Posted inଜାତୀୟ

ଆଧାର ସଂଶୋଧନ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧୩ା୬: ଆସନ୍ତା ୧୭ରୁ ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ସେଥିରେ ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌, ୨୦୧୯ ଆଗତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ବସି ଆଧାର ସଂଶୋଧନ ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ସଂଶୋଧନ ବଳରେ ଜଣେ ସ୍ବେଚ୍ଛାକୃତ ଭାବେ ଚାହିଁଲେ ଆଧାରକୁ ବ୍ୟାଙ୍କ, ଟେଲିକମ୍‌ କମ୍ପାନୀ ଭଳି ଘରୋଇ ସଂସ୍ଥାରେ ପରିଚୟପତ୍ର ଭାବେ ବ୍ୟବହାର କରିପାରିବେ। ବିଲ୍‌ ଆଇନରେ ପରିଣତ ହେଲେ ସରକାର ଆଣିଥିବା ଅଧ୍ୟାଦେଶ ସ୍ଥାନରେ ଏହା କାର୍ଯ୍ୟକାରୀ ହେବ। ଏଥିସହିତ ସଂଶୋଧିତ ବିଲ୍‌ ଅନୁଯାୟୀ ଜଣେ ପିଲା ଚାହିଁଲେ ୧୮ ବର୍ଷ ବୟସରେ ଆଧାର ବ୍ୟବସ୍ଥାରୁ ଓହରିଯାଇପାରିବ। ଗତ ମାର୍ଚ୍ଚ ୨ରେ ସରକାର ଆଣିଥିବା ଅଧ୍ୟାଦେଶର ସମସ୍ତ ପ୍ରସ୍ତାବ ନୂଆ ବିଲ୍‌ରେ ରହିଛି। ବର୍ତ୍ତମାନ ଆଧାର ଆଇନରେ ରହିଥିବା ଧାରା ୫୭, ଯାହା ଘରୋଇ ସଂସ୍ଥାରେ ଆଧାର ବ୍ୟବହାରକୁ ବାରଣ କରୁଛି, ତାହାକୁ ଉଚ୍ଛେଦ କରାଯିବା ପ୍ରସ୍ତାବ ରହିଛି।


All Right Reserved By Dharitri.Com

ବେକାବୁ ହେଲାଣି ବନ୍ୟା: ଭୂସ୍ଖଳନରେ ୯ ମୃତ

ନୂଆଦିଲ୍ଲୀ, ୧୩ା୮(ପି.ଟି.): କେରଳ, କର୍ନାଟକ, ମହାରାଷ୍ଟ୍ର, ଗୁଜରାଟରେ ବର୍ଷାଜନିତ ବନ୍ୟା ପରିସ୍ଥିତି ଏବେ ବି ଗମ୍ଭୀର ରହିଥିବାବେଳେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି।...

ଯୁବତୀଙ୍କ ସ୍ବାଧୀନତା ଉପରେ ବିବାଦୀୟ ମନ୍ତବ୍ୟ ଦେଲେ ଡିଜିପି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଇନ୍ଦୋର,୭।୭: ଯୁବତୀଙ୍କ ସ୍ବାଧୀନତା ଉପରେ ମଧ୍ୟପ୍ରଦେଶ ଡିଜିପି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦେଶରେ ବୃଦ୍ଧି...

ବଜେଟର ପ୍ରଥମ ସାଇଡ୍‌ ଇଫେକ୍ଟ: ଲାଗୁ ହେଲା ବର୍ଦ୍ଧିତ ତୈଳ ଦର

ନୂଆଦିଲ୍ଲୀ,୬।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ। ଏଥିରେ ସେ ପେଟ୍ରୋଲ ଓ ଡିଜେଲରେ ଏକ ଟଙ୍କା ସେସ୍‌ ଓ ଏକ...

ନାଗସାପକୁ ବିବାହ କରିବା ପାଇଁ ଅଡ଼ି ବସିଛି ନାବାଳିକା

ରାୟପୁର,୨୬।୬: ଭାରତରେ ଡିଜିଟାଲ ଯୁଗ ଆରମ୍ଭ ହୋଇସାରିଛି। ଗୋଟିଏ ପରେ ଦେଶ ମହାକାଶ ଗବେଷଣା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ କରୁଥିବାବେଳେ ଅପରପକ୍ଷରେ ଏବେ ମଧ୍ୟ ସମାଜରେ...

ରଜନୀକାନ୍ତଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ,୨୪।୧: ଅଭିନେତାରୁ ରାଜନେତା ପାଲଟିଥିବା ରଜନୀକାନ୍ତଙ୍କ ବିରୋଧରେ ହୋଇଥିବା ମାମଲାକୁ ନେଇ ଶୁକ୍ରବାର ମାଡ୍ରାସ ହାଇକୋର୍ଟ ଶୁଣାଣି କରି ଉକ୍ତ ମାମଲାକୁ ଖାରଜ କରି ଦେଇଛନ୍ତି।...

ମାଙ୍ଗାଲୁରୁ ବିକ୍ଷୋଭକାରୀ ମୃତ୍ୟୁ ଘଟଣା: ସହାୟତା ଫେରାଇନେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୬ା୧୨(ପି.ଟି.): ମାଙ୍ଗାଲୁରୁରେ ସିଏଏ ବିରୋଧୀ ଆନ୍ଦୋଳନ ବେଳେ ପୋଲିସ ଗୁଳିରେ ନିହତ ଦୁଇଜଣ ବିକ୍ଷୋଭକାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଯୋଗାଇଦେବାକୁ...

ୟୁଏନ୍‌ଏଚ୍‌ଆର୍‌ସିରେ ଭାରତ-ପାକ୍‌ ମୁହଁ।ମୁହିଁ: ୩୭୦ ଉଚ୍ଛେଦ ସାର୍ବଭୌମ ନିଷ୍ପତ୍ତି

ଜେନେଭା,୧୧ା୯,(ପି.ଟି./ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ମଙ୍ଗଳବାର ଭାରତ ଓ ପାକିସ୍ତାନ ପୁଣିଥରେ ଅନ୍ତର୍ଜାତୀୟ ମଞ୍ଚରେ ମୁହଁ।ମୁହିଁ ହୋଇଛନ୍ତି।...

ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ପ୍ଲାଣ୍ଟରେ ଫାଟିଲା ଟ୍ୟାଙ୍କ: ବହୁ ଗଁ।କୁ କରାଗଲା ଖାଲି

ଉନ୍ନାଓ,୧୨।୯: ଉତ୍ତରପ୍ରଦେଶ ଉନ୍ନାଓରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ ପ୍ଲାଣ୍ଟରେ ଗୁରୁବାର ବିସ୍ଫୋରଣ ହୋଇଛି। ହଠାତ୍‌ ଟ୍ୟାଙ୍କ ଫାଟିବାରୁ ଅଗ୍ନିକାଣ୍ଡ ଘଟିଥିଲା। ବିସ୍ଫୋରଣ ଏତେ ଜୋରରେ ଥିଲା...

Leave a comment

Your email address will not be published. Required fields are marked *