ଗୁମ୍ମାକୁ ଫେରିବେ ୪୫୦୦ ଶ୍ରମିକ

ଗୁମ୍ମା,୨ା୫: ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଜାରି ରହିଛି। ଶ୍ରମିକମାନଙ୍କୁ ନାମ ପଞ୍ଜୀକରଣ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିରେ ଗଜପତି ଜିଲା ଗୁମ୍ମା ବ୍ଲକ୍‌ ଅଧୀନ ୨୦ ପଞ୍ଚାୟତର ୪୫୦୦ ଶ୍ରମିକ ନାମ ପଞ୍ଜୀକରଣ କରିଥିବା ବିଡିଓ ସୂଚନା ଦେଇଛନ୍ତି। ଏଥିସହ ଶ୍ରମିକମାନେ ଫେରିବା ପରେ ସେମାନଙ୍କୁ ସଙ୍ଗରୋଧରେ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ବ୍ଲକ୍‌ରେ ପ୍ରାୟ ୨୬ଟି ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଥିବା ମଧ୍ୟ ସେ କହିଛନ୍ତି। ସ୍ଥାନୀୟ ଆଶ୍ରମ ସ୍କୁଲ, କେସିପୁର ବାଳିକା ବିଦ୍ୟାଳୟ ଏବଂ ହଷ୍ଟେଲ, ଗୁମ୍ମା ଆଦର୍ଶ ବିଦ୍ୟାଳୟ, ଗୁମ୍ମା ହାଇସ୍କୁଲ ସମେତ ପ୍ରତ୍ୟେକ ପଞ୍ଚାୟତରେ ୧୦ ରୁ ୧୫ ଶଯ୍ୟା ବିଶିଷ୍ଟ କେନ୍ଦ୍ର ଖୋଲାଯାଇଛି। ସେଗୁଡ଼ିକରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିବା ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝି ସୂଚନା ଦେଇଛନ୍ତି। ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କୁ ୧୪ ଦିନ ସଙ୍ଗରୋଧରେ ରଖାଯାଇ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯିବ। ଏହାପରେ ସେମାନେ ଘରକୁ ଫେରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ବିଦ୍ୟୁତ୍‌ ସଂସ୍ପର୍ଶରେ ଯୁବକଙ୍କ ପ୍ରାଣ ଗଲା

ବାଲେଶ୍ୱର ଅଫିସ, ୨୭।୯: ବାଲେଶ୍ୱର ଚାନ୍ଦିପୁର ଥାନା ବଡ଼କିଆ ଗ୍ରାମର ବସନ୍ତ ସାମଲ (୩୫) ଶୁକ୍ରବାର ପୂର୍ବାହ୍ନରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ବସନ୍ତ...

ଜନତା କର୍ଫ୍ୟୁ ଆହ୍ବାନ: ଚାରିଆଡ଼େ ଖାଁ ଖାଁ

ରାଜନଗର,୨୨।୩(ଡି.ଏନ୍‌.ଏ.): ମହାମାରୀ ରୂପ ଧାରଣ କରିଥିବା କରୋନା ଭୂତାଣୁଠାରୁ ଦୂରରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଆହ୍ବାନ ଦେଇଛନ୍ତି। ଏହି ଆହ୍ବାନକୁ କେନ୍ଦ୍ରାପଡ଼ା ଜିଲା...

ଉପାନ୍ତ ଗାଁ ବାତେପଙ୍ଗା, ମୌଳିକ ସୁବିଧା ଅପହଞ୍ଚ

ମନମୁଣ୍ଡା, ୨୭।୨ (ଡି.ଏନ.ଏ) ବୌଦ୍ଧ ବ୍ଲକର ୪୩ଟି ଗ୍ରାମକୁ ନେଇ ଗଠିତ ଶଗଡା ପଞ୍ଚାୟତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଅବହେଳିତ ହୋଇରହିଛି। ମନମୁଣ୍ଡାଠାରୁ ୩୦...

୮ରେ ପୁରୀ ଡିଭିଜନରେ ପକ୍ଷୀ ଗଣନା

ପୁରୀ ଅଫିସ, ୫।୧: ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଆସନ୍ତା ୮ତାରିଖରେ ପକ୍ଷୀ ଗଣନା କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ରାଜ୍ୟର ବିଭିନ୍ନ ଡିଭିଜନରେ...

୫ ବର୍ଷ ହେଲା ପାଦରେ ପଡିଛି ବେଡି

ଆନନ୍ଦପୁର,୨୯। ୧୧(ସ୍ବ.ପ୍ର.)- ମାନସିକ ରୋଗରେ ଆକ୍ରାନ୍ତ ୨୫ ବର୍ଷର ଜଣେ ବିବାହିତ ଝିଅଙ୍କୁ ତାଙ୍କ ଗରିବ ବାପା ଉପଯୁକ୍ତ ଚିକିତ୍ସା କରାଇ ନ ପାରି ପ୍ରାୟ...

ଅଧକୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଲାଣି ଶ୍ରୀମନ୍ଦିର

ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନାକୁ ନେଇ ଏବେ ସବୁଆଡେ ଆତଙ୍କ। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢ଼େଇ କରୁଛି। ଭାରତ ବି ଏଦିଗରେ...

ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବିରେ ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨୩।୯(ନି.ପ୍ର.) : ଭାରତୀୟ ମଜଦୂର ସଂଘ ପକ୍ଷରୁ କୋଇଲା ଉଦ୍ୟୋଗରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହର ଦାବିରେ ସୋମବାର ଖଣି ବନ୍ଦ ଆନ୍ଦୋଳନ...

ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନ ପ୍ରସଙ୍ଗ: କେସ୍‌ ସ୍ଥାନାନ୍ତର ପ୍ରତ୍ୟାହାର କରିବାକୁ ନରସିଂହଙ୍କ ଦାବି

ଭୁବନେଶ୍ୱର,୧୮।୨(ବ୍ୟୁରୋ): ପଶ୍ଚିମ ଓଡ଼ିଶା ଓକିଲ ଆନ୍ଦୋଳନ ଯୋଗୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ସମସ୍ତ କେସ୍‌ଗୁଡ଼ିକୁ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଏହା...

Leave a comment

Your email address will not be published. Required fields are marked *