କ୍ୱାରାଣ୍ଟାଇନ ସେଣ୍ଟରରୁ ଖସି ପଳାଇଲେ ୬ ଶ୍ରମିକ

ବଡ଼ଗାଁ,୧।୫(ଡି.ଏନ.ଏ.): କରୋନା ପାଇଁ ସାରା ବିଶ୍ୱ ଚିନ୍ତିତ। ଏହାର ମୁକାବିଲା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେବା ସହ କେତେକ କଟକଣା ଜାରି କରିଛନ୍ତି। ଭାରତକୁ ଏବେ ସମ୍ପୂର୍ଣ୍ଣ ଭାବେ ଲକ୍‌ ଡାଉନ୍‌ କରାଯାଇଛି। ଲୋକେ ଘରୁ ନ ବାହାରିବାକୁ କୁହାଯାଉଛି। ସେହିଭଳି ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ବ୍ୟବହାର କରିବା ଓ ଭଲରେ ହାତ ଧୋଇବାକୁ ସଚେତନ କରାଯାଉଛି। ତେବେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଲୋକେ ବିଶେଷ କରି ଶ୍ରମିକଶ୍ରେଣୀର ଲୋକେ ଏହି ଲକ୍‌ ଡାଉନ ନିୟମ ମାନୁ ନାହାନ୍ତି। ଲୁଚି ଛପି ଏମାନେ ନିଜ ରାଜ୍ୟକୁ ପଳାଉଛନ୍ତି। ବରଗଡ଼ ଜିଲା ସରସରାର ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା କେତେକ ବଙ୍ଗଳା ଶ୍ରମିକ ଏବେ ଚାଲି ଚାଲି ନିଜ ରାଜ୍ୟ ପଶ୍ଚିମବଙ୍ଗ ବାହାରିଛନ୍ତି । ପଶ୍ଚିମବଙ୍ଗ ଦକ୍ଷୀଣ ବିନାଜପୁର ଜିଲାର ବିହାବନ୍ଧରେ ଏମାନଙ୍କ ଘର। ଗତ ୨୨ ତାରିଖରୁ ଏମାନେ ଘରକୁ ଯିବା ଲାଗି ଚାଲିବା ଆରମ୍ଭ କରିଛନ୍ତି। ତେବେ ବଡ଼ଗାଁ ଜରଙ୍ଗଲୋଇ ନିକଟରେ ପୋଲିସ ଏମାନଙ୍କୁ ଗୁରୁବାର ଅଟକାଇଥିଲା। ପଚରାଉଚରା ପରେ ଏମାନେ ଘରକୁ ଫେରୁଥିବା ଜାଣିବାକୁ ପାଇ ଦେଓକରଣପୁରସ୍ଥିତି କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଇଥିଲା। କିନ୍ତୁ ଶୁକ୍ରବାର ଏମାନେ ସେଠାରୁ ଖସି ପଳାଇଛନ୍ତି।


All Right Reserved By Dharitri.Com

ବନ୍ତରେ କଟକଣା କଡ଼ାକଡ଼ି

ବନ୍ତ,୨୯।୪(ଡି.ଏନ୍‌.ଏ./ସ୍ବ.ପ୍ର.)-ମଙ୍ଗଳବାର ଭଦ୍ରକ ଜିଲା ବନ୍ତ ବ୍ଲକରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି। ଚାରିଗାଁ ଗ୍ରାମରେ ସମ୍ପୃକ୍ତ...

ଖବରଦାତାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ, ୨୪।୪-ବାଲେଶ୍ୱର ଜିଲା ସଦର ମହକୁମା ଠାରେ ଥିବା ଖବରଦାତାମାନଙ୍କ ପକ୍ଷରୁ ଗୁରୁବାର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର...

କମେଣ୍ଟମରାକୁ ନେଇ ଗୋଷ୍ଠୀ ସଂଘର୍ଷ, ଫୋର୍ସ ମୁତୟନ

ବନ୍ତ,୧୮।୬(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଥାନା ଅଧୀନ ପୁରୁଷଣ୍ଢ ଗ୍ରାମର ବଣିଆ ସାହି ଓ କୋଦମଛକି ସାହିର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି...

ପ୍ରତାପୁରରେ ବାରୁଣୀ ସ୍ନାନ ବନ୍ଦ: ହୋଇପାରିଲାନି ଠାକୁରଙ୍କ ମେଳଣ

ପୁରୁଷୋତ୍ତମପୁର,୨୨।୩(ଡି.ଏନ୍‌.ଏ.): ମହାମାରୀ କରୋନା ଭାଇରସ୍‌ ଆତଙ୍କକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମର ଋଷିକୂଲ୍ୟାର ଉତ୍ତରବାଙ୍କଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ...

ସୋଲାର ସିଷ୍ଟମ୍‌ ନଳକୂପ ଅଚଳ: ଫେଲ୍‌ ମାରିଛି ଯୋଜନା

ଝୁମ୍ପୁରା, ୧୭।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ଭାବେ ପ୍ରଥମ ଭାଗରେ ଚିହ୍ନଟ ହୋଇଥିବା ୫ଟି ପଞ୍ଚାୟତ (ବସନ୍ତପୁର, ମଲଦା,...

୫.୯୧ ଲକ୍ଷ ଟଙ୍କା ସହାୟତା ସଂଗ୍ରହ

ଭୁବନ, ୫।୫(ଡି.ଏନ୍‌.ଏ.) କରୋନା ସଙ୍କଟ ସମୟରେ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢ଼ାଇବାକୁ ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କ ନେତୃତ୍ୱରେ ଆରମ୍ଭ...

ରାସ୍ତା ନାହିଁ, ନଦୀପାଣିରେ ପଶି ଡାକ୍ତରଖାନା ଗଲେ ଗର୍ଭବତୀ

ରାୟଗଡ଼ା ଅଫିସ,୨୧।୧୨: ରାୟଗଡ଼ା ଜିଲାରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଗ୍ରାମରେ ରାସ୍ତା ନ ଥିବାରୁ ଜଣେ ଗର୍ଭବତୀଙ୍କୁ ଶନିବାର ଚଲାଇ ଚଲାଇ ୩...

କେନ୍ଦୁଝର ଜିଲାରେ ୮ କରୋନା ରୋଗୀ ଚିହ୍ନଟ, ସ୍ବାସ୍ଥ୍ୟ ବିଭାଗ ତତ୍ପର

କେନ୍ଦୁଝର,୨୬।୫ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲା ମୁଖ୍ୟାଳୟରେ ପ୍ରଥମ ରୋଗୀ ଚିହ୍ନଟ ହୋଇଛି। ସ୍ଥାନୀୟ ନିହାଲ...