୯ କୁଇଣ୍ଟାଲ ୯୭ କେଜି ଗଞ୍ଜେଇ ଜବତ

ବୈପାରିଗୁଡ଼ା,୪ା୫(ଡି.ଏନ୍‌.ଏ.): ବୈପାରିଗୁଡା ପୋଲିସ ସୋମବାର ବାତିରିପୁଟ ଛକରୁ ୯କୁଇଣ୍ଟାଲ ୯୭କେଜି ଗଞ୍ଜେଇ ସହ ଏକ ଟ୍ରକ୍‌ ଜବତ କରିଛି। ଏ ନେଇ ବୈପାରିଗୁଡ଼ା ଥାନାରେ ଏକ ମାମଲା (ନଂ.୬୭/୨୦) ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଏକ ଟ୍ରକ୍‌(ଓଆର-୧୦ଜେ-୮୮୯୭) ଟାଙ୍ଗିଣିଗୁଡା ପଟୁ ବୈପାରିଗୁଡା ଅଭିମୁଖେ ଯାଉଥିଲା। ବାତିରିପୁଟ ଛକ ନିକଟରେ ପୋଲିସ ପାଟ୍ରୋଲିଂ ଗାଡିକୁ ଦେଖି ଟ୍ରକ୍‌ ଡ୍ରାଇଭର ଗାଡିକୁ ରାସ୍ତାରେ ରଖି ଖସି ପଳାଇଥିଲେ। ପୋଲିସ ପହଞ୍ଚି ଗଞ୍ଜେଇ ସହ ଟ୍ରକକୁ ଜବତ କରି ଥାନାକୁ ଆଣିଥିଲେ। ସ୍ଥାନୀୟ ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା। ଜୟପୁର ଏସ୍‌ଡିପିଓ ବିମଳକାନ୍ତ ବ୍ରହ୍ମା, ଥାନା ଅଧିକାରୀ ଅଂଶୁମାନ ଦ୍ୱିବେଦୀ,ଏସ୍‌ଆଇ ଘାସିରାମ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ପୋଖରୀରେ ବୁଡ଼ି ଛାତ୍ରୀଙ୍କ ଜୀବନଗଲା, ଦେଇଥିଲେ ମାଟ୍ରିକ୍‌ ପରୀକ୍ଷା

ପଦ୍ମପୁର,୧୩।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ପଞ୍ଚାୟତ ତମ୍ବାଖଣ୍ଡି ଗ୍ରାମରେ ଜଣେ ଛାତ୍ରୀଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସେ ହେଲେ ରଶ୍ମିତା...

ମା’ ସମଲେଶ୍ୱରୀ ଫୁଟବଲ ଟୁର୍ନାମେଣ୍ଟ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଟେମରି ବି, ବୁଡାପଡ଼ା ବିଜୟୀ

ବୋଡେନ,୨୫।୯(ଡି.ଏନ.ଏ.)- ନୂଆପଡ଼ା ଜିଲା ବୋଡେନ ବ୍ଲକ ଟେମରୀ (ଦଣ୍ଡେଇବସା) ଛାରିଛକ ଖେଳ ପଡିଆରେ ମଙ୍ଗଳବାର ମା’ ସମଲେଶ୍ୱରୀ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଉଦଘାଟନୀ...

ପାଟପୁର ପୋଲିସ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ପାଟପୁର,୧୬ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଟପୁର ପୋଲିସ କର୍ମଚାରୀ କରୋନା ଲକ୍‌ଡାଉନ୍‌ ସମୟରେ ଗରିବ ଅସହାୟ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି। ପାଟପୁର ଥାନାଧିକାରୀ...

ଦୁଇ ହଷ୍ଟେଲରେ ଛାତ୍ର ମୃତ୍ୟୁ ଘଟଣା: ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ, ଶିକ୍ଷକଙ୍କୁ ବଦଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୩ା୧୦-କନ୍ଧମାଳ ଜିଲା ମଙ୍ଗଳ ବିଭାଗ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ବିଭାଗ ଅଧୀନରେ ଚାଲିଥିବା ଦୁଇଟି ହଷ୍ଟେଲର ୨ ଛାତ୍ରୀଛାତ୍ରଙ୍କ ଗତ ମାସରେ...

ଜି.ଉଦୟଗିରିରେ ୭.୬ ଡିଗ୍ରୀକୁ ଖସିଲା ପାରଦ

ଜି.ଉଦୟଗିରି, ୬ା୧୨ (ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ୨ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି। ସର୍ବନିମ୍ନ ପାରଦ ୭.୬ ଡିଗ୍ରୀ ସେଲସିୟସକୁ...

କୋଟାରୁ ଆସିଲେ ୨୬ ପ୍ରବାସୀ ଓଡ଼ିଆ, ୬ଟି ବସ୍‌ ଯୋଗେ ଝାରଖଣ୍ଡ ଯିବେ ୧୪୨ ଜଣ

ଭଦ୍ରକ ଅଫିସ, ୪।୫: ରାଜସ୍ଥାନର କୋଟାରେ ଫସିଥିବା ଛାତ୍ରଛାତ୍ରୀ ସୋମବାର ଭଦ୍ରକ ଜିଲାରେ ପହଞ୍ଚିଛନ୍ତି। ଫେରିଛନ୍ତି। ସେଠାରେ ଫସିଥିବା ଜିଲାର ୨୧ ଛାତ୍ରଛାତ୍ରୀ ଓ ୫...

ଛାନୁଆରେ ମଦ ବିକ୍ରିକୁ ବିରୋଧ: ଜିଲାପାଳଙ୍କୁ ଭେଟିଲେ ମହିଳା

ବାଲେଶ୍ୱର ଅଫିସ, ୨୨।୧୦- ବାଲେଶ୍ୱର ଜିଲା ବସ୍ତା ବ୍ଲକ ଛାନୁଆ ପଞ୍ଚାୟତରେ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଶାଦ୍ରବ୍ୟ କାରବାର ଚାଲିଛି। ଏହାକୁ ରୋକିବା ଲାଗି ସ୍ଥାନୀୟ...

୬ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚୋରା ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୧।୭- ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ବସ୍‌ଷ୍ଟାଣ୍ଡ ନିକଟରେ କଟକରୁ ଆସିଥିବା ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡ...

Leave a comment

Your email address will not be published. Required fields are marked *