ବାଇଚଢ଼େଇ ବଂଶ ବୃଦ୍ଧି ପାଇଁ ପ୍ରୟାସ ଜାରି

ଖଣ୍ଡପଡା,୧୩।୬(ସ୍ବ.ପ୍ର.): ବାଇଚଢେଇ ଛୋଟ ପକ୍ଷୀଟିଏ ହେଲେ ମଧ୍ୟ ତା’ର ବିଚକ୍ଷଣ ବୁଦ୍ଧି ଖଟାଇ ନିଜ ପାଇଁ ସେ ଯେଉଁ ବସା ତିଆରି କରେ ତାହା ଖୁବ୍‌ ମଜଭୁତ ଓ ସୁରକ୍ଷିତ ହୋଇଥାଏ। ଯାହା ଅନ୍ୟ ପକ୍ଷୀମାନଙ୍କ ବସାରେ ଦେଖିବାକୁ ମିଳେ ନାହିଁ। ତାଳ, ଖଜୁରି ଗଛରେ ବାଇଚଢେଇ ବସା ବାନ୍ଧି ଅଣ୍ଡା ଦେଇ ତା’ର ବଂଶ ବୃଦ୍ଧି ଘଟାଇଥାଏ । ଝଡ ତୋଫାନ କିମ୍ବା ବର୍ଷାରେ ଏହି ବସାର କୌଣସି କ୍ଷତି ଘଟି ନ ଥାଏ । ଏଣୁ ବିଭିନ୍ନ ଉଦାହରଣ ପ୍ରସଙ୍ଗରେ କୁହାଯାଇଥାଏ ”ବାଇଚଢ଼େଇର କି ଯାଏ ବା’ କଲେ ବସା ଦୋହଲୁଥାଏ“ । ଏବେ କିନ୍ତୁ ତାଳ, ଖଜୁରିଗଛର ଅଭାବ ଯୋଗୁ ବାଇଚଢେଇ ବସା ପ୍ରତି ବିପଦ ସୃଷ୍ଟି ହୋଇଛି।
ପ୍ରତିବର୍ଷ ଜଙ୍ଗଲ ବିଭାଗ ପକ୍ଷରୁ ବର୍ଷାଋତୁରେ ବିଭିନ୍ନ ଛାୟାପ୍ରଦ ବୃକ୍ଷରୋପଣ କରାଯାଉଥିବା ବେଳେ ଉଜୁଡି ଯାଉଥିବା ତାଳ ଓ ଖଜୁରି ଗଛ ରୋପଣ ଦିଗରେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେଉ ନାହାନ୍ତି । ବିଶେଷକରି ତାଳ ଓ ଖଜୁରି ବୃକ୍ଷ ଅଭାବରୁ ବାଇଚଢେଇ ଅନେକ ସମୟରେ ଟେଲିଫୋନ,ବିଦ୍ୟୁତ ତାର କିମ୍ବା ବାବୁଲ ଆଦି କଣ୍ଟା ଗଛରେ ବସା ତିଆରି କରୁଥିବା ପରିଲକ୍ଷିତ ହେଉଛି । ତେଣୁ ବାଇଚଢେଇର ସଂଖ୍ୟା ହ୍ରାସ ପାଉଥିବା ଜଣାପଡିଛି । ଏ ଦିଗରେ କଣ୍ଟିଲୋ ଅଞ୍ଚଳର ପରିବେଶବିତ୍‌ ତଥା ଗଛ ସାର୍‌ ଭାବରେ ପରିଚିତ ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ ଗତ କିଛି ବର୍ଷ ଧରି ବିଭିନ୍ନ ଅଞ୍ଚଳରେ ଖଜୁରି ଓ ତାଳ ଗଛ ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଚଳିତ ବର୍ଷ କଣ୍ଟିଲୋ ଓ ଭାପୁର ଅଞ୍ଚଳର ବିଭିନ୍ନ ନଦୀବନ୍ଧ, ରାସ୍ତା କଡ ଓ ପାହାଡ ପାଦତଳେ ପକ୍ଷୀମାନଙ୍କ ବଂଶ ବୃଦ୍ଧି ଲକ୍ଷ୍ୟରେ ତାଳ, ଖଜୁରି ଆଦି ଚାରା ରୋପଣ କରି ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି । ଦୀର୍ଘ ୧୦/୧୫ ବର୍ଷ ଧରି ସେ ତାଳ, ଖଜୁରି ମଞ୍ଜି ରୋପଣ କରି ଚାଲିଥିବା ବେଳେ ଜଙ୍ଗଲ ବିଭାଗ ଏହି ସବୁ ବୃକ୍ଷ ରୋପଣ ଦିଗରେ ଆଦୌ ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି। କିଛି ବ୍ୟକ୍ତି ୮/୧୦ଫୁଟ ଉଚ୍ଚର ତାଳ ଓ ଖଜୁରି ଡାଳକୁ ଦାନ୍ତକାଠି କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ କାଟି ନେଉଥିବା ବେଳେ ରାସ୍ତା ଓ ମାଳବନ୍ଧ ପ୍ରଶସ୍ତୀକରଣ ଆଳରେ ଠିକାଦାର ମଧ୍ୟ ଉକ୍ତ ଗଛ କାଟିବାକୁ ଦ୍ୱିଧାବୋଧ କରୁନାହାନ୍ତି। ଏଥିପାଇଁ ବନ ବିଭାଗ କିମ୍ବା ସ୍ଥାନୀୟ ଅଞ୍ଚଳର ଲୋକେ ନୀରବଦ୍ରଷ୍ଟା ସାଜିଛନ୍ତି ।ସଚେତନତା ଅଭାବରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ଗଛ ସାର କ୍ଷୋଭର ସହ କହିଛନ୍ତି । ଗତ ୧୫ ଦିନ ଧରି ଉକ୍ତ ଗଛର ସୁରକ୍ଷା ପାଇଁ ଲକ୍ଷ୍ମୀପ୍ରସାଦ, ଧାନଚେଙ୍ଗଡା ଗ୍ରାମବାସୀଙ୍କୁ ସାକ୍ଷାତ କରି ବାଇଚଢେଇଙ୍କ ବଂଶ ବୃଦ୍ଧି ପାଇଁ ତାଳ ଓ ଖଜୁରି ଗଛ ନ କାଟିବା ଲାଗି ସେ ଜନ ସଚେତନତା ସୃଷ୍ଟି କରିବାରେ ଲାଗିଛନ୍ତି।


All Right Reserved By Dharitri.Com

ପୁଣି ୫ ଘରୋଇ ଶିକ୍ଷାନୁଷ୍ଠାନର ଏନ୍‌ଓସି ରଦ୍ଦ

ଗୋପ,୮ା୮(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ୍‌ ଅଞ୍ଚଳରେ ଥିବା ବେଆଇନ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ଏନ୍‌ଓସି ରଦ୍ଦ କରାଯାଉଛି। ତେବେ ବୁଧବାର ଆଉ ୫ ଘରୋଇ ଶିକ୍ଷାନୁଷ୍ଠାନର...

ମକ୍କା ଯିବେ ରାଜ୍ୟର ୬୫୩ ହଜ୍‌ଯାତ୍ରୀ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଓଡ଼ିଶା ହଜ୍‌ କମିଟି ଜରିଆରେ ଚଳିତବର୍ଷ ରାଜ୍ୟରୁ ୬୫୩ଜଣ ହଜ୍‌ ଯାତ୍ରୀ ତୀର୍ଥ ନିମନ୍ତେ ସୌଦି ଆରବର ମକ୍କା ମଦିନା ଯାତ୍ରା କରିବେ। ଏମାନଙ୍କ...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୭ ଏବଂ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏନେଇ...

ଖେଳୁଥିବା ବେଳେ ଗଛଡ଼ାଳ ଛିଡ଼ି ପଡ଼ିଲା: ଦ୍ୱିତୀୟ ଶ୍ରେଣୀ ଛାତ୍ର ମୃତ; ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ନିରାକାରପୁର,୧୭ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ଗୁରୁବାର ଏକ ଅଘଟଣ ଘଟିଛି। ସ୍କୁଲ ପରିସର ମଧ୍ୟରେ ଥିବା ଏକ ଆମ୍ବ ଗଛର...

ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନର ଯୋଜନା

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ୧୨୦ ଇନଫାଣ୍ଟରି ବାଟାଲିଅନରେ ଚାଲିଥିବା ଟେରିଟୋରିଆଲ ଆର୍ମି ପରୀକ୍ଷାରେ ଗୁରୁବାର ପାଇଁ ସ୍ବତନ୍ତ୍ର ଟ୍ରେନ ଯୋଜନା କରାଯାଉଛି। ଗୁରୁବାର ପରୀକ୍ଷା ପାଇଁ...

ପୁରୁଣା ବାରିପଦା କଲେଜରେ ଉତ୍ତେଜନା

କୁଆମରା ୪।୨(ଡିଏନଏ)- ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କୁ ନେଇ କଲେଜର ସୋମବାର...

ଧରାପଡ଼ିଲେ ଆଉ ୯ ନକଲି ଶିକ୍ଷକ : ଥାନାରେ ଏତଲା ଦେବାକୁ ଡିଇଓଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୧୧ା୧- ଗଞ୍ଜାମ ଜିଲାରେ ପୁଣି ୯ ଜଣ ନକଲି ଶିକ୍ଷକ ଧରାପଡିଛନ୍ତି। ଏମାନେ ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡିଛି।...

କେନ୍ଦ୍ରାପଡ଼ାରେ ଖବରଦାତାଙ୍କୁ ଦୁର୍ବ୍ୟବହାର ଘଟଣା: ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଓଏଚ୍‌ଆରସିରେ ଅଭିଯୋଗ

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କେନ୍ଦ୍ରାପଡାରେ କାର୍ଯ୍ୟରତ ଜଣେ ଟିଭି ଖବରଦାତାଙ୍କୁ ଏସ୍‌ପି ନୀତି ଶେଖର ହାତ ଉଠାଇବା ସହ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର...

Leave a comment

Your email address will not be published. Required fields are marked *