ବାହୁବଳୀ ପରେ ରାମାୟଣକୁ ନେଇ ଫିଲ୍ମ କରିବେ ରାଜାମୌଳି !

ମୁମ୍ବାଇ: ରାମାୟଣକୁ ନେଇ ଲୋକଙ୍କ ଭିତରେ କେତେ କ୍ରେଜ୍‌ ରହିଛି ଏବେ ତାହା ସ୍ପଷ୍ଟ ବାରି ହୋଇ ପଡିଛି। ଦେଶରେ ଚାଲିଥିବା ଲକ୍‌ଡାଉନ ସମୟରେ ଦୂରଦର୍ଶନରେ ପୁଣିଥରେ ପ୍ରସାରଣ କରାଯାଇଥିବା ରାମାୟଣ ସବୁ ରେକର୍ଡ ଭାଙ୍ଗିବା ପରେ ଏହା ସ୍ପଷ୍ଟ ହୋଇଛି। ଏହାର ଲୋକ ପ୍ରିୟତାକୁ ଦେଖି ପ୍ରଥମଥର ପାଇଁ ଦୂରଦର୍ଶନରେ ପ୍ରସାରଣ କରାଯାଇଥିବା ଏହି ଧାରାବାହିକକୁ ଏକ ଘରୋଇ ଚ୍ୟାନେଇ କିଣି ପୁଣିଥରେ ପ୍ରସାରଣ ଆରମ୍ଭ କରିବାକୁ ଯାଉଛି। ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଆଲୋଚନା ହେଲାଣି। ଦର୍ଶକେ ଏହି ଧାରାବାହିକକୁ ଏବେ ବଡ ପରଦାରେ ଦେଖିବାକୁ ମନ ବଳାଇଛନ୍ତି। ତେବେ ରାମାୟଣ ଭଳି ସେଟ୍‌ କାହାଣୀ ଯଦି ବହୁବଳୀ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଳି ନିର୍ମାଣ କରନ୍ତି ତେବେ ଏହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସୋସିଆଲ ମିଡିଆରେ ଆଲୋଚନା ହେଲାଣି। ଦର୍ଶକେ କହୁଛନ୍ତି ରାମାୟଣକୁ ବଡପରଦାକୁ ରାଜାମୌଳି ଆଣନ୍ତୁ। ଏମିତିକି ଏବେ #RajamouliMakeRamayan ବୋଲି ଟ୍ରେଣ୍ଡ କରୁଥିବା ଦେଖା ଗଲାଣି। ଏହାକୁ ନେଇ ଯଦିଓ ରାଜାମୌଳିଙ୍କ ପକ୍ଷରୁ ସେମିତି କୌଣସି ଉତ୍ତର ମିଳିନାହିଁ ଏବେ କିନ୍ତୁ ସୋସିଆଲ ମିଡିଆରେ ରାମାୟଣକୁ ନେଇ ଫିଲ୍ମ ତିଆରି କରାଯାଉ ବୋଲି କୁହାଯାଉଛି।


All Right Reserved By Dharitri.Com

ଜାନୁୟାରୀରେ ରିଲିଜ୍‌ ହେବ ମଲାଲାଙ୍କ ବାୟୋପିକ୍‌

ମୁମ୍ବାଇ,୨୯।୧୨: ନୋବେଲ ବିଜେତା ମଲାଲା ୟୁଶୁଫଜାଇଙ୍କ ବାୟୋପିକ୍‌ ‘ଗୁଲ୍‌ ମକାଇ’କୁ ଏବେ ମିଳିଛି ଏହାର ରିଲିଜ୍‌ ଡେଟ୍‌। ଆସନ୍ତା ବର୍ଷ ଜାନୁୟାରୀ ୩୧ରେ ଏହା ରିଲିଜ୍‌...

ସ୍ପନ୍ଦନ ଷ୍ଟାର ଓଲିଉଡ୍‌ ଆୱାର୍ଡ ୨୦୧୯: ମିହିର ଦାସ ‘ଏଭରଗ୍ରୀନ୍‌ ଅଭିନେତା’

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ରଙ୍ଗିଲା ଡ୍ୟାନ୍ସ ଇଣ୍ଟରନ୍ୟାଶନାଲ ସହଯୋଗରେ ସ୍ପନ୍ଦନ ଷ୍ଟାର୍‌ ଓଲିଉଡ୍‌ ଆୱାର୍ଡ ପକ୍ଷରୁ ସ୍ପନ୍ଦନ ଷ୍ଟାର୍‌ ଓଲିଉଡ୍‌ ଆୱାର୍ଡ-୨୦୧୯ ଶୁକ୍ରବାର ସୂଚନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି।...

ବରୁଣ ଧାଓ୍ବନଙ୍କ ବାଜିବ ସାହାନାଇ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନଙ୍କର ସାହାନାଇ ବାଜିବ। ୨୦୨୦ ଏପ୍ରିଲ କିମ୍ବା ମେ’ ପ୍ରଥମ ସପ୍ତାହରେ ସେ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କୁ ବିବାହ...

୩୮ ବର୍ଷ ପୂର୍ବେ ଅମିତାଭ୍‌ଙ୍କ ଏପରି କାମରେ ରାଗିଯାଇଥିଲେ ଜୟା

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଲାଓ୍ବାରିସ୍‌’ ରିଲିଜ୍‌ ହେବା ଇତି ମଧ୍ୟରେ ୩୮ ବର୍ଷ ହୋଇଯାଇଛି। ୨୨ ମେ’ ୧୯୮୧ରେ ମୁକ୍ତିଲାଭ କରିଥିବା...

ପ୍ରଭାସଙ୍କ ଫୋନ୍‌ ଉଠାଉନାହାନ୍ତି ଅନୁଷ୍କା

ଫିଲ୍ମ ‘ବାହୁବଳୀ’ରେ ଦମ୍‌ଦାର ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଥିବା ପ୍ରଭାସଙ୍କ ଅଗାମୀ ଫିଲ୍ମ ‘ସାହୋ’ ରିଲିଜ୍‌ ଅପେକ୍ଷାରେ ଅଛି। ଫିଲ୍ମର ପ୍ରମୋଶନ ପାଇଁ ଜୋରସୋରରେ...

ସୁପର ଓଭରରେ ଭାରତର ବିରଳ ବିଜୟ: କବିତା ଲେଖି ଦଳକୁ ଶୁଭେଚ୍ଛା ଜଣାଇଲେ ଅମିତାଭ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ କ୍ରିକେଟର ଜଣେ ବଡ଼ ପ୍ରଶଂସକ। ଟିକିଏ ସମୟ ପାଇଲେ ସେ ଖେଳ ଦେଖିବାକୁ ଭଲପାଆନ୍ତି। ସେ ଭାରତୀୟ କ୍ରିକେଟ...

ସିଏଏକୁ ନେଇ ପ୍ରତିକ୍ରିୟା ରଖିଲେ ଉର୍ମିଳା

ମୁମ୍ବାଇ,୩୧।୧: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ବଲିଉଡ୍‌ ରଙ୍ଗିଲା ଗର୍ଲ ଉର୍ମିଲା...

ବୟସ ତାରତମ୍ୟ ମାନିନି ପ୍ରେମ: ବଲିଉଡ୍‌ ଅଭିନେତ୍ରୀ ନିଜଠାରୁ କମ୍‌ ବୟସ୍କଙ୍କୁ କରିଛନ୍ତି ଜୀବନ ସାଥୀ

ପ୍ରେମ ଆଗରେ ଜାତି-ଧର୍ମ-ବର୍ଣ୍ଣ ବାଧା ସୃଷ୍ଟି କରି ନ ଥାଏ। ଏପରିସ୍ଥଳେ ବୟସର ତାରତମ୍ୟ ଅବା କିବା କଥା। ବଲିଉଡ୍‌ରେ ବହୁ ସେଲିବ୍ରିଟିଙ୍କ କ୍ଷେତ୍ରରେ ଏହା...

Leave a comment

Your email address will not be published. Required fields are marked *