ସଙ୍ଗରୋଧ ଗୃହକୁ ଗଲେ ୪୬ ସୁରଟ ଫେରନ୍ତା

ଓଡ଼ଗାଁ,୧ା୫(ସ୍ବ.ପ୍ର.): ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳର ୪୬ ସୁରଟ ଫେରନ୍ତାଙ୍କୁ ସାକେରି ହାଇସ୍କୁଲ ସଙ୍ଗରୋଧ ଗୃହରେ ୧୪ଦିନ ପାଇଁ ରଖାଯାଇଛି। ସୂଚନା ଅନୁସାରେ ଏହି ଥାନା ଅନ୍ତର୍ଗତ ସାକେରି, ଆରେଡା, ଗିରିଡିପଲ୍ଲୀ, ବାହାଡ଼ାଝୋଲା ତଥା ପଡୋଶୀ ଗଞ୍ଜାମ ଜିଲାର ଏହି ଶ୍ରମିକମାନେ ଜିଜେ୧୪ଜେ୦୩୦୩ ନମ୍ବର ବିଶିଷ୍ଟ ସ୍ଲିପର ବସ୍‌ରେ ଓଡ଼ଗାଁ ଆସିଥିଲେ। ଗୁରୁବାର ରାତି ୧୦ଟାରେ ବସ୍‌ଟି ସାକେରି ଗ୍ରାମରେ ପହଞ୍ଚତ୍ବା ପରେ ପୋଲିସ ସେମାନଙ୍କୁ ଗଣତି କରି ସଙ୍ଗରୋଧ ଗୃହରେ ରହିବା ନିମନ୍ତେ ପରାମର୍ଶ ଦେଇଥିଲା । ଏଥିରେ ୩୪ ପୁରୁଷ, ୯ ମହିଳା ଓ ୩ ଶିଶୁ ରହିଥିବା ଜଣାଯାଇଛି । ସମସ୍ତଙ୍କ ଡାକ୍ତରୀ ପରୀକ୍ଷା କରିବା ସହିତ ଆବଶ୍ୟକ ପଡିଲେ ସେମାନଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ପଠାଯିବ ବୋଲି କୋଭିଡ୍‌-୧୯ ଜିଲା ନୋଡାଲ ଅଫିସର ତଥା ଡିଏଫଓ ଧନରାଜ ଏଚ୍‌ଡି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ସାକେରି ସଙ୍ଗରୋଧ ଗୃହରେ ସମୁଦାୟ ୧୭ ଖଟିଆ ପଡିଥିବା ବେଳେ ଅବଶିଷ୍ଟ ଲୋକଙ୍କୁ ଗଦି ଶେଜ ଦିଆଯାଇଛି। ସମସ୍ତେ ଜଣ ପିଛା ୪୨ଶହ ଟଙ୍କା ଟିକେଟ ବାବଦକୁ ଖର୍ଚ୍ଚ କରିଥିବା ଧରିତ୍ରୀକୁ ସୂଚନା ଦେଇଛନ୍ତି ।


All Right Reserved By Dharitri.Com

କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଥାନା ଘେରାଉ

ପାଲଲହଡା,୨୦ା୧(ଡି.ଏନ.ଏ.)-ଆଦିବାସୀ ଯୁବକ ବୁଧୁରାମ କୂଂକାଲଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ, କ୍ଷତିପୂରଣ ପ୍ରଦାନ ଏବଂ ଦୋଷୀ ବନକର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ସ୍ଥାନୀୟ ଆଦିବାସୀ...

CORONAVIRUS UPDATE: ପୁଣି ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ : ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ ଛୁଇଁଲା

ଭୁବନେଶ୍ୱର,୨୯।୪ (ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଁଚିଛି। ସେହି ବ୍ୟକ୍ତି ଜଣକ...

ଅସୁରକ୍ଷିତ ଶିଆଳି ଭିୟୁ ଟାୱାର

ଏରସମା, ୮।୧ (ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ତଥା ଏରସମା ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ନିକଟରେ ଥିବା ଭିୟୁ...

ଅନନ୍ତବ୍ରତ ପାଇଁ ବିଜେପୁର ଉତ୍ସବମୁଖର

ବିଜେପୁର, ୧୩।୯ (ଡି.ଏନ.ଏ): ବିଜେପୁର ସହର ପ୍ରସିଦ୍ଧ ଅନନ୍ତବ୍ରତ ମହୋତ୍ସବ ପାଇଁ ଶୁକ୍ରବାର ଉତ୍ସବ ମୁଖରିତ ହୋଇଉଠିଛି । ପୂଜା ମଣ୍ଡପରେ ହୋମ, ଆଳତୀ, ଶଙ୍ଖ,...

କ୍ଷେତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୫।୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ଖଜୁରିଆ ଜାତୀୟ ରାଜପଥ କଡରେ ଥିବା ଏକ ବୁଦାମୂଳରୁ ଗୋସାଣି ନୂଆଗାଁ ପୋଲିସ ଜଣେ ଯୁବକଙ୍କ ଗଳିତ ମୃତଦେହ...

ଛତିଶା ନିଯୋଗ ବୈଠକ: ହବିଷିଆଳିଙ୍କୁ ଠିକ୍‌ ସମୟରେ ମିଳିବ ମହାପ୍ରସାଦ

ପୁରୀ ଅଫିସ, ୪ା୧୦: ବିଗତ ବର୍ଷ ସରକାରଙ୍କ ହବିଷିଆଳି ଯୋଜନାରେ ରହିଥିବା ହବିଷିଆଳିଙ୍କୁ ମହାପ୍ରସାଦ ଦେବାରେ ଅନେକଥର ବିଳମ୍ବ ହୋଇଛି। ତେଣୁ ଏ ବର୍ଷ ଯେପରି...

ସର୍ବଭାରତୀୟ ଭଲିବଲ୍‌ ପ୍ରତିଯୋଗିତାରେ ଗଜପତିର ୨ ଛାତ୍ର

ପାରଳାଖେମୁଣ୍ଡି,୪ା୧(ସ୍ବ.ପ୍ର.) ଗଜପତି ଜିଲା ଗୋଷାଣୀ ବ୍ଲକ୍‌ ଅଧୀନ ଗାରାବନ୍ଧସ୍ଥିତ ଭେଙ୍କେଟେଶ୍ୱର ହାଇସ୍କୁଲ୍‌ର ୨ଛାତ୍ର ସର୍ବଭାରତୀୟ କନିଷ୍ଠ ଭଲିବଲ୍‌ ପ୍ରତିଯୋଗିତା ପାଇଁ ମନୋନିତ ହୋଇଛନ୍ତି। ଉକ୍ତ ଦୁଇ...

ବିଦ୍ୟୁତ୍‌ ସଂଯୋଗ ନ ଥାଇ ମିଳିଛି ୪ ମାସର ବିଲ୍‌

ପାରାଦୀପ,୭।୨(ସ୍ବ.ପ୍ର.):କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ସମସ୍ତଙ୍କୁ ମାଗଣା ବିଦ୍ୟୁତ୍‌ ସଂଯୋଗ ପାଇଁ ନିୟମ କରାଯାଇଛି। ତା’ପରେ ମାସିକ ବିଦ୍ୟୁତ୍‌ ଦେୟ ଉପଭୋକ୍ତାମାନେ ସେସୁ (ସେଣ୍ଟ୍ରାଲ ଇଲେକ୍‌ଟ୍ରିସିଟି...

Leave a comment

Your email address will not be published. Required fields are marked *