ଜୀବନଜୀବିକା ପାଇଁ କରାଯାଉ ବ୍ୟବସ୍ଥା: ଜିଲାପାଳଙ୍କୁ ଫେରାଦ ହେଲେ ପେଣ୍ଟିଂ ଆର୍ଟିଷ୍ଟ

ନୟାଗଡ଼ ଅଫିସ,୧।୫: ନୟାଗଡ଼ ଜିଲାରେ ପେଣ୍ଟିଂ ଆର୍ଟିଷ୍ଟ କାମ ନ ପାଇ ଦୁଃଖଦ ଜୀବନ ବିତାଉଛନ୍ତି। କରୋନା ଛଡାଇ ନେଇଛି ମୁହଁର ହସ। ଭୋକଉପାସରେ ସେମାନେ ଦିନ କାଟୁଛନ୍ତି। ଗୁରୁବାର ସେମାନେ ଜିଲାପାଳଙ୍କୁ ଭେଟି ଜୀବନଜୀବିକା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।
ଅଭିଯୋଗ ଅନୁସାରେ ବିବାହ, ବ୍ରତୋପନୟନ ପରି ସାମାଜିକ କାର୍ଯ୍ୟ, ମନ୍ଦିର ଓ ଘରେ ରଙ୍ଗ କରିବା, ଚିତ୍ର ଆଙ୍କିବା, ବ୍ୟାନର, ସାଇନବୋର୍ଡ, ସରକାରୀ ବିଜ୍ଞାପନ କାନ୍ଥରେ ଲେଖିବା ପାଇଁ ଖୋଜା ପଡନ୍ତି ପେଣ୍ଟିଂ ଆର୍ଟିଷ୍ଟ। ଏହି କାମରେ ୨ରୁ ୩ଜଣ କୁଶଳୀ ଓ ଅଣକୁଶଳୀ ଶ୍ରମିକ ନିୟୋଜିତ ହୋଇଥାନ୍ତି। କାମ ଅନୁଯାୟୀ ପାରିଶ୍ରମିକ ଧାର୍ଯ୍ୟ ହୁଏ। ସେମାନେ ଭଲ ଦୁଇପଇସା ରୋଜଗାର କରି ଚଳିଯାଉଥିଲେ। ଲକ୍‌ଡାଉନ ପରେ କାମ ଠପ୍‌ ହୋଇଗଲା। ପେଣ୍ଟିଂ ଆର୍ଟିଷ୍ଟମାନେ ରାଜ୍ୟଠାରୁ ଆରମ୍ଭ କରି ଜିଲା, ବ୍ଲକ ସ୍ତରରେ ଅଧିକାରୀମାନଙ୍କୁ ସେମାନଙ୍କ ସମସ୍ୟା ଅବଗତ କରିଥିଲେ ବି ସୁଫଳ ପାଇନାହାନ୍ତି। ଜିଲା ସଭାପତି ବିଜୟ କୁମାର ସାହୁ ଓ ସମ୍ପାଦକ ସୁରେନ୍ଦ୍ର କୁମାର ଜେନା କୁହନ୍ତି, ରାଜ୍ୟ ସରକାର ଗତ ୧୪ ତାରିଖରେ ଘୋଷଣା କରିଛନ୍ତି ୬ମାସ ପର୍ଯ୍ୟନ୍ତ ୧୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଅସ୍ଥାୟୀ ଶ୍ରମିକଙ୍କୁ କାମ ଯୋଗାଇ ଦିଆଯିବ। ପେଣ୍ଟିଂ ମାଧ୍ୟମରେ କାନ୍ଥରେ ସୌନ୍ଦର୍ଯ୍ୟକରଣ କରାଯାଇ ସେମାନଙ୍କୁ ନିଯୁକ୍ତି ଦିଆଯିବ। ହେଲେ ସରକାର ସେମାନଙ୍କୁ ଚିହ୍ନଟ କରି ପରିଚୟପତ୍ର ଦେଇ ନ ଥିବାରୁ ଏହି କାର୍ଯ୍ୟ ସେମାନେ ପାଇବେ ବୋଲି କହିବା ମୁସ୍କିଲ। ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ସେମାନଙ୍କୁ କାମ କରାଇବାକୁ ସୁଯୋଗ ଦେବା ଦରକାର।


All Right Reserved By Dharitri.Com

ଶ୍ରାବଣ ତୃତୀୟ ସୋମବାର : ଜଳଲାଗି କଲେ ଶତାଧିକ ଭକ୍ତ

ରାଜନଗର,୫।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନଗରସ୍ଥିତ ପ୍ରାଚୀନ ଶୈବପୀଠ ଚନ୍ଦ୍ରମଉଳି ମହାଦେବଙ୍କ ପୀଠରେ ଶ୍ରାବଣ ମାସର ତୃତୀୟ ସୋମବାରରେ ଶତାଧିକ ଭକ୍ତ ଜଳାଲାଗି କରିଛନ୍ତି।...

ସମନ୍ବୟ କମିଟି ସଚେତନତା ବୈଠକ : ଫାଇଲେରିଆମୁକ୍ତ ଜିଲା ଆହ୍ବାନ

ଢେଙ୍କାନାଳ ଅଫିସ, ୨୭।୭ – ଢେଙ୍କାନାଳକୁ ଫାଇଲେରିଆମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ଜିଲା ପ୍ରଶାସନ। ଏ ନେଇ ଶୁକ୍ରବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ...

ଏଟିଏମ୍‌ ଟ୍ରେଜେରି କାଟି ଲୁଟ୍‌ ଉଦ୍ୟମ

ଭଦ୍ରକ ଅଫିସ,୭।୧୨: ଭଦ୍ରକ ଜିଲା ଧାମନଗର ଥାନା ଦୋବଲ ବଜାର ଟାଟା ଇଣ୍ଡିକେସ୍‌ ଏଟିଏମ୍‌ରୁ ଶୁକ୍ରବାର ରାତିରେ ଲୁଟ୍‌ ଉଦ୍ୟମ ହୋଇଛି। କେହି ଦୁର୍ବୃତ୍ତ ଗ୍ୟାସ୍‌...

୭ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ହେବ

ଭଞ୍ଜନଗର,୨୮।୫(ଡି.ଏନ.ଏ)- ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭଞ୍ଜନଗର ବେଲେଶ୍ୱେର ଶୈବପୀଠରେ ଆଜକୁ ୪ଦିନ ହେବ ୭ ମନ୍ଦିର ପ୍ରତିଷ୍ଠା ଉସତ୍ବ ଚାଲିଛି। ବୁଧବାର ଉଦ୍‌ଯାପିତ ହେବ। ବୁଧବାର...

୬୫ତମ ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ଧର୍ମଶାଳା/ଜେନାପୁର,୨୦-୯(ଡି.ଏନ୍‌.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ଜେନାପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୬୫ତମ ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ...

ପୁଷ୍ପେନ୍ଦ୍ର କଳାହାଣ୍ଡି ଜିଲା ବିଜେଡି ସଭାପତି

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ବିଜେଡି ସଭାପତି ପଦ ପାଇଁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନାମ ଘୋଷଣା ହୋଇଛି। ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ମହିଳା ରହିବାକୁ ବିରୋଧ

ଭଞ୍ଜନଗର,୬।୫(ଡି.ଏନ.ଏ.)- ସୁରଟରୁ ଫେରୁଥିବା ମହିଳାମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ଭଞ୍ଜନଗର ବ୍ଲକର ଏକ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଦେଇଛି। ୪...

କରୋନା ସମ୍ପର୍କିତ ଭିଡିଓ ଭାଇରାଲ କରି ଜଣେ ଗିରଫ

ବଡବିଲ, ୨୯।୩ (ସ୍ବ.ପ୍ର.)-ଦେଶବ୍ୟାପୀ କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। କରୋନାକୁ ପ୍ରତିହତ କରିବାକୁ ସରକାର ବିଭିନ୍ନ ପଦକ୍ଷେପମାନ ନେଉଥିଲାବେଳେ ୨୧ ଦିନ ପାଇଁ...

Leave a comment

Your email address will not be published. Required fields are marked *