କଲର୍ସ ଚ୍ୟାନେଲରେ ପ୍ରସାରିତ ହେବ ‘ମହାଭାରତ’!

ମୁମ୍ବାଇ,୩।୫: କରୋନା ଲକ୍‌ଡାଉନ ପାଇଁ ଏବେ ସବୁ ଶୁଟିଂ ବନ୍ଦ ଥିବାରୁ ଟେଲିଭିଜନରେ ପୁରୁଣା ଧାରାବାହିକ ଗୁଡିକ ପୁଣିଥରେ ଦେଖିବାକୁ ମିଳିଛି। ଘରୋଇ ଚ୍ୟାନେଲର ପ୍ରତିଯୋଗୀତାରେ ଏକ ପ୍ରକାର ନିଜର ଅସ୍ତିତ୍ୱ ହରାଇଥିବା ଦୂରଦର୍ଶନ ଏବେ ପୁଣିଥରେ ଲୋକଙ୍କ ପ୍ରିୟ ଚ୍ୟାନେଲ ପାଲଟି ଯାଇଛି। ଲକ୍‌ଡାଉନ ସମୟରେ ଦୂରଦର୍ଶରେ ପ୍ରସାରିତ ‘ରାମାୟଣ’ ଓ ‘ମହାଭାରତ’ ଧାରାବାହିକ ଟିଆର୍‌ପି ଦୌଡରେ ରେକର୍ଡ କରିଛି। ଏବେ କଲର୍ସ ଚ୍ୟାନେଲ ବି ଆର୍‌ ଚୋପ୍ରାଙ୍କ ଧାରାବାହିକ ‘ମହାଭାରତ’ ପ୍ରସାରଣ କରିବାକୁ ଏହାକୁ କିଣି ସାରିଥିବା ସୂଚନା ମିଳିଛି। ଏହି ଧାରାବାହିକ ସୋମବାରଠାରୁ ପ୍ରତିଦିନ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ୨ ଘଣ୍ଟା ପାଇଁ ପ୍ରସାରଣ କରାଯିବ ବୋଲି ଶୁଣିବାକୁ ମିଳିଛି। ପ୍ରାଇମ ଟାଇମରେ ଏହି ଧାରାବାହିକକୁ ପ୍ରସାରଣ କରି ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଏହି ଘରୋଇ ଚ୍ୟାନେଲ ଚେଷ୍ଟା କରୁଛି ବୋଲି କୁହାଯାଉଛି। ଏହା ପ୍ରଥମଥର ପାଇଁ ଦେଖିବାକୁ ମିଳିଛି ଯେ କୌଣସି ଚ୍ୟାନେଲରେ ପ୍ରସାରିତ ହୋଇଥିବା ଧାରାବାହିକକୁ ଆଉ ଏକ ଚ୍ୟାନେଲ କ୍ରୟ କରିଛି। ଚ୍ୟାନେଲ ପକ୍ଷରୁ କୁହାଯାଇଛି କି ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଟେଲିଭିଜନ ଦୁନିଆରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ସମୟରେ ଲୋକଙ୍କ ମନରେ ଅଧିକ ପରିମାଣରେ ଧାର୍ମିକ ଭାବନା ଦେଖାଦେଇଛି। ଏହାରି ମାଧ୍ୟମରେ ସେମାନେ କିଛି ଶାନ୍ତି ବି ପାଇ ପାରୁଛନ୍ତି। ସେଥିପାଇଁ କଲର୍ସରେ ‘ମହାଭାରତ’ ଧାରାବାହିକ ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।


All Right Reserved By Dharitri.Com

‘ବାଗି-୩’ରେ ଦିଶାଙ୍କ ହଟ୍‌ ଆଇଟମ୍‌ ନଂ ‘ଡୁ ୟୁ ଲଭ୍‌ ମି’ ରିଲିଜ, ଦେଖନ୍ତୁ ଭିଡିଓ

ବମ୍ବେ: ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଦିଶା ପଟାନୀ। ନିକଟରେ ରିଲିଜ ହୋଇଥିଲା ଦିଶା- ଆଦିତ୍ୟ କପୁର ଅଭିନୀତ ଫିଲ୍ମ...

ମଇଁଷି ଶିଙ୍ଘରେ ତେଲ ମାଲିସ୍‌ ପାଇଁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଲାଲୁ

ନୂଆଦିଲ୍ଲୀ, ୨୮।୭: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି।...

ଜୁଲାଇରୁ ସ୍କୁଲ ଖୋଲିବାକୁ ଯୋଜନା

ନୂଆଦିଲ୍ଲୀ,୨୬ା୫: ଲକ୍‌ଡାଉନ ପରେ ପ୍ରଥମେ ଗ୍ରୀନ୍‌ ଓ ଅରେଞ୍ଜ ଜୋନ୍‌ରେ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ଅଷ୍ଟମ...

କରୋନା ସଙ୍କଟ: ମହାରାଷ୍ଟ୍ର,ଗୁଜରାଟ, ମଧ୍ୟପ୍ରଦେଶରେ ମୃତ୍ୟୁ ସଂଖ୍ୟା ଅଧିକ

ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୬ ହଜାର ପାଖାପାଖି ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୨ ହଜାର ୭୫୨...

କାହାକୁ ଜିତାଇବ ପଚାରିଲେ ସ୍ବପ୍ନା ଚୌଧୁରୀ: ଲୋକେ କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସେଲିବ୍ରିଟିଙ୍କୁ ପ୍ରଚାର କାର୍ଯ୍ୟରେ ଲଗାଯାଇଛି। ଏହି ମର୍ମରେ ଭାଜପା ପାଇଁ...

ରାମାୟଣର ପ୍ରସାରଣ ପରେ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରୁଛନ୍ତି ଦର୍ଶକେ

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଦୂରଦର୍ଶନରେ ପୁଣିଥରେ ରାମାୟଣ ଧାରାବାହିକ ପ୍ରସାରଣ ହେବା...

୫ ବର୍ଷରେ ଉପସାଗରୀୟ ଅଞ୍ଚଳରେ : ଗଲାଣି ୩୪ ହଜାର ଭାରତୀୟଙ୍କ ଜୀବନ

ହାଇଦ୍ରାବାଦ,୨୩ା୧୧: ଉପସାଗରୀୟ ରାଷ୍ଟ୍ର କୁଏଟ୍‌, ସୌଦି ଆରବ, ବାହାରିନ୍‌, କାତାର, ଓମାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଦିନକୁ ହାରାହାରି ୧୫ ଭାରତୀୟ ପ୍ରାଣ...

ଆଉ ୩ ମାସ ଅଟକ ରହିବେ ମେହବୁବା

ନୂଆଦିଲ୍ଲୀ, ୬ା୫: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍‌ତିଙ୍କୁ ପିଏସ୍‌ଏ ଅନୁଯାୟୀ ଅଟକ ରଖାଯାଇଥିବା ବେଳେ ମଙ୍ଗଳବାର ଏହାକୁ ଆଉ ୩...

Leave a comment

Your email address will not be published. Required fields are marked *