କରୋନା ପ୍ରତିରୋଧ ପ୍ରସ୍ତୁତିର ସମୀକ୍ଷା କଲେ ଆରଡିସି

ସୋନପୁର,୨।୫(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଇଛି। ଶନିବାର ସମ୍ବଲପୁର ଆରଡିସି ତଥା କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ନିରଞ୍ଜନ ସାହୁ ଦିନିକିଆ ଜିଲା ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପୂର୍ବାହ୍ନରେ ଆରଡିସି ଜିଲାପାଳଙ୍କ ପ୍ରକୋଷ୍ଠରେ ସମୀକ୍ଷା କରି ଖୋଲା ଯାଇଥିବା ମୋଟ ୧୬୨ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଆବଶ୍ୟକ ଶଯ୍ୟା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ଜିଲାରେ ୬୦ହଜାର ୮୪୧ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୪ହଜାର ୫୦୦ଶ୍ରମିକଙ୍କୁ ଦେଢ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ୧ଟଙ୍କା ମୂଲ୍ୟରେ ୩ ମାସର ଗହମ/ଚାଉଳ ଓ ପରିବାର ପ୍ରତି ୧୦୦୦ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ଜଣ ପ୍ରତି ୫ କିଲୋଗ୍ରାମ ଚାଉଳ/ଗହମ ବଣ୍ଟନ ଚାଲିଛି। ରବିବାରଠାରୁ ପରିବାର ପ୍ରତି ମାଗଣାରେ ୧ କିଲୋଗ୍ରାମ ଲେଖାଏଁ ଡାଲି ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା। ମଧ୍ୟାହ୍ନଭୋଜନ ଯାଜନାରେ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ରଙ୍କୁ ଅଗ୍ରୀମ ଚାଉଳ, ଡାଲି, ଅଣ୍ଡା ମିଳିଛି କି ନାହିଁ ସାହୁ ପଚାରି ବୁଝିଥିଲେ। ବୈଠକରେ ଜିଲାପାଳ ମୋନିଷା ବାନାର୍ଜୀ ଓ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ। ପରେ ଆରଡିସି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର କରାଯାଇଥିବା ସୋନପୁର ସହରର ସଂସ୍କୃତି ଭବନ, ବିଶିମୁଣ୍ଡା ପଞ୍ଚାୟତର ଡୁଙ୍ଗୁରିପାଲିସ୍ଥିତ କୁଶଳେଶ୍ୱର ହାଇସ୍କୁଲ, ହରଡଖୋଲ ପଞ୍ଚାୟତର ସୁବେଶ୍ୱର ହାଇସ୍କୁଲ ପରିଦର୍ଶନ କରିଥିଲେ। ସରକାରୀ ଆଇଟିଆଇ ପରିସରରେ ଖୋଲା ଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଦେଖିଥିଲେ। ଏହି ଅବସରରେ ସୋନପୁର ବିଡିଓ ରବିନ୍ଦ୍ର କୁମାର ପଟେଲ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲ୍ଳିପ କୁମାର ପଣ୍ଡା, ଡାକ୍ତର ପ୍ରଦୀପ କୁମାର ଗୁରୁ, ନୋଡାଲ ଅଫିସର ଶର୍ମିଷ୍ଠା ଧଳ, ମ୍ୟୁନିସିପାଲିଟି ଇଓ ସୂର୍ଯ୍ୟାଂଶୁ ରୁଟ୍‌ ଓ ତାରିଣୀ ପାତ୍ର ଉପସ୍ଥିତ ଥିଲେ।


All Right Reserved By Dharitri.Com

ଟ୍ରାନ୍ସଫର୍ମର ବସ୍‌ବାର ୨ ବଛର ବିତ୍‌ଲା: ବିଦ୍ୟୁତ୍‌ ସେବାରୁ ବଁଚିତ୍‌ ୩୦ ପରିବାର

  କର୍ଲାମୁଣ୍ଡା, ୭ା୧୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଁଚେତ୍‌ ଧଅଁରାଖମନ ଗଁାର ଲୋକ୍‌ ସଂଖ୍ୟା ପାଖାପାଖି ୪ଶହ। ଗଁାଟା ବଲାଙ୍ଗୀର ଜିଲା...

ମହଙ୍ଗା ପଡିଲା ପ୍ରେମ ସମ୍ପର୍କ : ପ୍ରେମିକାଙ୍କ ମାଡ଼ରେ ପ୍ରେମିକ ଗୁରୁତର, ଯୁବକଙ୍କୁ ମୃତ ଭାବି ଫୋପାଡ଼ି ଦେଲେ

ରଣପୁର,୭ା୧୦ (ସ୍ବ.ପ୍ର.): ପ୍ରେମ ସମ୍ପର୍କ ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ପ୍ରେମିକାଙ୍କ ଘରକୁ ଲୁଚିଛପି ଆସୁଥିଲା ବେଳେ କୌଣସି କାରଣକୁ ନେଇ ଯୁବକଙ୍କ...

ଭୁବନ ଏନ୍‌ଏସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ

ଭୁବନ,୩୧।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ପକ୍ଷରୁ ଶନିବାର ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଭୋର ୫ଟାରେ ପ୍ରଭାତ ଫେରି କରାଯାଇଥିବା ବେଳେ ପୂର୍ବାହ୍ନ...

ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା: ଯାତ୍ରା ପଡ଼ିଆରେ ମେଲଣ କଲେ ୪୦ ମେଢ଼

ଚୌଦ୍ୱାର,୧୬।୧୦(ଡି.ଏନ୍‌.ଏ.):ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରାର ମେଲଣ ଉତ୍ସବ ମଙ୍ଗଳବାର ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ପୂଜା ମଣ୍ଡପର ଦେବଦେବୀଙ୍କ ମୃଣ୍ମୟ ପ୍ରତିମା ସାହିବସ୍ତି ପରିକ୍ରମା କରିବା...

ମୁଖ୍ୟମନ୍ତ୍ରୀକଁର ଦପ୍‌ତରରୁ ଆସିଥିଲା ନିରଦେଶ: ୧୯ ବଛର ଉତାରୁ ସାକାର ହେଲା ସପନ୍‌

କେସିଙ୍ଗା, ୯।୧୨ (ଡି.ଏନ.ଏ.)-  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଁଚେତ୍‌ ଅଧୀନ ଗୋଟିପଡ଼ାର କପିଳେଶ୍ୱର ସାହୁ(୬୫) ଆର ମାଏକିନା ମଥୁରା ସାହୁ(୬୨)। ଇ ବୁରୁଧ୍‌...

ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାନ ପାଇଲା କବି ବ୍ରଜନାଥ ରଥଙ୍କ ତୈଳଚିତ୍ର

ବାଲେଶ୍ୱର ଅଫିସ,୧୨।୬: ବାଲେଶ୍ୱରର ବିଶିଷ୍ଟ କବି ବ୍ରଜନାଥ ରଥଙ୍କର ତୈଳଚିତ୍ର ମଙ୍ଗଳବାର ଶ୍ରୀ ରାମଚନ୍ଦ୍ର ଭବନରେ ସ୍ଥାନୀତ ହୋଇଛି।  ଏହି ଅବସରରେ ଆୟୋଜିତ ସଭାରେ ଉତ୍କଳ...

ପୋଲତଳକୁ ଖସିଲା ପୋଲିସ ଗାଡ଼ି, ଥାନାଧିକାରୀ ଗୁରୁତର

ରାଇକିଆ,୧୩।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆଠାରେ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରୁଥିବା ବେଳେ ସୋମବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ  ପୋଲ ତଳକୁ ପୋଲିସ ଗାଡ଼ି ଖସିପଡ଼ିଛି।...

ଇସ୍କନ ବିରୋଧରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୨ା୨:ଇସ୍କନ ପକ୍ଷରୁ ମୁମ୍ବାଇରେ ଗତ ଗୁରୁବାର ଅଦିନିଆ ରଥଯାତ୍ରା ଆୟୋଜିତ ହୋଇଥିଲା। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି...

Leave a comment

Your email address will not be published. Required fields are marked *