୟପ୍ରଦେଶର ଗୌରିଆ ସମୁଦାୟଙ୍କ ମଧ୍ୟରେ ରହିଛି। ପରମ୍ପରା...

ଶହୀଦ୍‌ ପୋଲିସଙ୍କୁ ସମ୍ମାନ ଜଣାଇ ପୃଥିବୀର ୧୫୦୦୦ ଜରୁରୀକାଳୀନକର୍ମୀ ପ୍ରଦାନ କଲେ ବ୍ୟାଚ୍‌

ବର୍କଶାୟର,୧।୨: ଜଣେ ଶହୀଦ୍‌ ପୋଲିସଙ୍କୁ ସମ୍ମାନ ଜଣାଇ ପୃଥିବୀର ୧୫୦୦୦ ଜଣ ଜରୁରୀକାଳୀନକର୍ମୀ ନିଜର ବ୍ୟାଚ୍‌ ପ୍ରଦାନ କରିଛନ୍ତି। ଆମେରିକାର ପୋଲିସକର୍ମୀ ପି.ସି.ଏଣ୍ଡୁ ହାର୍ପର ଡ୍ୟୁଟିରେ...

ସବୁଠୁ ବଡ଼ ହାତ ତିଆରି ବହି

ଖଟରେ ଶୋଇ ବହି ପଢ଼ିବା ଅଭ୍ୟାସ ଅନେକଙ୍କର ଥାଏ। ତେବେ ଆମେ ଏଠି ଯେଉଁ ବହି କଥା କହୁଛୁ ତା’ର ପୃଷ୍ଠା ଓଲଟାଇବା ପାଇଁ ଆବଶ୍ୟକ...

ବାତ୍ୟା ‘ଫନୀ’ ମୁକାବିଲା ପାଇଁ ଜାଣନ୍ତୁ କେମିତି ରହିବେ ସଜାଗ

ସାମୁଦ୍ରିକ ଝଡ଼ ‘ଫନୀ’ ୩ ତାରିଖରେ ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ଘଣ୍ଟା ପ୍ରତି ୧୭୫ରୁ ୧୮୦...

ବ୍ୟକ୍ତିତ୍ୱ: ପ୍ରବନ୍ଧରୁ ମିଳିଲା ଭ୍ଲାଡିମିର୍‌ ନାବୋକୋଭ୍‌ଙ୍କୁ ପ୍ରସିଦ୍ଧି

ରୁଷ୍‌ର ଲେଖକ ଭାବରେ ଖ୍ୟାତି ପାଇବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ମାତ୍ର ଭାଗ୍ୟ ସମ୍ଭବତଃ ଅନ୍ୟ କିଛି ଚାହୁଁଥିଲା। ସେଥିଲାଗି ରୁଷ୍‌ ଭାଷାରେ ୯...

ପର୍ଯ୍ୟଟନସ୍ଥଳୀ: ଫୁଲରେ ସଜ୍ଜିତ କାସ୍‌ ମାଳଭୂମି

ମହାରାଷ୍ଟ୍ରର ସତାରା ନାମକ ସହରଠାରୁ ପ୍ରାୟ ୨୫ କି.ମି. ଦୂରରେ ରହିଛି ଏକ ଆକର୍ଷଣୀୟ ମାଳଭୂମି, ଯାହାର ନାଁ ହେଉଛି କାସ୍‌ ମାଳଭୂମି। ଏହାକୁ କେହି...

Leave a comment

Your email address will not be published. Required fields are marked *