ବ୍ରଜରାଜନଗର କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପ୍ରଶାସନ ନିର୍ଦ୍ଦେଶକୁ ମାନୁନାହାନ୍ତି ଲୋକେ: ଅମାନିଆଙ୍କୁ ଆମ୍ବୁଲାନ୍ସରେ ଉଠାଇ ନେଉଛି ପୋଲିସ

ଝାରସୁଗୁଡ଼ା ଅଫିସ,୨।୫- ଝାରସୁଗୁଡା ଜିଲା ବ୍ରଜରାଜନଗର ମୁନିସିପାଲିଟି ଅଧୀନ ବୁଢ଼ୀଜାମରେ ଗତ ବୁଧବାର ଜଣେ ଯୁବତୀଙ୍କୁ କରୋନା ପଜିଟିଭ୍‌ ହୋଇଥିବା ଜଣାପଡିଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ବ୍ରଜରାଜନଗର ମୁନିସିପାଲିଟିର ବୁଢ଼ୀଜାମ ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଥିଲା। ଏହି ଜୋନ୍‌ରେ ଲୋକଙ୍କୁ ବାହାରକୁ ବାହାରିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ହେଲେ ଏହି ଅଞ୍ଚଳରେ ଲୋକେ ପ୍ରଶାସନର ନିର୍ଦ୍ଦେଶକୁ ମାନୁନାହାନ୍ତି। ଫଳରେ ପ୍ରଶାସନ ପକ୍ଷରୁ ଅମାନିଆଙ୍କ ଉପରେ ଅଭିନବ ଉପାୟରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ବାହାରକୁ ବାହାରି ବୁଲାବୁଲି କରୁଥିବା ବ୍ୟକ୍ତିମାନଙ୍କୁ ଏକ ଆମ୍ବୁଲାନ୍ସରେ ଟେକି ନେଇ ସ୍ବତନ୍ତ୍ର ସ୍ଥାନରେ ଅଟକ ରଖାଯାଉଛି। ଶନିବାର ପ୍ରାୟ ୬୦ ଜଣ ବ୍ୟକ୍ତି ଏହି ଅଞ୍ଚଳରେ ବାହାରେ ବୁଲାବୁଲି କରୁଥିବା ବେଳେ ସେମାନଙ୍କୁ ପୋଲିସ ଆମ୍ବୁଲାନ୍ସରେ ଉଠାଇ ନେଇଛି। ସନ୍ଧ୍ୟା ପରେ ସେମାନଙ୍କୁ ଛଡା ଯିବା ନେଇ ସୂଚନା ମିଳିଛି।


All Right Reserved By Dharitri.Com

ଚେକଡ୍ୟାମ ଭୁଶୁଡିଲା:୩୦୦ ହେକ୍ଟର ଜମିକୁ ପ୍ରଭାବିତ

ସିନାପାଲି,୧୧।୮(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲି ବ୍ଲକସ୍ଥିତ ଖଇରପଦର ତଲଝରିଆ ନାଳ ଚେକ୍‌ଡ୍ୟାମ ଭୁଶୁଡି ପଡ଼ିଛି। ଏଥିଯୋଗୁ ୫୦ରୁ ଉର୍ଦ୍ଧ୍ୱ ଚାଷୀଙ୍କ ପ୍ରାୟ ୩୦୦ ହେକ୍ଟର ଜମି...

ନିଖିଳ ଉକତ୍ଳ ବିଚାର ବିଭାଗୀୟ କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

ଭବାନୀପାଟଣା,୧୮।୫ (ଡି.ଏନ୍‌.ଏ.): ବାତ୍ୟ ପନୀରେ ଓଡ଼ିିଶାର ବିଭିନ୍ନ ଜିଲାରେ କ୍ଷୟକ୍ଷତି ହୋଇଛି। ବାତ୍ୟା ବିପନ୍ନଙ୍କୁ ସହାୟତା ପାଇଁ ଦେଶ ବିଦେଶରୁ ବିଭିନ୍ନ ବର୍ଗର ବ୍ୟକ୍ତି ଓ...

ହାଇକୋର୍ଟଙ୍କ ପଦକ୍ଷେପ:ମାମଲା ବୋଝ କମାଇବାକୁ ଛୁଟିଦିନରେ ବସିଲା ସ୍ବତନ୍ତ୍ର ବେଞ୍ଚ

କଟକ ଅଫିସ,୧।୩: ମାମଲା ବୋଝ କମାଇବା ପାଇଁ ଶନିବାର ଛୁଟିଦିନ ହୋଇଥିଲେ ମଧ୍ୟ ହାଇକୋର୍ଟର ସ୍ବତନ୍ତ୍ର ବେଞ୍ଚ ବସିଥିଲା। ଜେଲ୍‌ କ୍ରିମିନାଲ ଅପିଲ୍‌ର ଶୁଣାଣି ପାଇଁ...

କୂଅରେ ପଡ଼ି ଯୁବକଙ୍କ ପ୍ରାଣଗଲା

ସଜନାଗଡ଼,୮।୮(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ଼ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ସଜନାଗଡ଼ ଛକ ନିକଟ ୧୯ ନଂ ରାଜ୍ୟ...

ବେତନ ବୃଦ୍ଧି ଦାବି କଲା ରାଜସ୍ବ ଅମଲା ସଂଘ

ଢେଙ୍କାନାଳ ଅଫିସ, ୧୮।୨ – ବେତନ ବୃଦ୍ଧି ଦାବି କରିଛି ଢେଙ୍କାନାଳ ଜିଲା ରାଜସ୍ବ ଅମଲା ସଂଘ। ଏ ନେଇ ସୋମବାର ଅପରାହ୍ନ ସାଢ଼େ ୪ଟାରେ...

ଭବାନୀପାଟଣା ସହର ଆଖପାଖ ଅଞ୍ଚଳରେ ଝଡ଼ତୋଫାନ ବର୍ଷା: ଉଡ଼ିଲା ଘରର ଛାତ, କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି

ଭବାନୀପାଟଣା, ୨୫।୨ (ଡି.ଏନ୍‌.ଏ.)- ଭବାନୀପାଟଣା ଆଖପାଖ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ କିଛି ସମୟ ପାଇଁ ଝଡ଼ତୋଫାନ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଫଳରେ ଅନେକ...

ମାସ୍କ ନ ପିନ୍ଧି ତଣ୍ଡ ଗଣିଲେ ପୋଲିସ କର୍ମଚାରୀ

ବ୍ରହ୍ମଗିରି,୩୦ା୪(ଡି.ଏନ.ଏ): ଦେଶରେ କରୋନା ଭାଇରସ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ରୋକିବା ପାଇଁ କୌଣସି ରୋଗପ୍ରତିଷେଧକ ବାହାରି ନଥିବାରୁ କେବଳ ଲକଡାଉନ ଯୋଗୁ ନିୟନ୍ତ୍ରଣ...

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଭଦ୍ରକ ଅଫିସ,୭।୫: ଦେଶରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଏହି ରୋଗର ନିରାକରଣ ସହାୟତା ପାଇଁ ଶ୍ରୀରାମ ମହାଯଜ୍ଞ ସମିତି,...

Leave a comment

Your email address will not be published. Required fields are marked *