‘ରାମାୟଣ’, ‘ମହାଭାରତ’କୁ ନେଇ ଟିଆର୍‌ପି ଦୌଡରେ ଦୁଇ ଘରୋଇ ଚ୍ୟାନେଲ

ନୂଆଦିଲ୍ଲୀ,୪।୫: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ପୁରୁଣା ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’। ଦର୍ଶକେ ଏହାକୁ ଏତେ ମାତ୍ରାରେ ପସନ୍ଦ କରିଥିଲେ ଯେ ଲକ୍‌ଡାଉନ ସମୟରେ ଟିଆର୍‌ପିରେ ରେକର୍ଡ କରିଥିଲା ଦୂରଦର୍ଶନ। ଏହି ସମୟରେ ଅନ୍ୟ ସମସ୍ତ ଘରୋଇ ଚ୍ୟାନେଲରେ ପୁରୁଣା ଧାରାବାହିକ ପ୍ରସାରଣ କରାଯାଉଥିଲା ସତ। ହେଲେ ଦର୍ଶକେ ‘ରାମାୟଣ’ ଓ ‘ମହାଭାରତ’କୁ ଅଧିକ ପସନ୍ଦ କରିଥିଲେ। ଏହା ଦେଖିବା ପରେ ଦୁଇଟି ଘରୋଇ ଚ୍ୟାନେଲ ଏବେ ଏହି ଧାରାବାହିକକୁ ପୁନଃ ପ୍ରସାରଣ କରିବାକୁ ସ୍ଥିର କରିଛନ୍ତି। ତେବେ ସୋମବାରଠାରୁ ଷ୍ଟାର ପ୍ଲସରେ ରାମାୟଣ ପ୍ରସାରଣ ପାଇଁ ପ୍ରମୋ ଆସିଯାଇଥିବା ବେଳେ କଲର୍ସରେ ମହାଭାରତ ପ୍ରସାରଣ କରାଯିବ ବୋଲି ପୂର୍ବରୁ ସୂଚନା ମିଳିଥିଲା। ପ୍ରଥମଥର ପାଇଁ ପ୍ରସାରଣ କରାଯାଇଥିବା କୌଣସି ଧାରାବାହିକକୁ ଅନ୍ୟଏକ ଚ୍ୟାନେଲ କିଣି ପୁନଃ ପ୍ରସାରଣ କରୁଥିବା ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଉଭୟ ଚ୍ୟାନେଲ ଏବେ ଦର୍ଶକଙ୍କୁ କେତେ ମାତ୍ରାରେ ବାନ୍ଧି ରଖିପାରୁଛନ୍ତି ତାହା ସମୟ କହିବ।


All Right Reserved By Dharitri.Com

ଯାତ୍ରୀଙ୍କଠାରୁ ଅଧିକ ଅଟୋଭଡା ନେବାରୁ କଟିଲା ୮ଲକ୍ଷ ଟଙ୍କାର ଚାଲାଣ

ବେଙ୍ଗାଲୁରୁ,୫।୧୨: ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରଠାରୁ ଲୋକେ ଏକ ପ୍ରକାର ସଜାଗ ହେଇଯାଇଛନ୍ତି ବୋଲି କୁହାଯାଉଛି। ହେଲେ କେତେଜଣ ଲୋକ ଏବେବି...

‘ଲଭ୍‌ ଆଜକଲ୍‌ ୨’ ରିଲିଜ ପାଇଁ ବ୍ୟସ୍ତ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ୍‌ ବର୍ତ୍ତମାନ ଇମ୍‌ତିଆଜ୍‌ ଅଲିଙ୍କ ‘ଲଭ୍‌ ଆଜ୍‌କଲ୍‌ ୨’ ରିଲିଜ ପାଇଁ ବ୍ୟସ୍ତ ରହୁଛନ୍ତି। ସେ ଏଥିରେ କାର୍ତ୍ତିକ...

କ୍ଷମା ମାଗିଲେ ଫରହା

ମୁମ୍ବାଇ,୨୭।୧୨: ଟେଲିଭିଜନ ଶୋ’ ମାଧ୍ୟମରେ ଏକ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ନିର୍ଦ୍ଦେଶିକା ତଥା ପ୍ରଯୋଜିକା ଫରହା ଖାଁ ଶୁକ୍ରବାର ଏଥିପାଇଁ କ୍ଷମା...

ପ୍ରଲୋଭନରେ ଅନୁବାଦ କରେନାହିଁ

ଉଭୟ ଓଡ଼ିଆ ଏବଂ ହିନ୍ଦୀ ସାହିତ୍ୟ ଜଗତ ପାଇଁ ତାଙ୍କ ଅବଦାନ ବେଶ୍‌ ଅଧିକ। କ୍ଲାସିକ୍‌ ସାହିତ୍ୟରୁ ଆରମ୍ଭକରି ସମକାଳୀନ ସାହିତ୍ୟ ପର୍ଯ୍ୟନ୍ତ, ସବୁ ସମୟର...

ହ୍ରିତିକ୍‌ଙ୍କ ‘ସୁପର-୩୦’କୁ ୯ ଥର ଦେଖିଲେଣି ମା’ ପିଙ୍କି

ବମ୍ବେ: ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ସୁପର ୩୦’କୁ ଦର୍ଶକେ ବହୁତ ପସନ୍ଦ କରିଥିଲେ। ଫିଲ୍ମଟି ହିଟ୍‌ ହେବା ସହ...

ନିର୍ମାଣ ହେବ ତେଲୁଗୁ ଫିଲ୍ମ‘ଡିଅର କୋମରେଡ୍‌’ର ହିନ୍ଦୀ ରିମେକ୍‌, କରନ୍‌ ଜୋହର କିଣିଲେ ରାଇଟ୍ସ

ମୁମ୍ବାଇ: ବଲିଉଡ୍‌ରେ ରିମେକ୍‌ କିଛି ନୂଆ କଥା ନୁହେଁ। ବିଗତ ଦିନ ମାନଙ୍କରେ ଅନେକ ତାମିଲ, ତେଲୁଗୁ ଫିଲ୍ମକୁ ହିନ୍ଦୀ ଭାଷାରେ ରିମେକ୍‌ କରାଯାଇଛି। ଏହା...

ପୋଲିସକୁ ଦେଖି ଅପହରଣକାରୀ ନିଜକୁ ମାରିଲେ ଗୁଳି

ପ୍ରୟାଗରାଜ, ୨୨।୫: ଉତ୍ତର ପ୍ରଦେଶର ପ୍ରୟାଗରାଜ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମଙ୍ଗଳବାର ଜଣେ ଠିକାଦାରଙ୍କୁ ପୁଅକୁ ଅପହରଣ କରିନେଇଥିବା ଜଣେ ଅପହରଣକାରୀ ପୋଲିସକୁ ଦେଖି...

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ନିଆଁ : ନୌସେନା ଅଧିକାରୀ ମୃତ

ସୁରଟ,୨୭ା୪: ରୁଷିଆଠାରୁ କିଣାଯାଇଥିବା ଭାରତର ସବୁଠାରୁ ବଡ଼ ବିମାନବାହୀ ଜାହାଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ ଘଟିଛି। ଏହା ଶୁକ୍ରବାର ସକାଳେ କରଓ୍ବର ବନ୍ଦର ଅଭିମୁଖେ ଯାଉଥିବାବେଳେ...

Leave a comment

Your email address will not be published. Required fields are marked *