‘ପୁଣି ହସିବ ଓଡ଼ିଶା’ରେ ହେମା ମାଳିନୀଙ୍କ ଓଡ଼ିଶୀନୃତ୍ୟ

ଭୁବନେଶ୍ୱର,୫।୫(ବ୍ୟୁରୋ): କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିବାକୁ ପ୍ରସ୍ତୁତ ହୋଇଥିବା ‘ପୁଣି ହସିବ ଓଡ଼ିଶା’ ମ୍ୟୁଜିକ୍‌ ଭିଡ଼ିଓ ପୁଣିଥରେ ଭାଇରାଲ ହୋଇଛି। ଏହି ଗୀତର ତାଳେ ତାଳେ ଓଡ଼ିଶୀନୃତ୍ୟ କରିଛନ୍ତି ରାଜ୍ୟର ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ କଳାକାରମାନେ। ହେଲେ ଭିଡ଼ିଓର ମୁଖ୍ୟ ଆକର୍ଷଣ ସାଜିଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ। ହେମାମାଳିନୀଙ୍କ ସହ ଏଥିରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର, ଗୁରୁ ରତିକାନ୍ତ ମହାପାତ୍ର ଏବଂ ସୃଜନ ଟିମ୍‌, ମୀରା ଦାସ ଏବଂ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତି, ମିହିର ଦାସ, ଅପରାଜିତା ଏବଂ ବୁଦ୍ଧାଦିତ୍ୟ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି। ଓଡ଼ିଆ ଅଭିନେତ୍ରୀ ମହେଶ୍ୱତା ରାୟଙ୍କ ଦ୍ୱାରା ପ୍ରସ୍ତୁତ ଏହି ଭିଡ଼ିଓ ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି। ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଏହି କରୋନା ସମୟରେ ଲୋକଙ୍କ ମନୋବଳ ବୃଦ୍ଧି କରିବା ଭିଡ଼ିଓର ମୂଳ ଲକ୍ଷ୍ୟ ବୋଲି ମହେଶ୍ୱତା କହିଛନ୍ତି। ଉକ୍ତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କ ଦ୍ୱାରା ସଂଯୋଜିତ ଏହି ଭିଡ଼ିଓରେ କଣ୍ଠଶିଳ୍ପୀ ସବିଶେଷ, ଦୀପ୍ତିରେଖା ଏବଂ ବିଶ୍ୱଜିତ କଣ୍ଠଦାନ କରିଛନ୍ତି।


All Right Reserved By Dharitri.Com

ଶହେ କୋଟି କ୍ଲବରେ ‘ବାଲା’, ପାର୍ଟି କରି ଖୁସି ମନାଇଲା ଟିମ୍‌

ବମ୍ବେ: ପରଦାକୁ ଆସିବାର ତିନି ସପ୍ତାହ ମଧ୍ୟରେ ଶହେ କୋଟି କ୍ଲବରେ ଏଣ୍ଟ୍ରି ମାରିଛି ‘ବାଲା’। ଫିଲ୍ମରେ ନାୟକ ଆୟୁଷ୍ମାନ ଖୁରାନ୍ନା ଓ ନାୟିକା ଭୂମି...

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ ଅଫିସ, ୮ା୬: ଆସନ୍ତା ଜୁଲାଇ ୪ ତାରିଖରେ ରଥଯାତ୍ରା। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରଶାସନିକ ପ୍ରସ୍ତୁତି। ରଥଖଳାରେ ତିନିରଥ ନିର୍ମାଣ କାମ ଆଗେଇ ଚାଲିଥିବାବେଳେ...

ନୂଆ ରୂପରେ ‘ଓଡ଼ିଶା ପର୍ଯ୍ୟଟନ’

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଦୀର୍ଘଦିନର ପ୍ରତୀକ୍ଷା ପରେ ନୂଆ ରୂପ ପାଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ୍ବେବ୍‌ସାଇଟ୍‌। ଓଡ଼ିଶା ପର୍ଯ୍ୟଟନର ଏହି ନୂଆ ଓ୍ବେବ୍‌ସାଇଟ୍‌ www.odishatourism.gov.inକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ...

ଘନେଇଲା ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର,୩।୪(ବ୍ୟୁରୋ)-ଭୁବନେଶ୍ୱର, ଭଦ୍ରକ ସହର ଏବଂ କଟକ ମହାନଗର ନିଗମ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟ୍‌ଡାଉନ ରହିବ। ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ଯାଏ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ତିନି ମାସର ଦରମା ପ୍ରଦାନ କଲେ କୃଷି ମନ୍ତ୍ରୀ, ଏମ୍‌ପି ସସ୍ମିତ୍‌

ଭୁବନେଶ୍ୱର,୨୫।୩(ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଜନପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)କୁ ସହାୟତା କରିବା ଲାଗି ଅନୁରୋଧ କରିଥିଲେ। ଏହାପରଠାରୁ ସିଏମ୍‌ଆର୍‌ଏଫ୍‌କୁ ସହାୟତାର ସୁଅ...

ଅନ୍ୟ ରାଜ୍ୟରେ ଫସିରହିଥିବା ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଯୋଜନା କରୁଛନ୍ତି ସରକାର

ଲକ୍ଷ୍ନୌ,୨୪।୪: ରାଜସ୍ଥାନ କୋଟାରେ ଫସିଥିବା ଛାତ୍ରଙ୍କୁ ଆଣିବା ପରେ ଏବେ ଅନ୍ୟ ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ଆଣିବା ପାଇଁ ଉତ୍ତରପ୍ରଦେଶ ସରକାର ଯୋଜନା କରୁଛନ୍ତି। ଶୁକ୍ରବାର...

୬୫ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ: ଜଙ୍ଗଲ ଆୟତନ ୮୮୫ ବର୍ଗ କିଲୋମିଟର ବଢ଼ିଛି

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଭବନଠାରେ ୬୫ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ...

ସାଳନ୍ଦୀ ହସ୍ପିଟାଲରେ ହେବ କରୋନା ରୋଗୀଙ୍କ ଚିକିତ୍ସା, ୧୨୦ ଶଯ୍ୟା ପ୍ରସ୍ତୁତ

ଭଦ୍ରକ ଅଫିସ,୮ା୪: କରୋନା ମହାମାରୀର ମୁକାବିଲା ଲାଗି ଜାରି ରହିଥିବା ଲକ୍‌ଡାଉନ୍‌ ପରିସ୍ଥିତିରେ ଭଦ୍ରକ ସହର ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ...

Leave a comment

Your email address will not be published. Required fields are marked *