କର୍ପୋରେଟ ଜାଲିଆତି ରୋକିବା ଉଦ୍ୟମ: ପରୀକ୍ଷା ଦେବେ କମ୍ପାନୀର ସ୍ବାଧୀନ ଡାଇରେକ୍ଟର

ନୂଆଦିଲ୍ଲୀ,୧୩-୬: ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଦେଶର କର୍ପୋରେଟ ଗଭର୍ନାନ୍ସ ସିଷ୍ଟମକୁ ବଦଳାଇବାକୁ ଉଦ୍ୟମ କରୁଛନ୍ତି। ନିଜର ପ୍ରଥମ କାର୍ଯ୍ୟକାଳ ବେଳେ କର୍ପୋରେଟ ସେକ୍ଟରରେ ଏକାଧିକ ଜାଲିଆତି ଘଟଣା ଧରାପଡିଥିଲା। ଏବେ କର୍ପୋରେଟ ସିଷ୍ଟମରେ ପରିବର୍ତ୍ତନ କରି ଜାଲିଆତି, ଠକେଇ ଆଦିକୁ ରୋକିବାକୁ ସେ ଉଦ୍ୟମ ଆରମ୍ଭ କରିଛନ୍ତି। ନୂଆ ଯୋଜନା ମୁତାବକ ଏଣିକି କର୍ପୋରେଟ ବୋର୍ଡରେ ସାମିଲ ହେବା ପୂର୍ବରୁ ସ୍ବାଧୀନ ନିର୍ଦ୍ଦେଶକଙ୍କୁ ଏକ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ସଚିବ ଇଞ୍ଜେଟି ଶ୍ରୀନିବାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
‘ମୁ ମଧ୍ୟ ଚୌକିଦାର’ କ୍ୟାମ୍ପେନ ଜରିଆରେ ଭାରି ବହୁମତରେ ବିଜୟ ହାସଲ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଏବେ କର୍ପୋରେଟ ସେକ୍ଟରରେ ‘ଚୌକିଦାର’ ଭୂମିକା ଗ୍ରହଣ କରୁଥିବା ଡାଇରେକ୍ଟରଙ୍କୁ ସବୁ କ୍ଷେତ୍ରରେ ପାରଙ୍ଗମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଉଲ୍ଲେଖଥାଉ କି, ସ୍ବାଧୀନ ନିର୍ଦ୍ଦେଶକଙ୍କର କର୍ପୋରେଟ ବୋର୍ଡରେ କୌଣସି ଦାୟିତ୍ୱ ନ ଥାଏ ବୋଲି ଏକ ଭ୍ରାନ୍ତ ଧାରଣା ରହିଛି। ଏହାକୁ ଦୂର କରିବାକୁ ହେବ। ଏବେ କର୍ପୋରେଟ ସ୍ବାକ୍ଷରତା ଆରମ୍ଭ କରାଯିବ। ଯେଉଁଥିରେ ସ୍ବାଧୀନ ଡାଇରେକ୍ଟରଙ୍କ କର୍ତ୍ତବ୍ୟ, ସେମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଯିବ। ଆସନ୍ତା ୨ ମାସ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବ। ସେ କହିଛନ୍ତି ଯେ, କମ୍ପାନୀ ବୋର୍ଡରେ ନିଯୁକ୍ତି ପାଇବା ଲାଗି ସ୍ବାଧୀନ ନିର୍ଦ୍ଦେଶକଙ୍କୁ ଅନ୍‌ଲାଇନରେ ପରୀକ୍ଷା ଦେବାକୁ ହେବ। ଏଥିରେ ଭାରତୀୟ କମ୍ପାନୀ ଆଇନ, ଆଚାର ସଂହିତା, କ୍ୟାପିଟାଲ ମାର୍କେଟ ନିୟମ ଆଦି ସମ୍ପର୍କରେ ପ୍ରଶ୍ନ ରହିବ। ସ୍ବାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବାକୁ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ପରୀକ୍ଷାରେ ବସିବାର ସୁଯୋଗ ଦିଆଯିବ। ସେମାନେ ଏହି ସମୟସୀମା ମଧ୍ୟରେ ଏକାଧିକ ଥର ପରୀକ୍ଷା ଦେଇପାରିବେ। ଶ୍ରୀନିବାସ କହିଛନ୍ତି ଯେ, କମ୍ପାନୀ ବୋର୍ଡରେ ବର୍ତ୍ତମାନ ସାମିଲ ଥିବା ଅଭିଜ୍ଞ ନିର୍ଦ୍ଦେଶକଙ୍କୁ ଏହି ପରୀକ୍ଷା ଦେବାର ଆବଶ୍ୟକତା ନାହିଁ। ତେବେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେଉଥିବା ସ୍ବାଧୀନ ନିର୍ଦ୍ଦେଶକଙ୍କ ଡାଟାବେସ୍‌ରେ ସେମାନଙ୍କୁ ସାମିଲ ହେବାକୁ ପଡିବ। ଏଥିପାଇଁ ନିଜକୁ ପଞ୍ଜୀକୃତ କରାଇବେ। ସମ୍ଭାବ୍ୟ ସ୍ବାଧୀନ ନିର୍ଦ୍ଦେଶକ ଭାବେ କମ୍ପାନୀ ବୋର୍ଡରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଓ କମ୍ପାନୀ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଡାଟାବେସ୍‌ରେ ରହିବ। ଉଲ୍ଲେଖଥାଉ କି, ବର୍ତ୍ତମାନର ନିୟମ ଅନୁସାରେ ଦେଶରେ ତାଲିକାଭୁକ୍ତ କମ୍ପାନୀଙ୍କୁ ନିଜ ବୋର୍ଡରେ ମୋଟ କ୍ଷମତାର ଏକ ତୃତୀୟାଂଶ ସ୍ବାଧୀନ ନିର୍ଦ୍ଦେଶକ ରଖିବାକୁ ପଡ଼ିଥାଏ। ସେମାନେ ବାହାରେ ଥାଇ କମ୍ପାନୀର ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ନଜର ରଖିବା ଏହି ସ୍ବାଧୀନ ନିର୍ଦ୍ଦେଶକଙ୍କ କାମ ହୋଇଥାଏ। କମ୍ପାନୀର ହିତର ରକ୍ଷା କରିବା ସେମାନଙ୍କର ଦାୟିତ୍ୱ ହୋଇଥାଏ। ସୂଚନାଯୋଗ୍ୟ ଯେ, ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ପିଏନ୍‌ବି ମହାଦୁର୍ନୀତି, ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ସଙ୍କଟ ଭଳି ଆହୁରି କେତେକ କର୍ପୋରେଟ ଦୁର୍ନୀତି ପଦାକୁ ଆସିଥିଲା।


All Right Reserved By

୮% ଜିଡ଼ିପି ବୃଦ୍ଧି ଜରୁରୀ: ରଙ୍ଗରାଜନ

ହାଇଦ୍ରାବାଦ,୧୩।୭: ଆସନ୍ତା ୫ ବର୍ଷରେ ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପହଞ୍ଚାଇବାକୁ ହେଲେ ଦେଶକୁ ୮% ହାରରେ ବାର୍ଷିକ ଅଭିବୃଦ୍ଧି ହାସଲ କରିବାକୁ...

ପିଏମ୍‌ଓରେ ନାହିଁ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କର ଆୟକର ରିଟର୍ନ ତଥ୍ୟ

ନୂଆଦିଲ୍ଲୀ,୨୮-୫: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କର ଆୟକର ରିଟର୍ନ ତଥ୍ୟ ନାହିଁ। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅଧୀନରେ ଏ ସମ୍ପର୍କରେ ତଥ୍ୟ ମଗାଯାଇଥିଲେ ହେଁ...

ସିସିଡିର ନେତୃତ୍ୱ ନେବେ ସିଦ୍ଧାର୍ଥଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୩-୮: କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ଆକଷ୍ମିକ ମୃତ୍ୟୁ ପରେ ଏହାର ନେତୃତ୍ୱ କିଏ ନେବ ବୋଲି ସାଧାରଣରେ ପ୍ରଶ୍ନ ଆସିଛି। ତେବେ ମିଡିଆ...

ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ତଳକୁ ଖସିଲା

ନୂଆଦିଲ୍ଲୀ,୨-୭: ଜୁନ୍‌ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ତଳକୁ ଖସିଆସିଛି। ସୋମବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଏହି ମାସରେ ୯୯,୯୩୯...

ସୁନା ୩୬ ହଜାର ଛୁଇଁବ

ନୂଆଦିଲ୍ଲୀ,୧୨।୭: ଆମେରିକା ଅର୍ଥନୀତିକୁ ଗତିଶୀଳ କରିବା ଲକ୍ଷ୍ୟରେ ସୁଧ ହାର କମାଯାଇପାରେ ବୋଲି ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରମ ପାଓ୍ବେଲ ମନ୍ତବ୍ୟ ଦେବା ପରେ ସୁନା...

୫ ପ୍ରମୁଖ ଅର୍ଥନୈତିକ ଚ୍ୟାଲେଞ୍ଜ

ସରକାରଙ୍କ ସାମ୍ନାରେ ୫ ଅର୍ଥନୈତିକ ଚ୍ୟାଲେଞ୍ଜ ରହିବ। ସେଗୁଡିକୁ ସାମ୍ନା କରିବାକୁ ସରକାରଙ୍କୁ ପ୍ରସ୍ତୁତ ହେବାକୁ ପଡିବ। ଦ୍ୱିତୀୟ ପାଳିରେ ଏନ୍‌ଡିଏ ସରକାର କିଭଳି ଏପ୍ରମୁଖ...

ରାଜ୍ୟଗୁଡ଼ିକର ଋଣ ୯୧%କୁ ବୃଦ୍ଧି

ମୁମ୍ବାଇ,୨୬-୫: ଆର୍ଥିକ ବର୍ଷ ୨୦୧୮-୧୯ରେ ନିଜର ବିତ୍ତୀୟ ନିଅଣ୍ଟକୁ କମାଇବାକୁ ଯାଇ ରାଜ୍ୟଗୁଡ଼ିକର ବଜାର ଋଣ ୯୧ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇଛି। କେୟାର ରେଟିଙ୍ଗ୍‌ସର ରିପୋର୍ଟରେ...

ରାଜ୍ୟରେ ୩୦ ଶାଖା ଖୋଲିବ ସିଣ୍ଡିକେଟ ବ୍ୟାଙ୍କ:ସିଇଓ

ଭୁବନେଶ୍ୱର,୯-୬(ବ୍ୟୁରୋ): ସିଣ୍ଡିକେଟ ବ୍ୟାଙ୍କ ବର୍ତ୍ତମାନ ଭୁବନେଶ୍ୱରରେ ୨ ଏବଂ ବ୍ରହ୍ମପୁରରେ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ସହ ସେବା ଯୋଗାଉଛି। ରାଜ୍ୟରେ ସହରୀକରଣ ଧାରା ଦ୍ରୁତ ହେଉଥିବାରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *