ଦୀପିକା ବାହାରୁ ଯେତିକି ସୁନ୍ଦର ଭିତରୁ ତା’ଠାରୁ ଅଧିକ ସୁନ୍ଦର: ଅନନ୍ୟା

ମୁମ୍ବାଇ: ଏବେ ଲକ୍‌ଡାଉନ ଚାଲିଥିବାରୁ ବଲଉଡ୍‌ର ସମସ୍ତ ଶୁଟିଂ ବନ୍ଦ ରହିଛି। ହେଲେ ଆଗକୁ କିଛି ଫିଲ୍ମର ଶୁଟିଂ ପାଇଁ ସବୁକିଛି ଧାର୍ଯ୍ୟ କରାଗଲାଣି ବୋଲି ଶୁଣିବାକୁ ମିଳିଛି। ଏମିତିକି ଷ୍ଟାରକାଷ୍ଟ ମଧ୍ୟ ଫାଇନାଲ ହୋଇଗଲାଣି। ଏହି କ୍ରମରେ ନିର୍ଦ୍ଦେଶକ ଶକୁନ ବାତ୍ରା ମଧ୍ୟ ତାଙ୍କ ଆଗାମୀ ଫିଲ୍ମ ପାଇଁ କଳାକାରଙ୍କ ନାଁ ଫାଇନାଲ କରି ସାରିଲେଣି। ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଥମଥର ଅନନ୍ୟା ପାଣ୍ଡେ ବଲିଉଡ୍‌ ନାୟିକା ଦୀପିକା ପାଦୁକୋନଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ବୋଲି ଜଣାପଡିଛି। ଏବେ ସେ ଦୀପିକାଙ୍କ ସହ ଅଭିନୟକୁ ନେଇ ଏକ୍ସାଇଟେଡ ଥିବା ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ଏକ ଓ୍ବେବସାଇଟକୁ ଦେଇଥିବା ସାକ୍ଷାତ୍‌କାରରେ ଅନନ୍ୟା କହିଛନ୍ତି ଦୀପିକା ବାହାରୁ ଯେତିକି ସୁନ୍ଦର ଭିତରୁ ତା’ଠାରୁ ଅଧିକ ସୁନ୍ଦର। ତାଙ୍କ ସହ କାମ କଲେ ଆଦୌ ଲାଗିବ ନାହିଁ କି ଏତେ ବଡ ଆର୍ଟିଷ୍ଟଙ୍କ ସହ କାମ କରୁଛି ବୋଲି। କାରଣ ସେ ବହୁତ କୋଅପରେଟିଭ। ଆଗାମୀ ଦିନରେ ଅନନ୍ୟା ହରର ଫିଲ୍ମ କରିବାକୁ ଇଚ୍ଛା ରଖିଥିବା ବେଳେ ତାହାପୁଣି ରଣବୀର ସିଂଙ୍କ ସହ କରିବେ ବୋଲି କହିଛନ୍ତି।


All Right Reserved By Dharitri.Com

ନୁସ୍‌ରତଙ୍କ ଗ୍ରାଣ୍ଡ ପାର୍ଟି ପାଇଁ ଚାଲିଛି ପ୍ରସ୍ତୁତି, ଏମିତି ରହିଛି ମେନୁ…

ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ନୁସରତ ଜହାଁଙ୍କ ଗ୍ରାଣ୍ଡ ଓ୍ବେଡିଂ ରିସେପ୍‌ଶନ ପାର୍ଟି ୪ ଜୁଲାଇ ଅର୍ଥାତ ଗୁରୁବାର ଅନୁଷ୍ଠିତ ହେବ। କଲିକତାର ଆଇଟିସି...

ଖାଲି ପାଦରେ ୧୨ କିଲୋମିଟର ଚାଲି ତିରୁପତି ଦର୍ଶନ କଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ଯେତେ ଆଧୁନିକ ହେଲେ ମଧ୍ୟ ନିଜ ସଂସ୍କୃତିକୁ ସେ ବେଶ୍‌ ଭଲ ପାଆନ୍ତି। ପ୍ରାୟ ସମୟରେ ତାଙ୍କୁ...

ବିବାଦରେ ଅମିତାଭ ବଚ୍ଚନ:ଘର ଆଗରେ ବିରୋଧ ପ୍ରଦର୍ଶନ ଜାରି

ବିଦାଦ ଘେରକୁ ଆସିଛନ୍ତି ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନ। ମେଟ୍ରୋ କାର୍‌ ଶେଡ ପାଇଁ ମୁମ୍ବାଇର ଆରେ ଜଙ୍ଗଲର ୨୭୦୦ ଗଛ କଟାଯିବା ନିଷ୍ପତ୍ତିକୁ ବଲିଉଡ୍‌...

ଦାଦା ସାହେବ ଫାଲ୍‌କେ ଆଓ୍ବାର୍ଡ: ହ୍ରିତିକ୍‌ ଶ୍ରେଷ୍ଠ ଅଭିନେତା

ମୁମ୍ବାଇ: ୨୦୨୦ ପାଇଁ ଦାଦା ସାହେବ ଫାଲ୍‌କେ ଆଓ୍ବାର୍ଡ ଉତ୍ସବ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଅଭିନେତ୍ରୀ ଅଭିନେତା ଅଂଶଗ୍ରହଣ କରିଥିଲେ। ବଲିଉଡ୍‌ ଅଭିନେତା...

୩୫୦ ଯୁବତୀଙ୍କ ସହ ସମ୍ପର୍କ ରଖି ବାହା ହୋଇଥିଲେ ୩ ଜଣଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରେମ କାହାଣୀ କାହାକୁ ଲୁଚା ଛପା ନୁହେଁ। ଏହି ଅଭିନେତା ସବୁଠୁ ରୋମାଣ୍ଟିକ୍‌ ବୋଲି କୁହାଯାଏ। କାରଣ ସେ...

‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ରେ ବିରାଟ-ଦୀପିକା

ମୁମ୍ବାଇ: ବିୟର ଗ୍ରିଲ୍ସଙ୍କ ଲୋକପ୍ରିୟ ଟିଭି ଶୋ ‘ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ’ ପାଇଁ ଭାରତୀୟ ତାରକାଙ୍କ ଉତ୍ସାହ ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳୁଛି। ସାରା...

ରାମାୟଣର ସୁଷେଣ ବୈଦ୍ୟ ବିକୁଥିଲେ ପାନ: ତାଙ୍କ ହୋଟେଲର ନାମ ସଞ୍ଜିବନୀ

ଉଜ୍ଜୟନୀ,୧୬।୪: ଏବେ ଦିଲ୍ଲୀ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ରାମାୟଣର ପ୍ରସାରଣ ପୁଣି ଥରେ କରାଯାଉଛି। ରାମାୟଣରେ ସୁଷେଣ ବୈଦ୍ୟ ଭୂମିକାରେ ରମେଶ...

ହସ୍ପିଟାଲରୁ ଘରକୁ ଫେରିଲେ ଅମିତାଭ, ଫଟୋ ଶେୟାର କରି ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ

ଅମିତାଭ ବଚ୍ଚନ ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇର ନାନାବତୀ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଘରକୁ କାର୍‌ରେ ଯିବା ସମୟରେ ତାଙ୍କୁ ରାସ୍ତାରେ ସ୍ପଟ୍‌ କରାଯାଇଛି। ତାଙ୍କ...

Leave a comment

Your email address will not be published. Required fields are marked *